ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

author img

By

Published : Oct 14, 2021, 12:41 PM IST

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ଥାନା ଅଞ୍ଚଳରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଛି । ଗତକାଲିରୁ ନିଖୋଜ ଥିଲେ ଯୁବକ ଜଣକ । ଅଧିକ ପଢନ୍ତୁ...

ପୁରୀ: ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ଥାନା ଗଣେଶ୍ୱରପୁର ପଞ୍ଚାୟତ ଲୁଣଭାର ଗ୍ରାମ ପୋଖରୀରୁ ଉଦ୍ଧାର ହୋଇଛି ମୃତଦେହ । ପୋଖରୀରେ ମୃତଦେହ ଭାସୁଥିବାର ଦେଖି ଗ୍ରାମବାସୀ ଗୋପ ପୋଲିସକୁ ଖବର ଦେଇଥିଲେ l

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି । ମୃତ ଯୁବକ ଜଣକ ଗଣେଶ୍ୱରପୁର ପଞ୍ଚାୟତ ନାଥ ସାହି ଗ୍ରାମର ବୃନ୍ଦାବନ ନାଥ ବୋଲି ଜଣାପଡିଛି l ସୂଚନା ଅନୁସାରେ ନାଥ ସାହି ଗ୍ରାମର ମୃତ ବୃନ୍ଦାବନ ଜଣେ ଦିନ ମଜୁରିଆ । ପ୍ରତ୍ୟେକ ଦିନ ପରି ଗତକାଲି(ବୁଧବାର) କାମକୁ ଯାଇଥିଲେ ବୃନ୍ଦାବନ । ମାତ୍ର ଆଉ ଘରକୁ ଫେରିନଥିଲେ । ଘର ଲୋକେ ରାତିସାରା ଖୋଜା ଖୋଜି କରି ନିରାଶ ହୋଇଥିଲେ ।

ଆଜି(ଗୁରୁବାର) ସକାଳୁ ମୃତଦେହ ଲୁଣଭାରଗ୍ରାମର ଏକ ପୋଖରୀରୁ ଉଦ୍ଧାର ହୋଇଛି । ତେବେ ପୋଷ୍ଟମଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଗୋପ ପୋଲିସ କହିଛି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.