ଜମିଜମା ବିବାଦ, ତହସିଲଦାରଙ୍କ ସମ୍ମୁଖରେ ଆତ୍ମହୁତି ଉଦ୍ୟମ !

author img

By

Published : May 24, 2022, 10:45 PM IST

ଜମିଜମା ବିବାଦ, ତହସିଲଦାରଙ୍କ ସମ୍ମୁଖରେ ଆତ୍ମହୁତି ଉଦ୍ୟମ

ଜମିଜମା ବିବାଦ ମାମଲାକୁ ନେଇ ତହସିଲଦାରଙ୍କ ସମ୍ମୁଖରେ ଆତ୍ମହୁତି ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ମହିଳା । ଅଧିକ ପଢନ୍ତୁ

ରାୟଗଡା: ଜମିଜମା ବିବାଦ ମାମଲାକୁ ନେଇ ତହସିଲଦାରଙ୍କ ସମ୍ମୁଖରେ ଆତ୍ମହୁତି ଉଦ୍ୟମ । ସଠିକ୍ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନ ଫଳରେ ବର୍ତ୍ତିଯାଇଛନ୍ତି ଆତ୍ମହତ୍ୟା କରୁଥିବା ବ୍ୟକ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ତହସିଲ ଅମଲାଭଟ୍ଟା ମୌଜା ଚାନ୍ଦିଲି ଥାନା ଅନ୍ତର୍ଗତ ଟାମ୍ପରଗୁଡା ଗ୍ରାମରେ ।

ଜମିଜମା ବିବାଦ, ତହସିଲଦାରଙ୍କ ସମ୍ମୁଖରେ ଆତ୍ମହୁତି ଉଦ୍ୟମ

ଜମି ଉତ୍ତରାଧିକାରୀ ଭବାନୀ ପାଢୀ ନାମକ ଜଣେ ମହିଳା ଆଜି(ମଙ୍ଗଳବାର) ତହସିଲଦାର ତାପସ ରାଉତ ଓ ସ୍ଥାନୀୟ ଆଇଆଇସି ବିଜୟଲକ୍ଷ୍ମୀ ହିକକାଙ୍କ ସମ୍ମୁଖରେ ଡିଜେଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଭବାନୀଙ୍କୁ ଅଟକାଇ ଦେବାରୁ ଏକ ନିଶ୍ଚିତ ଅଘଟଣକୁ ଏଡାଇ ଦିଆଯାଇ ପାରିଛି । ଗ୍ରାମବାସୀଙ୍କ ବିରୋଧ ଓ ଭବାନୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରଶାସନକୁ ପଛକୁ ହଟିବା ପାଇଁ ବାଧ୍ୟ କରିଥିଲା ।

ସୂଚନା ଅନୁଯାୟୀ, ଅମଲାଭଟ୍ଟା ମୈାଜାର ଖାତା ନମ୍ବର ୨୬/୩୦୭,ପ୍ଳଟ ନମ୍ବର ୧୫୪ ପ୍ରକାରେ ୪ ଏକର ୭୫ସେଂଟ ଚାଷ ଜମି ଭବାନୀଙ୍କ ଜେଜେବାପା ସ୍ୱର୍ଗତଃ ପାଡି ରାମାରାଓ ନାମରେ ରହିଛି । ଜେଜେଙ୍କ ମୃତ ଓ ପରେ ବାପା ଓ ଦାଦାଙ୍କ ମଧ୍ୟ ମୃତ ହୋଇ ଥିବାବେଳେ ମାଆ ଓ ସମ୍ପର୍କୀୟଙ୍କ ସହ ଉତ୍ତରାଧିକାରୀ ଭାବେ ଜମିର ରକ୍ଷାଣବେକ୍ଷଣ କରି ଆସୁଥିଲେ । ବର୍ଷ ବର୍ଷ ଧରି ଜମି ଟିକସ ମଧ୍ୟ ପୈଠ କରି ଆସୁଛନ୍ତି । ତେବେ ତାଙ୍କ ଜମି ଉପରେ ଦୁବୁଡା ଶ୍ରୀନୁ ନାମକ ଜଣେ ବ୍ୟକ୍ତି ଚଞ୍ଚକତା କରି ସେହି ଜମିର ପଟ୍ଟା ଦେଖାଇ କବଜା କରିବାକୁ ଚାହିଁ ଥିବାବେଳେ ଗତ ଡିସେମ୍ବର ମାସରେ ଜମି ବିବାଦକୁ ନେଇ ଶ୍ରୀନୁ ନାମରେ ଚାନ୍ଦିଲି ଥାନାରେ ଏତଲା ଦେଇଥିଲେ ଭବାନୀ ।

୪.୭୫ ଏକର ଜମି ନିଜ ଜେଜେବାପା ନାମରେ ଥିବାବେଳେ ସରକାରୀ ଦସ୍ତାବିଜରେ ରାମାରାଓ ପାଢୀଙ୍କ ନାମରେ କେବଳ ୧.୯୦ଏକର ଜମିକୁ ଛାଡି ବଳକା ଜମିରେ ୧୪୪ଧାରା ଲାଗୁ କରି ନାଲି ଫିତା ଲଗାଇବା ପାଇଁ ରାୟଗଡା ଉପଜିଲ୍ଳାପାଳଙ୍କ ନିର୍ଦ୍ଦେଶ ରହିଥିଲା । ଘଟଣାସ୍ଥଳରେ ରାୟଗଡା ତହସିଲଦାର ତାପସ ରାଉତ, ଚାନ୍ଦିଲି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ଓ ପୋଲିସ ଫୋର୍ସ ମୁତୟନ ହୋଇ ୧୪୪ ଧାରା ଜାରି କରିବାକୁ ପ୍ରସ୍ତୁତ ହେଲାବେଳେ ଗ୍ରାମବାସୀଙ୍କ ବିରୋଧ ଓ ଉତ୍ତାରାଧିକାରୀ ଭବାନୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ଦୃଷ୍ଟିରେ ରଖି ପ୍ରଶାସନ ଅଧିକାରୀମାନେ ଫେରିଆସିଥିଲେ ।

ବିନା ନୋଟିସରେ ସରକାରୀ ଅଧିକାରୀମାନେ ଆସି ଆମ ଜମି ଛଡେଇବାକୁ ଚେଷ୍ଠା କରୁଛନ୍ତି ତାହା ଆମେ କରିବାକୁ ଦେବୁ ନାହିଁ ବୋଲି ଭବାନୀ ପ୍ରକାଶ କରି ଥିବାବେଳେ ଗ୍ରାମବାସୀ ଓ ସରପଞ୍ଚ ମଧ୍ୟ ଭବାନୀ ଘର ପରିବାରଙ୍କ ସମର୍ଥନରେ ରହିଛୁ ବୋଲି ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.