ETV Bharat / state

ମହିଳା T-20 ବିଶ୍ବକପ: ରାୟଗଡାରେ ବେଟିଂ ଲଗାଇ 3 ଗିରଫ

author img

By

Published : Mar 10, 2020, 1:14 PM IST

Updated : Mar 10, 2020, 1:20 PM IST

ବିଶ୍ବକପ କ୍ରିକେଟ ମ୍ୟାଚ ଟି-20 ପାଇଁ ରାୟଗଡର ଗୁଣପୁରରେ ଲାଗିଛି ବାଜି । ମ୍ୟାଚ ସମୟରେ ବେଟିଂ ଲଗାଇ ଗିରଫ ହେଲେ 3 ଅଭିଯୁକ୍ତ ।

ରାୟଗଡାରେ ବେଟିଂ ଲଗାଇ 3 ଗିରଫ
ରାୟଗଡାରେ ବେଟିଂ ଲଗାଇ 3 ଗିରଫ

ରାୟଗଡା: ବିଶ୍ବକପ କ୍ରିକେଟ ମ୍ୟାଚ ଟି-20 ପାଇଁ ରାୟଗଡର ଗୁଣପୁରରେ ଲାଗିଛି ବାଜି । ମହିଳା ବିଶ୍ବକପ ମ୍ୟାଚ ସମୟରେ ଚାଲିଥିଲା ଜୁଆ ଖେଳ । ଅନଲାଇନରେ ବାଜି ଲଗାଇ ଲକ୍ଷାଧିକ ଟଙ୍କାର ବେଟିଙ୍ଗ କରୁଥିଲେ ଅଭିଯୁକ୍ତ । କୌଣସି ଏକ ସୂତ୍ରରୁ ପୋଲିସ ଏନେଇ ଖବର ପାଇ ଚଢାଇ କରିବା ପରେ 3 ଜଣକୁ ଗିରଫ କରିଛି । ସେମାନଙ୍କ ଠାରୁ 1ଲକ୍ଷ 26 ହଜାର ଟଙ୍କା, 9ଟି ମୋବାଇଲ ଓ 2ଟି ବାଇକ ସହ 3ଟି ଏଟିଏମ କାର୍ଡ ଜବତ କରିଛି ।

ରାୟଗଡାରେ ବେଟିଂ ଲଗାଇ 3 ଗିରଫ

ଶୁଭଦ୍ରାପୁରର ପି ଈଶ୍ବର ରାଓ, ଜେଲପଟା ସାହିର ଡି ରମେଶ ଓ ବାଉରୀ ସାହିର ସନ୍ତୋଷ ବାଉରୀଙ୍କୁ ଗିରଫ କରାଯାଇଛି । ଅନ୍ୟ 12 ଜଣ ଜୁଆଡି ଫେରାର ଥିବା ଜଣାପଡିଛି । ତେବେ ଅନ୍ୟମାନଙ୍କୁ ଖୁବ ଶୀଘ୍ର ଧରା ଯିବ ବୋଲି କହିଛନ୍ତି ଗୁଣପୁର ଏସଡିପିଓ ରାଜକିଶୋର ଦାସ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Mar 10, 2020, 1:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.