ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଡଙ୍ଗରିଆ ଦିବ୍ୟାଙ୍ଗ ମହିଳା

author img

By

Published : Sep 4, 2021, 9:27 AM IST

ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଡଙ୍ଗରିଆ ଦିବ୍ୟାଙ୍ଗ ମହିଳା

ରାୟଗଡ ଜିଲ୍ଲା ନିୟମଗିରି କୁର୍ଲି ପଞ୍ଚାୟତ ଉପରଗୁମ୍ମାର ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ସାତ ସପନ ପାଲଟିଛି ସରକାରୀ ଯୋଜନା । ସ୍ଥାନୀୟ ଯୁବକଙ୍କ ସହାୟତାରେ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ଜଣାଇଲେ । ଅଧିକ ପଢନ୍ତୁ...

ରାୟଗଡା: ଆଦିମ ଜନଜାତିଙ୍କ ପାଇଁ ସରକାରଙ୍କ ଯୋଜନାର ଅଭାବ ନାହିଁ ସତ ହେଲେ ପ୍ରକୃତ ପକ୍ଷେ ଏସବୁ ଯୋଜନା ହିତାଧିକାରୀଙ୍କ ପାଖରେ ଠିକ ଭାବେ ପହଞ୍ଚି ପାରୁନି । ଏପରି ଅବହେଳା ରାୟଗଡା ଜିଲ୍ଲା ନିୟମଗିରି ନିରୀହ ଆଦିମ ଜନଜାତି ମହିଳା ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏହି ଚିତ୍ରକୁ ଦେଖିଲେ ଯେ କେହି ବି କହିବ କିଭଳି ଚାଲିଛି ଆଦିମ ଜନଜାତିଙ୍କ ଇଲାକାରେ ସରକାରଙ୍କ ଯୋଜନା ।

ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଡଙ୍ଗରିଆ ଦିବ୍ୟାଙ୍ଗ ମହିଳା

ରାୟଗଡ ଜିଲ୍ଲା ନିୟମଗିରି କୁର୍ଲି ପଞ୍ଚାୟତ ଉପରଗୁମ୍ମାର ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର କ୍ରିମିଟି ସିକକ୍କା, ଯିଏକି ନା ଓଡ଼ିଆ ବୁଝନ୍ତି ନା କହିପାରନ୍ତି । ଗୋଟିଏ ଆଖି ସମ୍ପୂର୍ଣ୍ଣ ଦେଖା ଯାଉ ନ ଥିବାବେଳେ ଗୋଟିଏ ଗୋଡ ମଧ୍ୟ କାମ କରୁନି । ଫଳରେ ଛୋଟେଇ ଛୋଟେଇ ଚାଲୁଛନ୍ତି କ୍ରିମିଟି । ଦୁର୍ଭାଗ୍ୟର ବିଷୟ ଏଯାବତ ସରକାରଙ୍କ ତରଫରୁ ତାଙ୍କୁ ନା ମିଳିଛି ଦିବ୍ୟାଙ୍ଗ ପ୍ରମାଣ ପତ୍ର ନା ପାଇ ପାରିଛନ୍ତି ସରକାରୀ ସହାୟତା ।

ଫଳରେ ଦିବ୍ୟାଙ୍ଗ ଭତ୍ତାରୁ ବଞ୍ଚିତ କ୍ରିମିଟି । ପାଠ ପଢିନଥିବା କ୍ରିମିଟି ସିକକ୍କାକୁ ସହଯୋଗର ହାତ ବଢ଼ାଇଛନ୍ତି ଜଣେ ସ୍ଥାନୀୟ ଯୁବକ ଉମାଶଙ୍କର କନ୍ଧ ପାଣି । ଯୁବକ ଜଣକ ତାଙ୍କୁ ସାଙ୍ଗରେ ଆଣି ଜିଲ୍ଲାପାଳଙ୍କ ନିକଟରେ ସମସ୍ୟା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲାପାଳ BDOଙ୍କୁ ଅବଗତ କରାଯାଇଛନ୍ତି ଶୀଘ୍ର ବ୍ୟବସ୍ଥା କରାଯିବା ନେଇ ପ୍ରତିଶୃତି ପାଇଥିବା କହିଛନ୍ତି ଉମାଶଙ୍କର । ଅନ୍ୟପଟେ ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରୟା ମିଳିପାରିନହିଁ ।


ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.