ETV Bharat / state

ପୁରୀରୁ ପୁଣି ଜବତ ହେଲା ବ୍ରାଉନ ସୁଗାର, 4 ଗିରଫ

author img

By

Published : Oct 31, 2022, 11:10 PM IST

ପୁରୀରୁ ପୁଣି ଜବତ ହେଲା ବ୍ରାଉନ ସୁଗାର, 4 ଗିରଫ
ପୁରୀରୁ ପୁଣି ଜବତ ହେଲା ବ୍ରାଉନ ସୁଗାର, 4 ଗିରଫ

ପୁରୀରୁ ପୁଣି ଜବତ ହେଲା ବ୍ରାଉନ ସୁଗାର । ପୁରୀ ବାସେଳୀ ସାହି ଥାନା ଅଧିନ ମଙ୍ଗଳାଘାଟ ଛକ ନିକଟରେ ଜବତ ହେଲା ବ୍ରାଉନ ସୁଗାର । ଅଧିକ ପଢନ୍ତୁ

ପୁରୀ: ପୁରୀରୁ ପୁଣି ଜବତ ହେଲା ଧଳାଜହର । ଏନେଇ ବାସେଳୀ ସାହି ଥାନା ପୋଲିସକୁ ମିଳିଛି ବଡ ସଫଳତା । ୮୯୦ ଗ୍ରାମ ବ୍ରାଉନ ସୁଗାର ଜବତ ସହ 4ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୁଲ୍ୟ ୯୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏନେଇ ଗିରଫ ଅଭିଯୁକ୍ତ ମାନେ ହେଲେ ପଶ୍ଚିମ ବଙ୍ଗର ହସନ୍ ଅଲ୍ଲି, ଅଜିଜୁର୍ ରେହମାନ୍, ଖୋର୍ଦ୍ଧା ଜିଲ୍ଲା ତରବୋଇର ଆଜାଦ୍ ଅଲ୍ଲି, ଜଗତସିଂହପୁର ମାଛ ଗାଁ ର ବିପ୍ଳବ ମଲ୍ଲିକ୍ ।

ପୁରୀରୁ ପୁଣି ଜବତ ହେଲା ବ୍ରାଉନ ସୁଗାର, 4 ଗିରଫ

ସୂଚନା ଅନୁଯାୟୀ, ଆଜି ସକାଳେ ପୁରୀ ବାସେଳୀ ସାହି ଥାନା ଅଧିନ ମଙ୍ଗଳାଘାଟ ଛକ ନିକଟରେ ଥିବା ସ୍ବରେଜ ବୋର୍ଡ ଟ୍ରିଟମେଣ୍ଟ ପ୍ଲାଣ୍ଟ ଠାରେ ଏହି ଅଭିଯୁକ୍ତ ମାନେ ବ୍ରାଉନ ସୁଗାର ଚାଲାଣ କରୁଥିବା ନେଇ ପୋଲିସ ପାଖରେ ବିଶେଷ ସୂତ୍ରରୁ ଖବର ପହଞ୍ଚିଥିଲା । ଘଟଣାସ୍ଥଳରେ ବାସେଳୀ ସାହି ଥାନା ପୋଲିସ ପହଞ୍ଚି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଏଥିସହ ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୧୧ ହଜାର ୫ଶହ ଟଙ୍କା, ୯ଟି ଦାମି ମୋବାଇଲ୍, ଗୋଟିଏ ଚାରିଚକିଆ ଯାନ ସହ ଗୋଟିଏ ବୁଲେଟ ମୋଟର ସାଇକେଲ ଜବତ କରିଛି ପୋଲିସ ।

ତେବେ ଏହି ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ଆନ୍ତଃ ରାଜ୍ୟ ବ୍ରାଉନ ସୁଗାର ଚାଲାଣକାରୀ ଥିବା ବେଳେ ଦୁଇଜଣ ଆନ୍ତଃ ଜିଲ୍ଲା ଚାଲାଣକାରୀ ଥିବା ପୋଲିସ କହିଛି । ଏହି ଅଭିଯୁକ୍ତଙ୍କ ଆଉ କାହା ସହ ଲିଙ୍କ ରହିଛି ଏବଂ ଆଗରୁ ଅନ୍ୟ ଥାନାରେ କିଛି ମାମଲା ରହିଛି କି ନାହିଁ ସେନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ବାସେଳୀ ସାହି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.