ETV Bharat / state

ନୋ ଭେଣ୍ଡିଂ ଜୋନ୍ ହେବ ବଡଦାଣ୍ଡ, ଶୃଙ୍ଖଳାରେ ଦର୍ଶନ କରିବେ ଭକ୍ତ

author img

By ETV Bharat Odisha Team

Published : Dec 7, 2023, 6:28 AM IST

ନୋ ଭେଣ୍ଡିଂ ଜୋନ୍ ହେବ ଶ୍ରୀମନ୍ଦିର ବଡଦାଣ୍ଡ । ଭକ୍ତଙ୍କ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିଆଯାଉଛି ପଦକ୍ଷେପ । ଉଠା ଦୋକାନୀଙ୍କୁ ହଟାଯାଇ କରାଯାଉଛି ଥିଥାନ । ଅଧିକ ପଢ଼ନ୍ତୁ

ନୋ ଭେଣ୍ଡିଂ ଜୋନ୍ ହେବ ଶ୍ରୀମନ୍ଦିର ବଡଦାଣ୍ଡ
ନୋ ଭେଣ୍ଡିଂ ଜୋନ୍ ହେବ ଶ୍ରୀମନ୍ଦିର ବଡଦାଣ୍ଡ

ନୋ ଭେଣ୍ଡିଂ ଜୋନ୍ ହେବ ଶ୍ରୀମନ୍ଦିର ବଡଦାଣ୍ଡ

ପୁରୀ: ନୋ ଭେଣ୍ଡିଂ ଜୋନ୍ ହେବ ଶ୍ରୀମନ୍ଦିର ବଡଦାଣ୍ଡ । ଭକ୍ତଙ୍କ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିଆଯାଉଛି ପଦକ୍ଷେପ । ପ୍ରାରମ୍ଭିକ ପର୍ଯ୍ୟାୟରେ ମରଚିକୋଟ ଛକରୁ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରୁ ହଟାଯାଇଛି ଉଠା ଦୋକାନ । ମରଚିକୋଟ ଛକର ଉଭୟ ପାର୍ଶ୍ୱରେ ଥିବା ପାଞ୍ଚଶହରୁ ଉର୍ଦ୍ଧ୍ବ ଉଠା ଦୋକାନକୁ ହଟାଯାଇ ସେମାନଙ୍କୁ ଜଗନ୍ନାଥ ବଲ୍ଲଭରେ ଭେଣ୍ଡିଂଜୋନ୍ କରାଯାଇ ଥଇଥାନ କରାଯିବ । ଆଉ ଏବେ କ୍ଷତିପୂରଣ ବାବଦରେ ଦୋକାନ ପିଛା ମାସିକ ୧୫ହଜାର ଟଙ୍କା ଦୁଇମାସ ପ୍ରଦାନ କରାଯିବ ।

ତେବେ ପୁରୀ ବଡ଼ଦାଣ୍ଡକୁ ଭେଣ୍ଡିଂ ଜୋନ ମୁକ୍ତ କରିବା ପାଇଁ ଉଠା ଦୋକାନୀଙ୍କୁ ହଟାଇ ସେମାନଙ୍କୁ ଅନ୍ୟ ଏକ ଯାଗାରେ ଥଇଥାନ କରିବା ପାଇଁ ପଦକ୍ଷପ ନେଉଛନ୍ତି । ହେଲେ ସରକାରଙ୍କ ଥଇଥାନ ନିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉଠା ଦୋକାନୀ । ତେବେ ସରକାର ଉଠା ଦୋକାନୀମାନଙ୍କୁ ଯେଉଁଠାରେ ଥଇଥାନ କରିବା ପାଇଁ ନେଉଛନ୍ତି ସେଠାରେ ବଡଦାଣ୍ଡ ଭଳି ବେପାର ହେବନାହିଁ । ଏଣୁ ମାର୍କେଟ ଛକରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଉଠା ଦୋକାନକୁ ଉଚ୍ଛେଦ କରାଯାଉ । ଆଉ ସଠିକ ଥଇଥାନ ଅବଲମ୍ବନ କରାଯାଉ ବୋଲି ଦାବି କରିଛନ୍ତି ଉଠା ଦୋକାନୀ ସଂଘ ।

ଏହା ମଧ୍ୟ ପଢ଼ନ୍ତୁ....ରତ୍ନଭଣ୍ଡାର ଲେଜର ସ୍କାନିଂ ଶେଷ, ଶ୍ରୀମନ୍ଦିର ପ୍ରଶାସନ ଓ ASI ମଧ୍ୟରେ ବସିଲା ବୈଠକ

ସେପଟେ ସମସ୍ତଙ୍କ ସହମତିରେ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆରମ୍ଭ ହେଉଛି ସେଣ୍ଟ୍ରାଲ ଏସି ଛାୟାପଥ ସେଡ୍ ନିର୍ମାଣ ପ୍ରକ୍ରିୟା । ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ଆରମ୍ଭ ହେଉଛି ଲ୍ଯାଣ୍ଡ ସର୍ଭେ । ଡିଜାଇନ ଅନୁସାରେ ୮୪ ମିଟର ଲମ୍ବାର ଏହି ଟନେଲ ମରଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ଯାଳୟ ପର୍ଯ୍ୟନ୍ତ ହେବ । ଏହି ଟନେଲଟି ବଡ଼ଦାଣ୍ଡର ଶ୍ରୀକୃଷ୍ଣ ସିନେମା ହଲ୍‌ ଗଳି ପାର୍ଶ୍ୱରେ ନିର୍ମାଣ କରାଯିବ । ଉଚ୍ଚ ନ୍ୟାୟଳୟ ବଡଦାଣ୍ଡରେ ଭେଣ୍ଡିଂ ଜୋନକୁ ବ୍ୟାନ୍‌ କରିଛନ୍ତି । ଓବିସିସି ପକ୍ଷରୁ ଏନେଇ ଠିକାସଂସ୍ଥା ଦ୍ୱାରା ସର୍ଭେ କରାଯାଇ ନିର୍ମାଣ ଆରମ୍ଭ କରାଯିବ । ତେବେ ଡିସେମ୍ବର ୨୫ ସୁଦ୍ଧା ଏହି କାର୍ଯ୍ଯ ସାରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏହାଦ୍ବାରା ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ.....ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ, ସ୍ଥିତି ପରଖିଲେ ପାଣ୍ଡିଆନ

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.