ETV Bharat / state

ଲୋକ ମହୋତ୍ସବ ‘ଚଇତି’ ଶୁଭାରମ୍ଭ

author img

By

Published : Dec 10, 2019, 6:30 PM IST

କଳସ ଯାତ୍ରା ସହ ଶୁଭାରମ୍ଭ ହେଲା ରାୟଗଡ଼ା ଜିଲ୍ଲା ଲୋକ ମହୋତ୍ସବ ‘ଚଇତି’ । ଅଧିକ ପଢ଼ନ୍ତୁ...

rayagada lok mahotsav chaiti, chaiti lok maohotsav, puja nad kalas yatra, ଲୋକ ମହୋତ୍ସବ ଚଇତିର ଶୁଭାରମ୍ଭ, ରାୟଗଡ଼ା ଲୋକ ମହୋତ୍ସବ, ଚଇତି ମହୋତ୍ସବ
ଲୋକ ମହୋତ୍ସବ ଚଇତିର ଶୁଭାରମ୍ଭ

ରାୟଗଡ଼ା: ମଙ୍ଗଳବାର ରାୟଗଡ଼ା ଲୋକ ମହୋତ୍ସବ ‘ଚଇତି’ ଶୁଭାରମ୍ଭ ହୋଇଛି। ରାୟଗଡ଼ା ଜିଲ୍ଲା ସାଂସ୍କୃତିକ ଉତ୍ସବ ‘ଚଇତି’ ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ଚଇତି କଳସ ଯାତ୍ରା ଓ ଚଇତି ରଥ ପୂଜାର୍ଚ୍ଚନା ସହ ଉଦଘାଟିତ ହୋଇଛି।

ରାୟଗଡା ଅଧିଷ୍ଠାତ୍ରୀ ମାଁ ମଝି ଘରିଆଣିଙ୍କ ଠାରୁ ଆଜ୍ଞା ମାଳ ଆଣିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜିଲ୍ଲାର କୈଳାସପୁର ଠାରେ ଥିବା ଐତିହାସିକ ହନୁମାନ ମନ୍ଦିରରେ ପୂଜା କରିବା ପରେ ଚଇତି ରଥକୁ ଉଦଘାଟନ କରାଯାଇଥିଲା। ଏହି ଉପଲକ୍ଷେ ଏକ ବିରାଟ କଳସ ଯାତ୍ରା ପ୍ରଥମେ ମନ୍ଦିର ଓ ପରେ ପ୍ରତ୍ୟେକ ବ୍ଲକକୁ ଯାତ୍ରା ଆରମ୍ଭ କରିଥିଲା।

ଲୋକ ମହୋତ୍ସବ ଚଇତିର ଶୁଭାରମ୍ଭ

ଏହି ଅବସରରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ବିଷମକଟକ ବିଧାୟକ ଜଗନ୍ନାଥ ସାରାକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧକ୍ଷ ସୁଧୀର ଦାସ, ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଏସପି ଡଃ ସ୍ରବଣ ବିବେକ ଏମ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସ୍ଥାନୀୟ ଅଞ୍ଚଳର ଆଦିବାସୀ ଯୁବକଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଜିଲ୍ଲା ଲୋକ ମହୋତ୍ସବ ଚଇତିର ବାଜିଲା ବିଗୁଲ । Body:ଆଜି ରାୟଗଡ଼ ଲୋକ ମହୋତ୍ସବ ଚଇତି ପାଇଁ ବାଜିଲା ବିଗୁଲ । ରାୟଗଡା ଜିଲ୍ଲା ସାଂସ୍କୃତିକ ଉତ୍ସବ ଚଇତି ଅବ୍ୟବାହିତ ପୂର୍ବରୁ ଆଜି ଚଇତି କଳସ ଯାତ୍ରା ଓ ଚଇତି ରଥ ପୂଜାର୍ଚନା ସହ ଉଦ୍ଘାଟିତ ହୋଇଯାଇଛି । ରାୟଗଡା ଅଧିଷ୍ଠାତ୍ରୀ ମାଁ ମଝି ଘରିଆଣିଙ୍କ ଠାରୁ ଆଜ୍ଞା ମାଳ ଆଣିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜିଲ୍ଲାର କୈଳାସ ପୁର ଠାରେ ଥିବା ଐତିହାସିକ ହନୁମାନ ମନ୍ଦିରରେ ପୂଜା କରିବା ପରେ ଚଇତି ରଥକୁ ଉଦ୍ଘାଟନ କରାଯାଇଥିଲା। ଏହି ଉପଲକ୍ଷେ ଏକ ବିରାଟ କଳସ ଯାତ୍ରାରେ ମନ୍ଦିରରେ ପହଂଚିବା ପରେ ପ୍ରତେକ ବ୍ଲକକୁ ଏହି କଳସ ଯାତ୍ରା ଆରମ୍ଭ କରିଥିଲା। ଏହି ଅବସରରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧକ୍ଷ ସୁଧୀର ଦାସ, ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, SP Dr ସର୍ବଣ ବିବେକ ଏମ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସ୍ଥାନୀୟ ଅଞ୍ଚଳର ଆଦିବାସୀ ଯୁବକ ମାନଙ୍କ ଦ୍ୱରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।Conclusion:ଜିଲ୍ଲା ଲୋକ ମହୋତ୍ସବ ଚଇତିର ବାଜିଲା ବିଗୁଲ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.