ETV Bharat / state

ରାତି ପାହିଥିଲେ ହୋଇଥାନ୍ତା ରେଳ ରୋକ, ସମ୍ବଲପୁର କଂଗ୍ରେସ ନେତା ଓ କର୍ମୀଙ୍କୁ ଉଠାଇ ନେଲା ପୋଲିସ

author img

By ETV Bharat Odisha Team

Published : Sep 4, 2023, 2:14 PM IST

ରେଳ ରୋକ ପୂର୍ବରୁ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ 11 ଜଣଙ୍କୁ ଗିରଫ କଲା ପୋଲିସ। ଅଧିକ ପଢନ୍ତୁ

police arrested congress workers before rail roke
police arrested congress workers before rail roke

ସମ୍ବଲପୁର କଂଗ୍ରେସ ନେତା ଓ କର୍ମୀଙ୍କୁ ଉଠାଇ ନେଲା ପୋଲିସ

ସମ୍ବଲପୁର: ରେଳ ରୋକ ଆନ୍ଦୋଳନ ପୂର୍ବରୁ ଗିରଫ ହେଲେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଆସଫ ଅଲ୍ଲୀ ଖାଁ । ତାଙ୍କ ସହ11 ଜଣ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ରବିବାର ବିଳମ୍ବିତ ରାତିରେ ପୋଲିସ ଆଗୁଆ ଗିରଫ କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

ରେଢ଼ାଖୋଲ ଥାନା ଅନ୍ତର୍ଗତ ବଂଶଜାଲ ପଞ୍ଚାୟତରେ ଥିବା ସୁଆଣି ଦେବୀ ପୀଠ ଅଞ୍ଚଳରେ ସମ୍ବଲପୁର ଅନୁଗୋଳ ରେଳ ଲାଇନ ଯାଇଛି । ଏହି ଅଞ୍ଚଳରେ ଏକ ରେଳ ଅଣ୍ଡରପାସ ନିର୍ମାଣ ପାଇଁ ପୂର୍ବରୁ କଂଗ୍ରେସ ପକ୍ଷରୁ ଦାବି ହୋଇ ଆସୁଥିଲା । କିନ୍ତୁ ଦାବି ପୂରଣ ନହେବାରୁ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ରେଳ ରୋକ ଆନ୍ଦୋଳନ କରିବାର ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହା ପୂର୍ବରୁ ଗତ ରାତିରେ ସମ୍ବଲପୁର ପୋଲିସ ଏହି କଂଗ୍ରେସ କର୍ମୀଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି ।

ଏହା ମଧ୍ୟ ପଢନ୍ତୁ-ପାସେଞ୍ଜର ଟ୍ରେନ ରହଣୀ ଦାବିରେ କଲୁଙ୍ଗା ରେଳ ଷ୍ଟେସନରେ ରେଳ ରୋକ ପ୍ରତିବାଦ

ତେବେ ଶାନ୍ତିପୂର୍ଣ ଭାବେ ଆନ୍ଦୋଳନ କରିବାକୁ କୁହାଯାଇଥିଲା ମଧ୍ୟ ପୋଲିସ ମାନମାନି କରି ଆନ୍ଦୋଳନକୁ ଚାପି ଦେବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ଆସଫ ଅଲ୍ଲୀ ଖାଁ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେଢ଼ାଖୋଲ ଥାନା ଅନ୍ତର୍ଗତ ବଂଶଜାଲ ପଂଚାୟତ ରେ ସୁଆଣି ଦେବୀ ପୀଠ ରହିଛି l ଏହି ଦେବୀଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ଆଗାଢ଼ ଆସ୍ଥା ଓ ବିଶ୍ୱାସ ଥିବା ବେଳେ ପ୍ରତ୍ୟେକ ଦିନ ଦର୍ଶନ ପାଇଁ ଶହଶହ ଶ୍ରଦ୍ଧାଳୁ ଏହି ପୀଠକୁ ଆସିଥାଆନ୍ତି । ତେବେ ପୀଠକୁ ଯିବା ପାଇଁ ରେଳ ଲାଇନ ପାର ହେବାକୁ ପଡ଼େ । ଫଳରେ ଦୀର୍ଘ ଦିନ ହେଲା ସ୍ଥାନୀୟ ଲୋକେ ଏହି ସମସ୍ୟା ଦେଇ ଗତି କରି ଆସୁଛନ୍ତି ।

ଅନ୍ୟପଟେ ବିଭିନ୍ନ ସମୟରେ ଏହା ଏଠାରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ହୋଇଥାଏ l ତେଣୁ ସ୍ଥାନୀୟ ଲୋକଙ୍କ ଏହି ସମସ୍ୟାର ସମାଧାନ ପାଇଁ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଆସଫ ଅଲ୍ଲୀ ଖାଁ ସମ୍ବଲପୁର ଡିଆରଏମଙ୍କୁ ଭେଟି ଏଠାରେ ଏକ ଅଣ୍ଡର ପାସ ବ୍ରିଜ ନିର୍ମାଣ ପାଇଁ ଦାବି କରିଥିଲେ । କିନ୍ତୁ ରେଳ ବାଇ କୌଣସି ପଦକ୍ଷେପ ନ ନେବାରୁ ଆଜି ରେଳ ରୋକ ଆନ୍ଦୋଳନ ପାଇଁ ନିଷ୍ପତି ନେଇଥିଲା ଜିଲ୍ଲା କଂଗ୍ରେସ l କିନ୍ତୁ ରେଳରୋକ ପୂର୍ବରୁ ପୋଲିସ ଆଗୁଆ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି । ଏନେଇ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଆଗକୁ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.