ETV Bharat / state

ମିନିଷ୍ଟାଡିୟମର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ

author img

By

Published : Sep 8, 2022, 10:14 PM IST

ରାୟଗଡା ଜିଲ୍ଲାପାଳ ସେଫାଳି ପାହାଡ଼ ମିନିଷ୍ଟାଡିୟମ ପରିଦର୍ଶନ କରି ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ

ମିନିଷ୍ଟାଡିୟମର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ନିର୍ଦେଶ
ମିନିଷ୍ଟାଡିୟମର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ନିର୍ଦେଶ

ରାୟଗଡା: ମିନିଷ୍ଟାଡିୟମ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ। ରାୟଗଡା ଜିଲ୍ଲାପାଳ ସେଫାଳି ପାହାଡ଼ ମିନିଷ୍ଟାଡିୟମ ପରିଦର୍ଶନ କରି ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମିନିଷ୍ଟାଡିୟମର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ

ରାୟଗଡା ଜିଲ୍ଲାପାଳ ସ୍ବଧାଦେବ ସିଂ ଆଜି ଅଚାନକ ଗୁଣୁପୁର ବ୍ଲକ ଗସ୍ତ କରିଥିଲେ। ଏଥିସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କରିଥିଲେ। ତେବେ ପ୍ରଥମେ ଗୁଣୁପୁର ସମନ୍ବତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚି OTLEP ଅଧିନସ୍ଥ ଜୀବିକା ମିଶନ ତରଫରୁ ପ୍ରଧାନୀଗୁଡା ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମିଠାମକା ବିହନ ବଣ୍ଟନ କରିଥିଲେ। ଏଥିସହିତ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବିଭିନ୍ନ କାର୍ଯ୍ୟ ପରିଦର୍ଶନ କରିଥିଲେ।

ତେବେ ଗୁଣପୁର ପୌର ପରିଷଦ ଅଧିନସ୍ଥ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର, ବସଷ୍ଟାଣ୍ଡରେ ନିର୍ମିତ ତୋରଣ ଗେଟ, ପାର୍କ ଆଦି ପରିଦର୍ଶନ କରିବାସହ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ । ସେହିଭଳି ସେଫାଳି ପାହାଡ଼, ମିନିଷ୍ଟାଡିୟମ ମଧ୍ୟ ପରିଦର୍ଶନ କରି ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଥାଉକି,କିଛି ଦିନ ପୂର୍ବେ କାର୍ଯ୍ୟରେ ଅବହେଳା ଯୋଗୁଁ ଜିଲ୍ଲାପାଳ ସ୍ବଧା ଦେବ ସିଂ ତହସିଲଦାରଙ୍କ ସମେତ ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ କରିଥିଲେ। ଅଫିସ କାଗଜ ପତ୍ର ଠିକ ନଥିବା ଓ ଲୋକଙ୍କୁ ଠିକ ସମୟରେ ସେବା ପ୍ରଦାନ କରୁନଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଗତ ୨୨ ତାରିଖରେ ଜିଲ୍ଲାପାଳ କାଶୀପୁର ତହସିଲ କାର୍ଯ୍ୟାଳୟ ନୀରିକ୍ଷଣ ପାଇଁ ଯାଇଥିଲେ । ନୀରିକ୍ଷଣ ସମୟରେ ଅନେକ କାମ ଶେଷ ହୋଇନଥିବା ନଜରକୁ ଆସିଥିଲା । ଏଭଳିକି ଲୋକେ ନିଜର ଡକ୍ୟୁମେଣ୍ଟ ପାଇଁ ଆବେଦନ କରି ବହୁ ଦିନରୁ ଅପେକ୍ଷା କରିଥିବା ସୂଚନା ମିଳିଥିଲା । ଏହାପରେ ଜିଲ୍ଲାପାଳ ସ୍ଵଧା ଦେବ ସିଂ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଥିଲେ।

ଇଟିଭି ଭାରତ , ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.