Netaji Subash Chandra Bose Jayanti: ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଦେଲେ ସୁଦର୍ଶନ

author img

By

Published : Jan 23, 2023, 7:05 AM IST

Updated : Jan 23, 2023, 7:27 AM IST

ବାଲୁକା ଚିତ୍ରକଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ନେତାଜୀ ସୁଭାଷ ବୋଷଙ୍କ 126ତମ ଜୟନ୍ତୀ ଅବସରରେ ବାଲୁକା ଚିତ୍ରକଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ବାଲୁକା ଚିତ୍ରକଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ନେତାଜୀ ଜୟନ୍ତୀ ଅବସରରେ ବାଲୁକାକଳାରେ ନେତାଜୀଙ୍କ ପ୍ରତିଛବି ଆଙ୍କିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକା ଚିତ୍ରକଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକା ଶିଳ୍ପୀ । ନେତାଜୀ ସୁଭାଷ ବୋଷଙ୍କ 126ତମ ଜୟନ୍ତୀ ଅବସରରେ ପୁରୀ ବେଳଭୂମିରେ ପ୍ରସ୍ତୁତ ହୋଇଥିବା ଏହି ବାଲୁକାକଳାରେ ୪୫୦ଟି ଷ୍ଟିଲ ଗିନା ଇନଷ୍ଟଲ ହୋଇଥିବାବେଳେ ଜୟ ହିନ୍ଦର ସ୍ଲୋଗାନ ରହିଛି । ୬ ଟନ ବାଲିରେ 7 ଫୁଟ ଉଚ୍ଚତାର ଏହି ବାଲୁକାକଳା ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ନିଜର ଉତ୍କର୍ଷ ବାଲୁକାକଳା ପାଇଁ କଳାରେ ୬୦ରୁ ଉର୍ଦ୍ଧ୍ଵ ଅନ୍ତର୍ଜାତୀୟ ପୁରସ୍କାର ଜିତିଥିବା ସୁଦର୍ଶନଙ୍କ ଏହି କଳାଟି ଖୁବ ଆକର୍ଷଣୀୟ ହୋଇଛି ।

ଆଜି ସାରାଦେଶରେ ନେତାଜୀ ଜୟନ୍ତୀ ପାଳନ କରୁଥିବା ବେଳେ ନେତାଜୀଙ୍କ ତ୍ୟାଗ ଓ ବଳିଦାନ ଏବଂ ସଙ୍ଘର୍ଷର କଥାକୁ ମନେପକାଇବା ପାଇଁ ସୁଦର୍ଶନ ଏହି ପ୍ରୟାସ କରିଛନ୍ତି । ଏହି ବାଲୁକା ଚିତ୍ରକଳାକୁ ଦେଖି ବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ହୋଇଥିଲା। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବିଭିନ୍ନ ଚିତ୍ରକଳା କରି ସମାଜକୁ ବାର୍ତ୍ତା ପ୍ରଦାନ କରିