ପୌର ପରିଷଦରେ ପଶିଲା ଭିଜିଲାନ୍ସ, ଟଙ୍କା ହଡପ ଘଟଣା ତଦନ୍ତ ଜାରି

author img

By

Published : May 18, 2022, 10:40 AM IST

ପୌର ପରିଷଦରେ ପସିଲା ଭିଜିଲାନ୍ସ

ରାୟଗଡା ଜିଲ୍ଲା ଗୁଣପୁର ପୌର ପରିଷଦରେ ପଶିଲା ଭିଜିଲାନ୍ସ । ଟଙ୍କା ହଡପ ଘଟଣାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ରାୟଗଡା: ଜିଲ୍ଲା ଗୁଣପୁର ପୌର ପରିଷଦରେ ପଶିଲା ଭିଜିଲାନ୍ସ । ଟଙ୍କା ହଡପ ଘଟଣାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି । ଗରୀବ, ଅସହାୟ ଲୋକଙ୍କ ନିମନ୍ତେ ଆସୁଥିବା ଭତ୍ତା ଟଙ୍କାକୁ ହଡପ କରିବା ଘଟଣା ଅଡିଟ ଧରିବାପରେ ପୌରସଂସ୍ଥାର ଦୁର୍ନୀତି ପଦାକୁ ଆସିଛି ।

ପୌର ପରିଷଦରେ ପସିଲା ଭିଜିଲାନ୍ସ

ଗତ ଏକଦଶନ୍ଧି ଧରି ଜଣେ ରାଜନୈତିକ ନେତାଙ୍କ ହାତରେ ପୌର ସଂସ୍ଥାର ଅଖଣ୍ଡ କ୍ଷମତା ଥାଇ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ହଡପ କରାଯାଇଥିବା ନେଇ ମାଳମାଳ ଅଭିଯୋଗ ହୋଇଥିଲା । ଏବେ ମଧ୍ୟ ସରକାର ଓ ଭିଜିଲାନ୍ସ ବିଭାଗ ନିକଟରେ ବିଚାରଧୀନ ରହିଛି ମାଳମାଳ ଅଭିଯୋଗ । ଘଟଣା ନେଇ ଅଚାନକ ଭିଜିଲାନ୍ସ ପହଞ୍ଚି ଭତ୍ତା ଟଙ୍କାର ହଡପ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

କୌଣସି ସୂତ୍ରରୁ ଖବର ପାଇଁ ଏହି ଦୁର୍ନୀତି ଓ ହଡପ ଘଟଣାରେ ସଂପୁକ୍ତ ଥିବା ଦୁଇ ଅଧିକାରୀ ଭିଜିଲାନ୍ସ ତଦନ୍ତ ଭୟରେ ଅଞ୍ଜାତବାସରେ ଥିବା ଅଭିଯୋଗ ହୋଇଛି । ମାତ୍ର ଗୋଟିଏ ଆର୍ଥିକ ବର୍ଷରେ ଭତ୍ତା ବାବଦରେ ୨୫ ଲକ୍ଷ ଟଙ୍କା ସରକାରୀ ଟଙ୍କା ଆତ୍ମସାତ କରିଥିବା ନଜରକୁ ଆସିଛି । ଏକ ଦଶନ୍ଧି ଧରି ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତିର ତଦନ୍ତ କଲେ କୋଟି କୋଟି ଟଙ୍କାର ଜାଲିଆତି ପଦାକୁ ଆସି ପାରନ୍ତା ଦାବି ହେଉଛି । ଭତ୍ତା ଟଙ୍କା ହଡପ ଘଟଣାରେ ଦୁଇଜଣ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ତତ୍କାଳୀନ ପୌର ପରିଷଦର ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.