ETV Bharat / state

ଗୋପରେ ୨ ବିଜେଡି଼ ଗୋଷ୍ଠୀ ମୁହାଁମୁହିଁ, ହଟହଟା ଗଣଶିକ୍ଷା ମନ୍ତ୍ରୀ

author img

By

Published : Feb 7, 2022, 5:05 PM IST

ଗୋପରେ ୨ ବିଜେଡି଼ ଗୋଷ୍ଠୀ ମୁହାଁମୁହିଁ, ହଟହଟା ଗଣ ଶିକ୍ଷାମନ୍ତ୍ରୀ
ଗୋପରେ ୨ ବିଜେଡି଼ ଗୋଷ୍ଠୀ ମୁହାଁମୁହିଁ, ହଟହଟା ଗଣ ଶିକ୍ଷାମନ୍ତ୍ରୀ

ପୁରୀ ଗୋପ ବ୍ଲକରେ ୨ ବିଜେଡ଼ି ଗୋଷ୍ଠୀ ମୁହାଁମୁହିଁ ହୋଇଥିବାବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ହଟହଟା ହୋଇଛନ୍ତି । ଅଧିକ ପଢନ୍ତୁ

ପୁରୀ: ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ହଟହଟା । ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ ଗୋପ ବ୍ଲକ ନାଗପୁର ପଞ୍ଚାୟତରେ ବିଜେଡ଼ି ପକ୍ଷରୁ ୨ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ତେବେ ମନ୍ତ୍ରୀ ବିଜେଡି଼ ସମର୍ଥିତ ସରପଞ୍ଚ ପାର୍ଟି ଅଫିସକୁ ଉଦଘାଟନ କରିବାକୁ ଆସିଥିବା ସମୟରେ ଅନ୍ୟ ଏକ ଗୋଷ୍ଠୀ କର୍ମୀଙ୍କ ଦ୍ଵାରା ହଟହଟା ହୋଇଛନ୍ତି । ଘଟଣାଟି ରବିବାର ଘଟିଥିବା ବେଳେ ଏବେ ଏହି ଗଣ୍ଡଗୋଳର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ଗୋପରେ ୨ ବିଜେଡି଼ ଗୋଷ୍ଠୀ ମୁହାଁମୁହିଁ, ହଟହଟା ଗଣ ଶିକ୍ଷାମନ୍ତ୍ରୀ

ନାଗପୁର ପଞ୍ଚାୟତରେ ଵିଜେଡି଼ର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଦେଖାଦେଇଛି । ଗୋଟିଏ ସ୍ଥାନରେ ବିଜେଡି଼ ପକ୍ଷରୁ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଦୁଇ ଗୋଷ୍ଠୀରୁ ପ୍ରାର୍ଥୀ ଦିଆଯାଇଥିବା ହେତୁ କର୍ମୀମାନେ ମନ୍ତ୍ରୀଙ୍କୁ ଅଟକାଇ ପଚରା ଉଚୁରା ପରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା । ଏପରିକି ମନ୍ତ୍ରୀ ସମର୍ଥିତ ପ୍ରାର୍ଥୀଙ୍କ କାର୍ଯ୍ୟଳୟରେ ଆସନ୍ତୁଷ୍ଟ ବିଜେଡି ଗୋଷ୍ଠୀ ଭଙ୍ଗାରୁଜା ମଧ୍ୟ କରିଥିଲେ ।

ଏହା ବି ପଢନ୍ତୁ: ମଝି ଚିଲିକାରେ ଅଟକିଲା ଭସାପୋଲ, ଉଦ୍ଧାର କଲା CDA

କର୍ମୀ ମାନଙ୍କ ଦ୍ଵାରା ମନ୍ତ୍ରୀଙ୍କ ଗାଡି ଅଟକ ରଖାଯିବା ସହ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ। ଵିଜେଡି଼ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ତୀବ୍ରତର ହୋଇଥିଲା ବେଳେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ପରେ ଏବେ ଏହା ଚର୍ଚ୍ଚାର ବିଷୟ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.