ETV Bharat / state

ସଶକ୍ତ ହେବ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା, ସ୍ବତନ୍ତ୍ର ବାଟାଲିୟନକୁ ଅନୁମୋଦନ

author img

By ETV Bharat Odisha Team

Published : Dec 25, 2023, 8:05 PM IST

Special security forces to deploy at Sri Mandir
Special security forces to deploy at Sri Mandir

Special security forces to deploy at Sri Mandir: ସଶକ୍ତ ହେବ ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା । ସ୍ବତନ୍ତ୍ର ବାଟାଲିୟନକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଭୁବନେଶ୍ବର: ସଶକ୍ତ ହେବ ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା । ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟନ ମୁତୟନ ହେବେ । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଏଥିଲାଗି ୧୧୯୦ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ ବୋଲି ସୂଚନା ମିଳିଛି ।

  • CM @Naveen_Odisha has approved creation of a dedicated Special Security Battalion for providing full-proof security to Shri Jagannath Temple, Puri, crowd management and devotee facilitation. The decision was taken on basis of the feedback given by Chairman of #5T and… pic.twitter.com/CnJa6HdutB

    — CMO Odisha (@CMO_Odisha) December 25, 2023 " class="align-text-top noRightClick twitterSection" data=" ">

ବିଶ୍ବପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଅଧିକ ମଜଭୁତ ହେବ । ରାଜ୍ୟ ସରକାର ଏଥିଲାଗି ପଦକ୍ଷେପ ନେଇଛନ୍ତି । ଏଥି ପାଇଁ ସ୍ବତନ୍ତ୍ର ବାଟାଲିୟନ ଗଠନ ହେବ । ସମସ୍ତଙ୍କ ସହ ଆଲୋଚନା ପରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଦେଇଥିବା ମତାମତକୁ ଭିତ୍ତି କରି ଏକ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ସୁରକ୍ଷା ବ୍ୟବସ୍ଥାରେ ୧୧୯୦ ଜଣ ସୁରକ୍ଷାକର୍ମୀ ମୁତୟନ ହେବେ । ଯେଉଁମାନେ କି ଭକ୍ତଙ୍କୁ ସୁରକ୍ଷିତ ଭାବେ ଦର୍ଶନ କରାଇବାରେ ସହାୟ‌କ ହେବେ । ଏଥି ସହିତ ସ୍ବତନ୍ତ୍ର ବାଟାଲିୟନରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନେ ଭିଡ଼ ନିୟନ୍ତ୍ରଣ କରିବେ । ସ୍ବତନ୍ତ୍ର ବାଟାଲିୟନ ପୁରୀ ଏସପିଙ୍କ ଅଧୀନରେ କାମ କରିବ ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ଆସୁଥିଲେ ସାବଧାନ ! ଜାନୁଆରୀ ପହିଲାରୁ ଡ୍ରେସକୋଡ ନିୟମ କଡ଼ାକଡ଼ି

ଶ୍ରୀମନ୍ଦିର ସମସ୍ତ ହିନ୍ଦୁ ସମାଜର ଧର୍ମୀୟ ଭାବନା ସହିତ ଜଡିତ । ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରୀମନ୍ଦିର ଆସନ୍ତି । କୋଭିଡ ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଦିନ ପ୍ରାୟ ୫୦ ହଜାର ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି । ସପ୍ତାହନ୍ତ କିମ୍ବା ଗୁରୁତ୍ବପୂର୍ଣ୍ଣ ଧର୍ମୀୟ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦୁଇରୁ ତିନି ଗୁଣା ବୃଦ୍ଧି ହୋଇଯାଏ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକାରୀ ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ନେଇ ଅତୀତରେ ବିଭିନ୍ନ ସମୟରେ ଅଭିଯୋଗ ହୋଇଛି । ବିଗତ ଦିନରେ ଭକ୍ତମାନଙ୍କର ପ୍ରବଳ ଭିଡ଼ କାରଣରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଭିଡ଼ ଭିତରେ ଭକ୍ତମାନେ ଆହତ ମଧ୍ୟ ହୋଇଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି । ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ବାଟାଲିୟନ ମୁତୟନ ହେବା ଦ୍ବାରା ଉଭୟ ଭକ୍ତ ଓ ସେବାୟତ ଉପକୃତ ହେବେ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.