ETV Bharat / state

ସରିଲା ଲୋକାର୍ପଣ, ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା

author img

By ETV Bharat Odisha Team

Published : Jan 18, 2024, 2:48 PM IST

Updated : Jan 18, 2024, 4:20 PM IST

Pada Yatra Begins in Puri: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରେ ବିଜେଡି ପକ୍ଷରୁ ଅନୁଷ୍ଠିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା

ପୁରୀ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବୁଧବାର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାକୁ ପରିକ୍ରମା କରିବାକୁ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା । ଏଥିରେ 10 ହଜାରରୁ ଅଧିକ ଛାତ୍ର ଓ ଯୁବ ବିଜେଡି କର୍ମୀ, ନେତା ସାମିଲ ହୋଇଥିଲେ। ପୁରୀ ଵୀରହରେକୃଷ୍ଣ ଛକରୁ ଆରମ୍ଭ ହୋଇଥିଲା ଏହି ଯାତ୍ରା । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା ପାରମ୍ପାରିକ ବାଦ୍ୟ କୀର୍ତ୍ତନ ସହିତ ଆରମ୍ଭ ହୋଇଥିବା ବେଳେ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ପୁରୀ ଵୀରହରେକୃଷ୍ଣ ଛକରୁ ଆରମ୍ଭ ହୋଇଥିବା ବେଳେ ବଡଦାଣ୍ଡ ଦେଇ ଶ୍ରୀ ମନ୍ଦିର ପହଞ୍ଚିଥିଲା । ପରେ ଏହି ଶୋଭାଯାତ୍ରା ଶ୍ରୀ ମନ୍ଦିର ପରିକ୍ରମା କରିଥିଲା । ଏହି କାର୍ଯକ୍ରମ ରେ ବିଜେଡ଼ିରର ବରିଷ୍ଠ ନେତା ଓ ଯୁବ ନେତା ଯୋଗଦେଇଥିଲେ ।

ଏନେଇ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି, "ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଐତିହାସିକ ପ୍ରକଳ୍ପ। ଓଡ଼ିଆ ଜାତିର ଆରାଧ୍ୟା ଦେବତା ଶ୍ରୀଜଗନ୍ନାଥ ଧାମର ବିକାଶ ଓ ଭକ୍ତଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ନିର୍ମାଣ କରିଛନ୍ତି। ଯାହାକୁ ସାରା ବିଶ୍ଵରେ କୋଟି କୋଟି ଜଗନ୍ନାଥ ପ୍ରେମୀ ପ୍ରଶଂସା କରୁଛନ୍ତି । ଏହା ଦ୍ବାରା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀ ମନ୍ଦିର ପରିକ୍ରମା କରି ଏକ ନିଆରା ଅନୁଭୂତି ପାଇବେ ।"

ଅନ୍ୟପଟେ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟ କହିଛନ୍ତି, "ମହାପ୍ରଭୁଙ୍କ କୃପାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଫଳ ହୋଇଛି । କୋଟି କୋଟି ଭକ୍ତ ଯେଭଳି ବିନା ଦ୍ବିଧାରେ ମହାପ୍ରଭୁଙ୍କୁ ଦର୍ଶନ କରି ଆନନ୍ଦରେ ପ୍ରତ୍ୟାବର୍ତ୍ତନ କରନ୍ତୁ ସେ ନେଇ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ପ୍ରତି ଜିଲ୍ଲାରୁ ପୁରୀକୁ ଗମନା ଗମନ ସୁଗମ କରିବା ପାଇଁ ଭକ୍ତଙ୍କ ଉଦେଶ୍ୟରେ ଅତ୍ୟାଧୁନିକ ବସ ସେବା ଆରମ୍ଭ କରିଛନ୍ତି । ଯାହାକି ଆଗାମୀ ଦିନରେ ଭକ୍ତଙ୍କୁ ବେଶ୍ ସହାୟକ ହେବ। "

ଏହା ମଧ୍ୟ ପଢନ୍ତୁ: ଅପେକ୍ଷାର ଅନ୍ତ; ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପୂର୍ଣ୍ଣାହୁତି ଦେଲେ ଗଜପତି

ବିଜୁ ଯୁବ ଜନତା ଦଳର ରାଜ୍ୟ ଉପ ସଭାପତି ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "ପୁରୀକୁ ଆସୁଥିବା ଭକ୍ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦ୍ୱାରା ଏକ ନୂଆ ଅନୁଭୂତି ପାଇବେ। ପୁରୀ ଧାମ ବୁଲି ନିଜ ଅଞ୍ଚଳକୁ ଯାଇ ଜଗନ୍ନାଥ୍ ଧାମର ନୂତନ କଳେବର ଉପରେ ବାର୍ତ୍ତା ଦେବେ । " ପରିକ୍ରମା ପ୍ରକଳ୍ପ ବିଶେଷ କରି ପରିକ୍ରମା ପାଇଁ ପ୍ରଶସ୍ତ ରାସ୍ତା, ସୁନ୍ଦର ଉଦ୍ୟାନ, ବସିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା, ମଠ ମନ୍ଦିରର ପୁନରୁଦ୍ଧାର, ନୂତନ ଭବେ ହୋଇଥିବା କଳା କାରୁକାର୍ଯ୍ୟକୁ ଦେଖି ଭକ୍ତମାନେ ବେଶ ଖୁସି ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସତଚରେ ପ୍ରଶଂସାଯୋଗ୍ୟ କହିଲେ ଯୁବ ବିଜେଡି ନେତା ବ୍ୟୋମକେଶ ରାୟ ।

ଇଟିଭି ଭାରତ, ପୁରୀ

Last Updated : Jan 18, 2024, 4:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.