ETV Bharat / state

ଶୀତ ଦିନରେ କିରାଖାଲ ଗାଁରେ ଜଳକଷ୍ଟ, ବିକ୍ଷୋଭ କଲେ ଗ୍ରାମବାସୀ

author img

By

Published : Oct 28, 2022, 10:43 AM IST

ଗାଁରେ ପାଣି ନାହିଁ । ପାଣି ମୁନ୍ଦାଏ ପାଇବା ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏନେଇ ଗତକାଲି(ଗୁରୁବାର) ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗ୍ରାମବାସୀ ବିକ୍ଷୋଭ କରିଛନ୍ତି । ଅଧିକ ପଢ଼ନ୍ତୁ

ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ବିକ୍ଷୋଭ
ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ବିକ୍ଷୋଭ

ରାୟଗଡ଼ା: ଗାଁରେ ପାଣି ନାହିଁ । ପାଣି ମୁନ୍ଦାଏ ପାଇବା ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏନେଇ ଗୁରୁବାର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗ୍ରାମବାସୀ ବିକ୍ଷୋଭ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତ ଅଧୀନସ୍ଥ କିରାଖାଲ୍ ଗ୍ରାମରେ । ଏଠାରେ ଅନେକ ଦିନ ଧରି ପାନୀୟଜଳ ସମସ୍ୟା ଲାଗି ରହିଛି । ଏନେଇ ଗ୍ରାମବାସୀ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ସାଙ୍ଗକୁ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଛି ।

ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ବିକ୍ଷୋଭ

ଉକ୍ତ ଗ୍ରାମରେ ଦୁଇ ଶହରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଗାଁରେ ଲୋକଙ୍କ ପାଇଁ ଦୁଇଟି ନଳକୂପ ରହିଛି । କିନ୍ତୁ ଗୋଟିଏ ନଳକୂପରୁ ପାଣି ବାହାରିବାକୁ ଘଣ୍ଟାଏ ସମୟ ଲାଗୁଛି । ତେଣୁ ପାଖରେ ଥିବା ଅନ୍ୟ ନଳକୂପ ଉପରେ ସାରା ଗାଁର ଲୋକ ନିର୍ଭର କରୁଛନ୍ତି । ଗୋଟିଏ ନଳକୂପରୁ ବାହାରୁ ଥିବା ପାଣି ଗାଁ ଲୋକଙ୍କୁ ନିଅଣ୍ଟ ହେଉଥିବାରୁ ସୋଲାର ସାହାଯ୍ୟରେ ଜଳ ଯୋଗାଣ କିମ୍ବା ନୂତନ ନଳକୂପ ନିର୍ମାଣ କରି ଦେବାକୁ କିରାଖାଲ୍ ଗ୍ରାମବାସୀ ଦାବି କରିଛନ୍ତି । ଗ୍ରାମବାସୀଙ୍କ ଠାରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିଯୋଗ ପାଇବା ପରେ ଆସନ୍ତା ଶନିବାର ଦିନ ବିଭାଗୀୟ ଯନ୍ତ୍ରୀ କିରାଖାଲ୍ ଗାଁକୁ ଯାଇ ନିଜେ ସ୍ଥିତି ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.