ETV Bharat / state

ମଝି ଚିଲିକାରେ ଅଟକିଲା ଭସାପୋଲ, ଉଦ୍ଧାର କଲା CDA

author img

By

Published : Feb 6, 2022, 10:19 AM IST

Updated : Feb 6, 2022, 11:27 AM IST

କୃଷ୍ଣପ୍ରସାଦ- ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଭସାପୋଲ । ମଁଏସା ଗାଁ ପାଖ ଚିଲିକା ମଝିରେ ଫସିରହିଛି ଯାତ୍ରୀବାହୀ ଭସାପୋଲ । ଅଧିକ ପଢନ୍ତୁ

ମଝି ଚିଲିକାରେ ଅଟକିଲା ଭସାପୋଲ
ମଝି ଚିଲିକାରେ ଅଟକିଲା ଭସାପୋଲ

ବ୍ରହ୍ମଗିରି: କୃଷ୍ଣପ୍ରସାଦ-ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଭସାପୋଲ । ମଁଏସା ଗାଁ ପାଖ ଚିଲିକା ମଝିରେ ଫସିରହିଛି ଯାତ୍ରୀବାହୀ ଭସାପୋଲ । ୧୦୦ରୁ ଅଧିକ ଯାତ୍ରୀ ଓ ୧୦ଟି ବାଇକ୍‌ ସହ ୨ଟି ବସ୍‌ ଫସିଥିବା ସୂଚନା ମିଳିଛି ।

ମଝି ଚିଲିକାରେ ଅଟକିଲା ଭସାପୋଲ

ଚ୍ୟାନେଲରେ ପାଣି କମ ଥିବାରୁ ଏହି ଭଳି ସମସ୍ୟା ଉପୁଜିଛି । ସକାଳ 7ଟା 30 ରୁ ଜହ୍ନିକୁଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । କିଛି ବାଟ ଗଲା ପରେ ଚ୍ୟାନେଲ୍‌ ଠାରୁ ବିଚ୍ୟୁତ ହୋଇ ଚିଲିକା ମଝିରେ ଲାଗି ରହିଛି । ବର୍ତ୍ତମାନ ସୁଦ୍ଧା ଫସି ରହିଛି ଯାତ୍ରୀବାହୀ ଭସାପୋଲ । ଗତ ମାସରେ ମଧ୍ୟ ଏଭଳି ଅଘଟଣ ଦେଖିବାକୁ ମିଳିଥିଲା ।

ଏହାପରେ ପ୍ରାୟ ଏକ ଘଣ୍ଟା ପରେ ମଝି ଦରିଆରେ ଅଟକିଥିବା ଯାତ୍ରୀବାହୀ ଭସାପୋଲଟି ଉଦ୍ଧାର କରାଯାଇଛି । ଲୋକେ ସୁରକ୍ଷିତ ଭାବେ ଯାତ୍ରା କରିଛନ୍ତି । CDA କର୍ମଚାରୀ ପହଞ୍ଚି ଦୁଇଟି JCB ସାହାଯ୍ୟରେ ଟ୍ରାକକୁ ଅଣାଯାଇଛି । ଏହା ପରେ ପୁଣି ଗନ୍ତବ୍ୟ ସ୍ଥଳକୁ ବାହାରିଛି ଭସାପୋଲ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Feb 6, 2022, 11:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.