ETV Bharat / state

ଗୋଖାଦ୍ୟ ବୋଝେଇ ଟ୍ରକରେ ମଧ୍ୟପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚାଲାଣ, ରାୟଗଡାରେ ମାଡି ବସିଲା ପୋଲିସ

author img

By

Published : Aug 2, 2023, 12:04 PM IST

Updated : Aug 2, 2023, 12:58 PM IST

police department seized ganja
police department seized ganja

ଗୋଖାଦ୍ୟ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ । ରାୟଗଡା ଜିଲ୍ଲା ଦେଇ ମଧ୍ୟପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚାଲାଣ । ଅଧିକ ପଢନ୍ତୁ

ଟ୍ରକରୁ ଗଞ୍ଜେଇ ଜବତ

ରାୟଗଡା: ପଦ୍ମପୁର ପୋଲିସକୁ ବଡ ସଫଳତା । ଗୋଖାଦ୍ୟ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ । ଗଜପତି ଜିଲ୍ଲାର ଆଡବା ଅଞ୍ଚଳରୁ ରାୟଗଡା ଜିଲ୍ଲା ଦେଇ ମଧ୍ୟପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚାଲାଣ । ଏନେଇ ଜଣେ ଚୋରା ଚାଲାଣକାରୀ ଗିରଫ ସହ ପ୍ରାୟ 750 କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ତେବେ ଅଭିଯୁକ୍ତ ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ଇସଲାମପୁର ଅଞ୍ଚଳର ଇନସାଫ ଅଲି ଖାନ ବୋଲି ଜଣାପଡିଛି ।

ସୂଚନା ମୁତାବକ, ପଦ୍ମପୁର ପୋଲିସ ପକ୍ଷରୁ 326 ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ କରାଯାଉଥିଲା । ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକକୁ ପୋଲିସ ଅଟକାଇ ଯାଞ୍ଚ କରିଥିଲେ । ପୋଲିସର ଯାଞ୍ଚ ସମୟରେ ଉକ୍ତ ଟ୍ରାକରୁ 120 ବସ୍ତା ଗୋଖାଦ୍ୟ ସହ 25ଟି ବ୍ୟାଗରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ 1 କୋଟିରୁ ଊର୍ଦ୍ଧ୍ବ ହେବ । ଘଟଣାସ୍ଥଳରେ ଉକ୍ତ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି ଥାନାକୁ ନିଆଯାଇଥିଲା । ସେହିପରି ପୋଲିସର ତଦନ୍ତ ସମୟରେ ଇନସାଫ ଅଲି ଖାନ ଅନେକ ଥର ଗଜପତି ଏବଂ ରାୟଗଡା ଜିଲ୍ଲାରୁ ବିପୁଳ ଗଞ୍ଜେଇ ଚୋରାରେ ମଧ୍ୟପ୍ରଦେଶକୁ ଚାଲାଣ କରିଥିବା ସ୍ଵୀକାର କରିଛି । ସେହିପରି ଆଡବାର ସଞ୍ଜୀବ ସବରଙ୍କ ଠାରୁ ଏହି ଗଞ୍ଜେଇ ମଧ୍ୟପ୍ରଦେଶର କୈଳାରସ ଗ୍ରାମର ରଜତ ଖାନଙ୍କ ପାଖକୁ ଚାଲାଣ ହେଉଥିବା ନେଇ ଅଭିଯୁକ୍ତ ଇନସାଫ ଅଲି ଖାନ ପୋଲିସକୁ କହିଛି ।

ଏହା ମଧ୍ୟ ପଢନ୍ତୁ - ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣର ମାଧ୍ୟମ ପାଲଟିଛି ରାୟଗଡା ଷ୍ଟେସନ, ଧରାପଡିଲେ ପଶ୍ଚିମବଙ୍ଗ ମହିଳା

ଏହା ମଧ୍ୟ ପଢନ୍ତୁ - ରାୟଗଡାରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଟ୍ରେନ ସିଟ ତଳେ ହେଉଥିଲା ଚାଲାଣ

ତେବେ ଗତକାଲି ପୋଲିସ ଅଭିଯୁକ୍ତ ଇନସାଫ ଅଲି ଖାନକୁ ଗୁଣୁପୁର କୋର୍ଟ ଚାଲାଣ କରିଥିବା ବେଳେ ଏସଡିଜେଏମ ବିଚାର ବିଭାଗୀୟ ହାଜତକୁ ପଠେଇ ଦେଇଛନ୍ତି । ସେପଟେ ପଦ୍ମପୁର ପୋଲିସ ଏହି ମାମଲାରେ ସମ୍ପୃକ୍ତ ଆଡବାର ସଞ୍ଜୀବ ସବର ଏବଂ ମଧ୍ୟପ୍ରଦେଶର କୈଳାରସ ଗ୍ରାମର ରଜତ ଖାନକୁ ଗିରଫ କରିବା ପାଇଁ ଦୁଇଟି ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳକୁ ପଠାଯାଇଥିବା ଜଣାପଡିଛି ।


ଇଟିଭି ଭାରତ, ରାୟଗଡା

Last Updated :Aug 2, 2023, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.