ETV Bharat / state

କଂଗ୍ରେସ କର୍ମୀଙ୍କୁ ଆଗୁଆ ଗିରଫ କରିବା ଘଟଣା: ପ୍ରତିଶୃତି ପରେ ମୁକୁଳିଲେ କଂଗ୍ରେସ କର୍ମୀ

author img

By ETV Bharat Odisha Team

Published : Sep 5, 2023, 7:02 AM IST

କଂଗ୍ରେସ କର୍ମୀଙ୍କୁ ଆଗୁଆ ଗିରଫ
କଂଗ୍ରେସ କର୍ମୀଙ୍କୁ ଆଗୁଆ ଗିରଫ

ରେଳ ରୋକ ଆନ୍ଦୋଳନ କରିବା ପୂର୍ବରୁ ଆଗୁଆ ଗିରଫ କରି କଂଗ୍ରେସ କର୍ମୀଙ୍କୁ ଥାନାରେ ଆଟକ ରଖିଲା ପୋଲିସ। ଫୁଟ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ପ୍ରତିଶୃତି ମିଳିବା ପରେ କର୍ମୀମାନଙ୍କୁ ମୁକ୍ତ କଲା ପୋଲିସ। ଅଧିକ ପଢ଼ନ୍ତୁ

କଂଗ୍ରେସ କର୍ମୀଙ୍କୁ ଆଗୁଆ ଗିରଫ

ସମ୍ବଲପୁର: ଜିଲ୍ଲାରେ ମୁକ୍ତ ହେଲେ ଆଗୁଆ ଗିରଫ ହୋଇଥିବା କଂଗ୍ରେସ ନେତା ଓ କର୍ମୀ । ଫୁଟ ଓଭର ବ୍ରିଜ ଦାବିରେ ଆନ୍ଦୋଳନ ପୂର୍ବରୁ ଏମାନଙ୍କୁ ଉଠାଇ ନେଇଥିଲା ପୋଲିସ । ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଆସଫ ଅଲ୍ଲୀ ଖାଁଙ୍କ ସମେତ 11 ଜଣ କଂଗ୍ରେସ କର୍ମକର୍ତ୍ତା ଏଥିରେ ସାମିଲ ଥିଲେ । ରେଳ ରୋକ ଆନ୍ଦୋଳନ କରିବା ପୂର୍ବରୁ ଆଗୁଆ ଗିରଫ କରି ଥାନାରେ ଅଟକ ରଖିଥିଲା ପୋଲିସ । ଫୁଟ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ରେଳବାଇର ପ୍ରତିଶୃତି ପରେ କଂଗ୍ରେସ କର୍ମୀମାନଙ୍କୁ ମୁକ୍ତ କରିଛି ପୋଲିସ।

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେଢ଼ାଖୋଲ ଥାନା ଅନ୍ତର୍ଗତ ବଂଶଜାଲ ପଞ୍ଚାୟରରେ ସୁଆଣି ଦେବୀ ପୀଠ ରହିଛି । ଏହି ଦେବୀଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ଆଗାଢ଼ ଆସ୍ଥା ଓ ବିଶ୍ୱାସ ଥିବା ବେଳେ ପ୍ରତ୍ୟେକ ଦିନ ଦେବୀଙ୍କୁ ଦର୍ଶନ ପାଇଁ ଶହ ଶହ ଶ୍ରଦ୍ଧାଳୁ ଏହି ପୀଠକୁ ଆସିଥାଆନ୍ତି । ତେବେ ପୀଠକୁ ଯିବା ପାଇଁ ରେଳ ଲାଇନ ପାର ହେବାକୁ ପଡ଼େ । ଫଳରେ ଦୀର୍ଘ ଦିନ ହେଲା ସ୍ଥାନୀୟ ଲୋକେ ଏହି ସମସ୍ୟା ଦେଇ ଗତି କରି ଆସୁଛନ୍ତି । ଅନ୍ୟପଟେ ବିଭିନ୍ନ ସମୟରେ ଏହା ଏଠାରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟିଥିବାର ନଜିର ରହିଛି । ତେଣୁ ସ୍ଥାନୀୟ ଲୋକଙ୍କ ଏହି ସମସ୍ୟାର ସମାଧାନ ପାଇଁ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଆସଫ ଅଲ୍ଲୀ ଖାଁ ସମ୍ବଲପୁର ଡିଆରଏମଙ୍କୁ ଭେଟି ଏଠାରେ ଏକ ଅଣ୍ଡର ପାସ୍‌ ବ୍ରିଜ ନିର୍ମାଣ ପାଇଁ ଦାବି କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରାତି ପାହିଥିଲେ ହୋଇଥାନ୍ତା ରେଳ ରୋକ, ସମ୍ବଲପୁର କଂଗ୍ରେସ ନେତା ଓ କର୍ମୀଙ୍କୁ ଉଠାଇ ନେଲା ପୋଲିସ

ତେବେ ବାରମ୍ବାର ଦାବି କରିବା ସତ୍ତ୍ବେ ମଧ୍ୟ କୌଣସି ପଦକ୍ଷପ ନନିଆଯିବା କାରଣରୁ ଆଜି ସୁଆଣି ଦେବୀ ପୀଠ ଅଞ୍ଚଳରେ ସମ୍ବଲପୁର ଅନୁଗୁଳ ରେଳ ଲାଇନ ଯାଇଥିବା ଏହି ଅଞ୍ଚଳରେ ଏକ ରେଳ ଅଣ୍ଡରପାସ ନିର୍ମାଣ ପାଇଁ ଦାବିରେ ରେଳ ରୋକ ଆନ୍ଦୋଳନ ପାଇଁ ନିଷ୍ପତି ନେଇଥିଲା ଜିଲ୍ଲା କଂଗ୍ରେସ । ତେବେ ଆନ୍ଦୋଳନରେ ବିଶୃଙ୍ଖଳା ପରିସ୍ଥିତ ସୃଷ୍ଟି ହେବା ଆଶଙ୍କା କରି କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା ରେଢ଼ାଖୋଲ ପୋଲିସ । ଗତ ବିଳମ୍ବିତ ରାତିରୁ ରେଢ଼ାଖୋଲ ପୋଲିସ ଜିଲ୍ଲା କଂଗ୍ରେସ ସଭାପତି ଆସଫ ଅଲ୍ଲୀ ଖାଁଙ୍କ ସହ 11 ଜଣ କଂଗ୍ରେସ କର୍ମୀଙ୍କୁ ଥାନାରେ ଅଟକ ରଖିଥିଲା । ଏନେଇ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ ବୋଲି କହିଥିଲେ । ପୋଲିସ ମନମାନି କରି ଆନ୍ଦୋଳନକୁ ଚାପି ଦେବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ ବି କରିଥିଲେ ।

ଶେଷରେ ରେଢ଼ାଖୋଲ ଥାନା ପରିସରରେ ରେଳବାଇ ଓ ଆରପିଏଫର ବରିଷ୍ଠ ଅଧିକାରୀ ଆସି କଂଗ୍ରେସ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ । ଏହାସହ ଏକ ଫୁଟ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ତେବେ ପ୍ରତିଶୃତି ପାଇବା ପରେ କଂଗ୍ରେସ କର୍ମୀମାନେ ଆନ୍ଦେଳନରୁ ବିରତ ରହିବା ନେଇ ପ୍ରତିଶୃତି ସହ ପୋଲିସ ସେମାନଙ୍କୁ ମୁକ୍ତ କରିଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.