ETV Bharat / state

ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର, ରତ୍ନ ଭଣ୍ଡାର ପ୍ରସଙ୍ଗରେ ବର୍ଷିଲେ

author img

By

Published : Jul 7, 2023, 8:46 PM IST

union minister bishweswar tudu visits puri
ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ । ୫T ସଚିବଙ୍କ କାର୍ଯ୍ୟଧାରାକୁ ନେଇ କଲେ ସମାଲୋଚନା । ଅଧିକ ପଢ଼ନ୍ତୁ

ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

ପୁରୀ: ଦିନିକିଆ ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଜିଲ୍ଲା ଗସ୍ତରେ ଆସି ବିଜେପିର ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସମ୍ପର୍କରେ ବେଶ ଗୁରୁତ୍ୱପୂର୍ଣ୍ଣ ମତ ଦେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ।

ରତ୍ନ ଭଣ୍ଡାର ସୁରକ୍ଷା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ସେ ଆହୁରି ମଧ୍ୟ କହିଛନ୍ତି, "ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଯାଞ୍ଚ ସହ ରତ୍ନ ଭଣ୍ଡାର ମରାମତି କରାଯିବା ଦରକାର । ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବା ଉଚିତ । ମହାପ୍ରଭୁ ହେଉଛନ୍ତି ଆମ ଓଡ଼ିଆ ଜାତିର ସମ୍ମାନ । ଏଣୁ ତାଙ୍କ କାର୍ଯ୍ୟରେ କୌଣସି ଅବହେଳା ଉଚିତ ନୁହେଁ । ଏ ସମ୍ପର୍କରେ କିଛି ତଥ୍ୟ ସଂଗ୍ରହ ପରେ ରତ୍ନ ଭଣ୍ଡାର କିଭଳି ଖୋଲା ଯିବ । ଏହାର ମରାମତି କିଭଳି ହେବ ସେନେଇ ସେ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ।"



ଏହା ମଧ୍ୟ ପଢ଼ନ୍ତୁ: Ratna Bhandar Issue: ପୁଣି ଉଠିଲା ଦାବି, ଦୁର୍ମୂଲ୍ୟ ଅଳଙ୍କାର ଭର୍ତ୍ତି ରତ୍ନ ଭଣ୍ଡାର ଖୋଲିବେ ତ ସରକାର ?

ସେପଟେ ୫T ସଚିବଙ୍କ କାର୍ଯ୍ୟଧାରାକୁ କେନ୍ଦ୍ରମନ୍ତ୍ରୀ ସମାଲୋଚନା କରିଛନ୍ତି । "ଦେଶରେ ଗଣତନ୍ତ୍ରରେ ଅନେକ ବିଧି ରହିଛି । ହେଲେ ଓଡ଼ିଶା ସରକାର ଏହାକୁ ଉଲ୍ଲଂଘନ କରିବା ଅତି ଦୁର୍ଭାଗ୍ୟ ଜନକ ବୋଲି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି । ସର୍ଭିସ୍ ରୁଲ ଉଲ୍ଲଂଘନ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି । ହେଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ନେଇ କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଜଣେ ନିର୍ବାଚିତ ସରକାର ଯେଭଳି ବିଧି ବିଧାନ ଉଲ୍ଲଂଘନ କରି ମନୋମୁଖୀ କାର୍ଯ୍ୟ କରୁଛନ୍ତି ତାହାର ଜବାବ ଓଡିଶାବାସୀ ଦେବେ । ମୁଖ୍ୟ ଶାସନ ସଚିବଙ୍କ ସତ୍‌ସାହସ ନ ଥିବାରୁ କେନ୍ଦ୍ର ଚିଠି ପରେ ମଧ୍ୟ କୌଣସି ପଦକ୍ଷେପ ନେଇ ପାରୁନାହାନ୍ତି । ଅବସର ପରେ ଅନ୍ୟ ପଦ ପଦବୀରେ ରହିବା ପାଇଁ ଲାଳାୟିତ ଥିବାରୁ ପଦକ୍ଷେପ ନେଉନାହାନ୍ତି ।" ତେବେ ୫T ସଚିବଙ୍କୁ ଅଣ୍ଡାମାଡ଼ ଘଟଣାରେ କେନ୍ଦ୍ରମନ୍ତ୍ରୀ ତତ୍ସଲ୍ୟ କରି କହିଛନ୍ତି ଯେ, "ଶ୍ରବଣ ମାସ ଚାଲିଥିବାରୁ କେହି ଅଣ୍ଡା ଖାଉ ନାହାନ୍ତି । ଅଣ୍ଡା ପଡି ରହିବା ଅପେକ୍ଷା କିିଛି କାମରେ ଲାଗୁ ବୋଲି ଲୋକ ଭାବୁଛନ୍ତି ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.