ETV Bharat / state

ବଜାରରେ ସୀତାଫଳର ପସରା; ମିଳୁନି ଉଚିତ ପାରିଶ୍ରମିକ, ଶାଗମାଛ ଦରରେ ଦଲାଲ ହାତକୁ ଟେକି ଦେଉଛନ୍ତି ସଂଗ୍ରହକାରୀ

author img

By ETV Bharat Odisha Team

Published : Aug 22, 2023, 9:20 PM IST

sugar apple market scarcity in rayagada
ସୀତାଫଳକୁ ମିଳୁନି ଉଚିତ ବଜାର

ରାୟଗଡ଼ାରେ ପାହାଡ଼ି ସୀତାଫଳର ପସରା ମେଲିଛି । ସହରର ବସଷ୍ଟାଣ୍ଡଠୁ ଆରମ୍ଭ କରି ରାସ୍ତାର ଉଭୟ ପାର୍ଶ୍ବ ସବୁଠି ଟକୋଇ ଭର୍ତ୍ତି ସୁଆଦିଆ ଫଳ ଧରି ବସିଛନ୍ତି ବେପାରୀ । ହେଲେ ବଜାର ସୁବିଧା ଅଭାବରୁ ଶାଗମାଛ ଦରରେ ଦଲାଲ ହାତକୁ ସୀତାଫଳ ଝୁଡି ଟେକି ଦେଉଛନ୍ତି ସଂଗ୍ରହକାରୀ । ଅଧିକ ପଢ଼ନ୍ତୁ

ସୀତାଫଳକୁ ମିଳୁନି ଉଚିତ ବଜାର

ରାୟଗଡ଼ା: ପାହାଡ଼ି ସୀତାଫଳ ପାଇଁ ରାୟଗଡ଼ା ବେଶ ଜଣାଶୁଣା । ରାୟଗଡ଼ାର ବିଭିନ୍ନ ଆଦିବାସୀ ଅଞ୍ଚଳ ମାନଙ୍କରେ ପ୍ରଚୁର ମରିମାଣରେ ସୀତାଫଳ ଫଳିଛି । ସୀତାଫଳ ପାଚିବାର ବେଳ ଆସିଥିବାରୁ ଏବେ ରାୟଗଡ଼ା ବଜାରରେ ପାହାଡ଼ି ସୀତାଫଳର ପସରା ମେଲିଛି । ସକାଳ ନହେଉଣୁ ମୁଣ୍ଡରେ ଝୁଡ଼ିଝୁଡ଼ି ସୀତାଫଳ ବୋହି ବାହାରି ପଡୁଛନ୍ତି ଆଦିବାସୀ ପୁରୁଷ ଓ ମହିଳାମାନେ । ସହରର ବସଷ୍ଟାଣ୍ଡଠୁ ଆରମ୍ଭ କରି ରାସ୍ତାର ଉଭୟ ପାର୍ଶ୍ବ ସବୁଠି ଟକୋଇ ଭର୍ତ୍ତି ସୁଆଦିଆ ଫଳ ଧରି ବସିଛନ୍ତି ବେପାରୀ ।

ବଡ଼ ବଡ଼ ସହରରେ ରାୟଗଡ଼ାର ସୀତାଫଳର ସ୍ବତନ୍ତ୍ର ଚାହିଦା ରହିଛି । ପ୍ରତିବର୍ଷ କ୍ବିଣ୍ଟାଲ କ୍ବିଣ୍ଟାଲ ସୀତାଫଳ ଏଠାରୁ ବିଭିନ୍ନ ଜିଲ୍ଲା ତଥା ରାଜ୍ୟକୁ ରପ୍ତାନୀ ହେଉଛି । ହେଲେ ନିଜ ଅଞ୍ଚଳରେ ପରିଚୟ ହରାଇଛି ସୀତାଫଳ । ବଜାର ସୁବିଧା ଅଭାବରୁ ଶାଗମାଛ ଦରରେ ଦଲାଲ ହାତକୁ ସୀତାଫଳ ଝୁଡି ଟେକି ଦେଉଛନ୍ତି ସଂଗ୍ରହକାରୀ । ରାୟଗଡ଼ାର ସୀତାଫଳ ରାଜ୍ୟ ବାହାରେ ମାଳ ଅଞ୍ଚଳର ସୀତାଫଳ ନାଁରେ ଜଣାଶୁଣା । ଯେଉଁଥିରେ କି ରହିଛି ପ୍ରଚୁର ସ୍ୱାଦ। ଏହା ଏକ ଅର୍ଥକାରୀ ଫସଲ ହୋଇଥିବାରୁ ଆଦିବାସୀ ପାହାଡ଼ ଜଙ୍ଗଲରେ ଏହି ଚାଷ କରିଥାନ୍ତି । ପାହାଡ଼ ଘଞ୍ଚ ଜଙ୍ଗଲରୁ ସୀତାଫଳ ତୋଳିବା ପରେ ଘାଟି ରାସ୍ତା ଦେଇ କିଏ ମୁଣ୍ଡରେ ବୋହି ତ ଆଉକିଏ କାନ୍ଧ ଭାରରେ ପୁଣି କିଏ ସାଇକଲ, ଅଟୋ ଯୋଗେ ବହୁ ପରିଶ୍ରମ କରି ଦୁଇ ପଇସା ରୋଜଗାର କରିବା ଆଶାରେ ସହର ବଜାରକୁ ଆଣିଥାନ୍ତି । ହେଲେ ବଜାରକୁ ଆସିବା ପୂର୍ବରୁ ପଡ଼ିଥାନ୍ତି ଦଲାଲଙ୍କ ହାବୁଡରେ । ଶାଗ ମାଛ ମୂଳରେ ନିଜ କଷ୍ଟ ଉତ୍ପାଦିତ ସୀତାଫଳ ବିକ୍ରି କରିଦିନ୍ତି । ପାହାଡ଼ି ସୀତାଫଳର ବିକ୍ରିବଟାର ସୁବିଧା ନଥିବାରୁ କମ ଦରରେ ଉତ୍କୃଷ୍ଟ ସୀତାଫଳ ପାଇବା ଦଲାଲଙ୍କୁ ସୁବିଧା ହେଉଛି । ଏହାକୁ ବିକ୍ରି କରି ଦଲାଲ ମାନେ ହଜାର ହଜାର ଟଙ୍କା ଲାଭ ପାଉଥିବା ବେଳେ ମୂଳ ସଂଗ୍ରହକାରୀ କ୍ଷତି ସହୁଛନ୍ତି ।

