ETV Bharat / state

ପରମ୍ପରା ଓ ବିରତ୍ଵର ନିଆରା ପର୍ବ ଲାଖମରା

author img

By

Published : Oct 7, 2022, 10:41 AM IST

ମା' ମାଣିକେଶ୍ବରୀଙ୍କ ପୀଠରେ ଲାଖମରା ପର୍ବ
ମା' ମାଣିକେଶ୍ବରୀଙ୍କ ପୀଠରେ ଲାଖମରା ପର୍ବ

କାଶୀପୁର ବ୍ଲକରେ ଇଷ୍ଟ ଦେବୀ ମାଆ ମାଣିକେଶ୍ଵରୀଙ୍କ ପୀଠରେ ଲାଖମରା ପର୍ବ । ଚଳିତ ବର୍ଷ କୃତିତ୍ୱ ଅର୍ଜନ କଲେ କାଶିପୁରର ନବ ପ୍ରସାଦ ମିଶ୍ର । ଅଧିକ ପଢନ୍ତୁ

ରାୟଗଡା: ମା' ମାଣିକେଶ୍ବରୀଙ୍କ ପୀଠରେ ଲାଖମରା ପର୍ବ । ଦଶହରା ପୂଜା ପରେ ରାୟଗଡା କାଶୀପୁର ବ୍ଲକରେ ଇଷ୍ଟ ଦେବୀ ମାଆ ମାଣିକେଶ୍ଵରୀଙ୍କ ପୀଠରେ ଲାଖମରା ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜୟା ଦଶମୀ ପରେ ଏଠାରେ ଲାଖମରା ପ୍ରତିଯୋଗିତା ହୋଇଥାଏ । ଚଳିତ ବର୍ଷ କାଶିପୁରର ନବ ପ୍ରସାଦ ମିଶ୍ର ଏଥିରେ କୃତିତ୍ୱ ଅର୍ଜନ କରିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-ଭସାଣି ସମୟରେ କଟକରେ ଗଣ୍ଡଗୋଳ, ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ

ମା' ମାଣିକେଶ୍ବରୀଙ୍କ ପୀଠରେ ଲାଖମରା ପର୍ବ

ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ କାଶିପୁର ବ୍ଲକର ପାରମ୍ପରିକ ପ୍ରଥା ଓ ସଂସ୍କୃତି ଅନନ୍ୟ, ଏଠାରେ ଦଶହରା ପରେ ଇଷ୍ଟ ଦେବୀ ମାଆ ମାଣିକେଶ୍ଵରୀଙ୍କ ପୀଠରେ ଲାଖମରା ପର୍ବ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଏହି ପର୍ବ ଅନୁଷ୍ଠିତ ହୋଇଯାଇଥିଲା । ଲାଖମରା ପର୍ବ ପାଇଁ ଗୋଟିଏ ବିରାଟ ଗଛର ଶୀର୍ଷରେ କାକୁଡି ଟିଏ ପୂଜା କରି ବାଡ଼ିରେ ବନ୍ଧା ଯାଇଥିଲା । ଏହା ପରେ ବର୍ତ୍ତମାନର ରାଜା ଦିବ୍ୟେନ୍ଦୁ କୁମାର ଦେବ ନିଜ ପ୍ରଜା ତଥା ଗ୍ରାମବାସୀଙ୍କ ସହ ମାଣିକେଶ୍ଵରୀ ମନ୍ଦିରରୁ ଏକ ପଟୁଆରରେ ଆସିଥିଲେ । ମାଆଙ୍କ ପୀଠରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଲାଖମରା ପର୍ବ । ଉକ୍ତ ଗଛରେ ବନ୍ଧା ଯାଇଥିବା କାକୁଡିକୁ ଲକ୍ଷ୍ୟ ଭେଦ କରିବା ପାଇଁ ଅନୁମତି ଦେଇଥିଲେ ରାଜା । ଚଳିତ ବର୍ଷ କାଶୀପୁରର ନବ ପ୍ରସାଦ ମିଶ୍ର ଏହି କୃତିତ୍ୱ ଅର୍ଜନ କରିଥିବା ଜଣାପଡ଼ିଛି ।

ପୂର୍ବରୁ ଏହି ପୂର୍ବରୁ ରାଜାଙ୍କ ସୈନ୍ୟ ସାମନ୍ତ ଏହି କ୍ରୀଡ଼ାରେ ଭାଗ ନେଉଥିବା ବେଳେ ଏବେ କିନ୍ତୁ ସମସ୍ତେ ଭାଗ ନେଉଛନ୍ତି । ଏକ କାକୁଡ଼ିକୁ ପ୍ରଥମେ ଧନୁ ଶରରେ ଏବଂ ପରେ ପରେ ଏକ ୨୦୦ ବର୍ଷ ପୁରାତନ ବନ୍ଧୁକ ଯାହାକୁ ବୁଢ଼ା ରାଜା କୁହାଯାଏ ତହିଁରେ ଲକ୍ଷ୍ୟ ଭେଦ କରାଯାଏ । ଯିଏ ପ୍ରଥମେ ଲକ୍ଷ୍ୟ ଭେଦ କରେ ସେହି ବର୍ଷ ଉକ୍ତ ବ୍ୟକ୍ତିଙ୍କୁ ବୀରତ୍ୱର ମୁକୁଟ ସ୍ୱରୂପ ରାଜା ପାଟ ଶାଢୀରେ ଶିରପା ବାନ୍ଧିଥାନ୍ତି । ପୂର୍ବରୁ ଉପହାର ସ୍ଵରୂପ ପାଟ ଦିଆଯାଉଥିବା ବେଳେ ବର୍ତ୍ତମାନ ଧୋତି ଓ ପାଛୁଡ଼ା ଦିଆଯାଉଛି ।


କାଶୀପୁର ନାଗବଂଶୀ ଜମିଦାର ରାଜା ମାନଙ୍କ ଦ୍ଵାରା କାଶୀପୁର ଠାରେ ମାଣିକେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇ ବିଧି ବିଧାନ ପୂର୍ବକ ପୂଜାନୀତି ପ୍ରଚଳିତ ହୋଇ ଆସୁଅଛି । ପ୍ରତିବର୍ଷ ଆଶ୍ୱୀନ ମାସରେ ଦେବୀଙ୍କର ଶାକ୍ତ ନବକଳେବର ସହ ଶାରଦୀୟ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଶାରଦୀୟ ଦୁର୍ଗା ପୂଜାରେ ଏଠାରେ ଦେବୀଙ୍କ ମୁଣ୍ଡବସା ପର୍ବ ମଧ୍ୟ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.