ଜାତିଭିତ୍ତିକ ଜନଗଣନା ଦାବିରେ ଯାଦବ ମହାସଭାର ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

author img

By

Published : Sep 13, 2021, 9:40 PM IST

ଜାତିଭିତ୍ତିକ ଜନଗଣନା ଦାବିରେ ଯାଦବ ମହାସଭାର ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ରାୟଗଡାରେ ଜାତିଭିତ୍ତିକ ଜନଗଣନା ଦାବି । ଜିଲ୍ଲାପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲା ଜିଲ୍ଲା ଯାଦବ ମହାସଭା । ଅଧିକ ପଢନ୍ତୁ...

ରାୟଗଡା: ଜାତିଭିତ୍ତିକ ଜନଗଣନା ଦାବିରେ ବିକ୍ଷୋଭ କରିଛି ଜିଲ୍ଲା ଯାଦବ ମହାସଭା । ଆଜି ଉତ୍କଳ ଯାଦବ ମହାସଭା ଆନୁକୂଲ୍ୟରେ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି ।

ଜାତିଭିତ୍ତିକ ଜନଗଣନା ଦାବିରେ ଯାଦବ ମହାସଭାର ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପ

ଭାରତ ସରକାରଙ୍କ ଦ୍ବାରା ୨୦୨‍୧ରେ ଅନୁଷ୍ଠିତ ହେବାକୁ ଥିବା ଜନଗଣନାରେ ଜାତିଭିତ୍ତିକ ଜନଗଣନା ଓ ସେଥିରେ ଅନ୍ୟାନ୍ୟ ପଛୁଆ ବର୍ଗ (OBC)କୁ ଅନ୍ତର୍ଗତ କରିବାକୁ ଦାବି କରାଯାଇଛି । ସ୍ଥାନୀୟ ଆଇସିଡିଏସ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ମହାସଭାର ଶତାଧିକ କର୍ମକର୍ତ୍ତା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଗତ ୨୦୧୮ରେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଜାତିଭିତ୍ତିକ ଜନଗଣନା କରିବାକୁ ସଂସଦରେ ଘୋଷଣା କରିଥିଲେ । କିନ୍ତୁ ଜୁଲାଇ ୨୧ରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ OBC ର ଜାତିଭିତ୍ତିକ ଜନଗଣନା ନ କରିବାକୁ ଘୋଷଣା କରିଥିବାରୁ କେବଳ ଯାଦବ ଜାତି ନୁହେଁ, ସମଗ୍ର OBC ସମାଜ ବିଶେଷ ଆଘାତପ୍ରାପ୍ତ ହୋଇଛି । ତେଣୁ ୨୦୨୧ ରେ ଜାତିଭିତ୍ତିକ ଜନଗଣନା ସହ OBC ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲା ଯାଦବ ମହାସଭା ସଭାପତି ବ୍ରଜସୁନ୍ଦର ନାୟକ ଦାବି କରିଛନ୍ତି । କେନ୍ଦ୍ର ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆନ୍ଦୋଳନକୁ ଓହ୍ଲାଇବାକୁ ମଧ୍ୟ ମହାସଭା ଚେତାବନୀ ଦେଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.