ଅଧିକ ପଢ଼ନ୍ତୁ: ମହୁଲର ମହକରେ ମାଲେମାଲ ଦଲାଲ, ଆଦିବାସୀଙ୍କୁ ମିଳୁନି ପ୍ରକୃତ ମୂଲ

ରାୟଗଡ଼ାର ସୀତାଫଳ ରାଜ୍ୟ ବାହାରେ ମାଳ ଅଞ୍ଚଳର ସୀତାଫଳ ନାଁରେ ଜଣାଶୁଣା । ରାୟଗଡ଼ାରୁ ୯୦ ଭାଗ ସୀତାଫଳ ବାହାରକୁ ରପ୍ତାନୀ ହେଉଛି । ଦିଲ୍ଲୀ ,ମୁମ୍ବାଇ, କୋଲକତା, ରାୟପୁର, ଛତିଶଗଡ଼, ବେଙ୍ଗାଲୁରୁ ଓ ଚେନ୍ନାଇରେ ଭଳି ବଡ଼ବଡ଼ ସହରରେ ଏହାର ଖୁବ ଚାହିଦା ରହିଛି । ଏବୁ ସତ୍ବେ ପ୍ରକୃତରେ ଯେଉଁ ମାନେ ବଣ ପାହାଡରୁ ସୀତାଫଳକୁ ସଂଗ୍ରହ କରିଥାନ୍ତି ସେମାନେ ପ୍ରକୃତ ମୂଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଜିଲ୍ଲାର ବ୍ୟବସାୟିକ ଭିତ୍ତିଭୂମି ବୃଦ୍ଧି ସାଙ୍ଗକୁ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କ ସହ ଯୋଗ ସୂତ୍ର ସ୍ଥାପନ କରି ସିଧାସଳଖ ଫଳଚାଷୀଙ୍କ ଠାରୁ ବିକ୍ରିବଟାର ସୁବ୍ୟବସ୍ଥା କରିବା ପାଇଁ ରାଜ୍ୟସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଓରମାସ ଭଳି ସରକାରୀ ସଂସ୍ଥା କାମ କରୁଛି । ଜିଲ୍ଲାରୁ ପର୍ଯ୍ୟାପ୍ତ ପରିମାଣରେ ଉକୃଷ୍ଟ ଧରଣର ସୀତାଫଳ ଅନ୍ୟ ରାଜ୍ୟକୁ ସ୍ଥାନୀୟ ଦଲାଲଙ୍କ ସହାୟତାରେ ରପ୍ତାନୀ ହେଉଥିଲେ ମଧ୍ୟ ପାହାଡ଼ ମୁଲକର ଚାଷୀଟିଏ ଉଚିତ ଦର ପାଇପାରୁ ନାହିଁ ।

ଏନେଇ ଓରମାସ ଡେପୁଟି ସିଓ କହିଛନ୍ତି, " ଚାଷୀଙ୍କୁ ଉଚିତ ବଜାର ଦେବା ସହ ସେମାନଙ୍କ ଠାରୁ ସୀତାଫଳ ନେଇ ଅନ୍ୟ ସ୍ଥାନକୁ ରପ୍ତାନୀ କରାଯାଉଛି । ଗତ ବର୍ଷ ରାୟପୁର, ଭୁବନେଶ୍ୱର, ବାରିପଦା ରପ୍ତାନୀ ହୋଇଥିଲା । ଚଳିତ ବର୍ଷ ମାସ ଶେଷ ସୁଦ୍ଧା ଚାଷୀଙ୍କ ନିକଟରେ ପହଞ୍ଚି ବାହାରକୁ ପଠାଯିବ ।" ତେବେ ସୀତାଫଳ ସଂଗ୍ରହକାରୀ ଉଚିତ ଦର ପାଇବେ ନା ପୁଣି ତାଙ୍କୁ କଥା ଦେଇ ଠକିଦେବ ପ୍ରଶାସନ ତାହା ସମୟ ହିଁ କହିବ ।



ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.