ETV Bharat / state

ଛାତ୍ର ମାଡ଼ରେ ଛାତ୍ରର ମୃତ୍ୟୁ, ଶିକ୍ଷକଙ୍କ ଅବହେଳା ନେଇ ଅଭିଯୋଗ କଲେ ପରିବାର

author img

By

Published : Aug 23, 2022, 11:07 PM IST

Updated : Aug 24, 2022, 1:08 PM IST

student death in rayagada
ଛାତ୍ର ମାଡ଼ରେ ଛାତ୍ରର ମୃତ୍ୟୁ, ଶିକ୍ଷକଙ୍କ ଅବହେଳା ନେଇ ଅଭିଯୋଗ କଲେ ପରିବାର

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଜୁରୁଡ଼ି ଆଶ୍ରମ ବିଦ୍ୟାଳୟରେ ଅଭାବନୀୟ ଘଟଣା(student death in rayagada) । ଛାତ୍ରର ଆକ୍ରମଣରେ ଅନ୍ୟ ଏକ ଛାତ୍ରର ମୃତ୍ୟୁ । ଅଧିକ ପଢ଼ନ୍ତୁ

ରାୟଗଡ଼ା: ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ (student death in rayagada) । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଜୁରୁଡ଼ି ଆଶ୍ରମ ବିଦ୍ୟାଳୟରେ । ଛାତ୍ର ମାଡ଼ରେ ପ୍ରଥମ ଶ୍ରେଣୀର ଗୁରୁତର ଛାତ୍ରଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ ଘଟିଛି।

ଛାତ୍ର ମାଡ଼ରେ ଛାତ୍ରର ମୃତ୍ୟୁ

ଶିକ୍ଷକଙ୍କ ଅବହେଳା ଯୋଗୁଁ ଏହିଭଳି କାଣ୍ଡ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସ୍କୁଲରେ ଅଧିକାଂଶ ସମୟରେ ଶିକ୍ଷକମାନେ ଅନୁପସ୍ଥିତି ରହୁଥିବା କାରଣରୁ ଏହିଭଳି ଘଟଣା ଘଟିଛି । ଅନ୍ୟପଟେ ଏହାକୁ ନେଇ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ ଏହି ଖବରକୁ ଖଣ୍ଡନ କରିଛନ୍ତି । ଛାତ୍ରମାନେ ଗଣ୍ଡଗୋଳ ହୋଇଥିବା ଘଟଣାକୁ ସ୍ବୀକାର କରି କହିଛନ୍ତି, "ତାହାର ଉପଯୁକ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ପରିବାର ଲୋକେ ଜିଦ ଧରି ଘରକୁ ନେଇଯାଇଥିଲେ।" ତେବେ ଡାକ୍ତରୀ ରିପୋର୍ଟ ଆସିଲେ ହିଁ ଏହାର ସତ୍ୟାସତ୍ୟ ଜଣାପଡ଼ିବ । ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସତ୍ୟାସତ୍ୟ ପଦାକୁ ଆସିଲେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

Last Updated :Aug 24, 2022, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.