ETV Bharat / state

ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ଜବତ ହେଲା 11 ଲକ୍ଷ

author img

By

Published : Jan 9, 2023, 10:26 AM IST

Updated : Jan 9, 2023, 2:25 PM IST

Soil Conservation officer is in Vigilance Scanner
ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ

ଭିଜିଲାନ୍ସ ଜାଲରେ ରାୟଗଡା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ( vigilance raid on Soil Conservation officer )। ଜବତ ହେଲା ୧୧ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ
ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ

ରାୟଗଡା: ଭିଜିଲାନ୍ସ ଜାଲରେ ସହକାରୀ ସଂରକ୍ଷଣ ଅଧିକାରୀ । ରାୟଗଡ଼ା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କ ଠାରୁ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଗତକାଲି (ରବିବାର) ରାତିରେ ନଗଦ 5 ଲକ୍ଷ ଟଙ୍କା ଧରି ନିଜ ବୁଲେଟରେ ଯାଉଥିବା ବେଳେ ଭିଜିଲାନ୍ସ ଧରିଥିଲା । ରାୟଗଡ଼ା ସହରର ଅରବିନ୍ଦ ନଗରରେ ତାଙ୍କୁ ଧରି ଯାଞ୍ଚ କରିବା ସମୟରେ ତାଙ୍କ ଘରୁ ନଗଦ ବାକି 6 ଲକ୍ଷ ଟଙ୍କା ମିଳିଥିଲା । ଏହାପରେ ତାଙ୍କର ରାୟଗଡ଼ା ସହରରେ ଥିବା ଭଡାଘରେ ଯାଞ୍ଚ କରିଛି ଭିଜିଲାନ୍ସ ଟିମ । କିଶୋର ନାୟକଙ୍କୁ ଅଟକ ରଖି ପଚରା ଉଚରା କରୁଛି ଭିଜିଲାନ୍ସ ।

କିଶୋର ଚନ୍ଦ୍ର ନାୟକଙ୍କ ନବରଙ୍ଗପୁର ସ୍ଥିତ ପୈତୃକ ଘର ଓ ଭୁବନେଶ୍ବର ପାତ୍ରପଡାରେ ତାଙ୍କ ପତ୍ନୀ ରହୁଥିବା ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଯାଞ୍ଚ କରିଛି । ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଜବତ ଟଙ୍କାର ହିସାବ ପ୍ରଦାନ କରିନପାରିବାରୁ କିଶୋରଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ । ବେଆଇନ ଭାବେ ଏହି ଟଙ୍କା ଆୟ କରୁଥିଲେ କିଶୋର । ନବରଙ୍ଗପୁର ବାସଭବନରେ ଚଢାଉ କରିବା ସହିତ ପରିବାର ଲୋକଙ୍କ ପଚରାଉଚରା ଜାରି ରଖିଛି ଭିଜିଲାନ୍ସ ।

ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ରାୟଗୁରୁ କହିଛନ୍ତି, ''କିଛି ଦିନ ତଳେ ତାଙ୍କ ପାଖକୁ ଏକ ଖବର ଆସିଥିଲା କି ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ନାୟକ ହିତାଧିକାରୀଙ୍କୁ ଟଙ୍କା ଆଦାୟ କରୁଥିଲେ । ଏସପିଙ୍କୁ ଘଟଣା ବାବଦରେ ଜଣାଇବା ପରେ ନିର୍ଦ୍ଦେଶାଳୟଙ୍କ ନିର୍ଦ୍ଦେଶରେ ମିଶନ ଆରମ୍ଭ କରିଥିଲେ ଭିଜିଲାନ୍ସ ଟିମ ।'' କିଶୋର ନାୟକ ବୁଲେଟରେ 5 ଲକ୍ଷ ଟଙ୍କା ନେଇ ଯାଉଥିବା ସମୟରେ ତାଙ୍କ ପିଛା କରିଥିଲା ଭିଜିଲାନ୍ସ ଟିମ । ଆଜିକାଲି ଚାଷୀ ହିତାଧୀକାରୀଙ୍କ ଖାତାକୁ ସିଧାସଳଖ ଟଙ୍କା ଯାଉଛି ତେଣୁ ସେ ତାଙ୍କୁ ବିଭିନ୍ନ କଥା କହି ଟଙ୍କା ଆଦାୟ କରୁଥିଲେ । ଅରବିନ୍ଦ ନଗର ନିକଟରୁ ତାଙ୍କୁ ଧରିଥିଲା । ପ୍ରଥମେ କିଶୋରଙ୍କୁ ଅଟକ ରଖି ଜେରା କରିଥିଲା ଭିଜିଲାନ୍ସ । ଏହାପରେ ତାଙ୍କ ବିଭିନ୍ନ ଠିକଣାରେ ଚଢାଉ କରି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗରିଫ କରିଛି ।

ଏହା ବି ପଢନ୍ତୁ...ରାଜନୀତିକୁ ଏଣ୍ଟ୍ରି ମାରିବେ କି ବିଜୟ ମହାପାତ୍ରଙ୍କ ପୁଅ, ସଙ୍କେତ ପରେ ବଢିଲା ଚର୍ଚ୍ଚା

ସୂଚନାଅନୁସାରେ ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ ପଡିବା ଯେପରି ନିତିଦିନିଆ ଘଟଣା ହେବାରେ ଲାଗିଛି । କଳା ଧନ କାରବାର ନେଇ ଜଣେ ପରେ ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ହାବୁଡରେ ପଡୁଛନ୍ତି । ଜାନୁଆରୀ 7 ତାରିଖରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ RWSSର ଅଧୀକ୍ଷକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ ହୋଇଥିଲା। ଯନ୍ତ୍ରୀ ବିଜୟନାନନ୍ଦା ସାହୁଙ୍କ 6ଟି ଠିକଣାରେ ରେଡ କରିଥିଲା ଭିଜିଲାନ୍ସ ।

ଇଟିଭି ଭାରତ, ରାୟଗଡା

Last Updated :Jan 9, 2023, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.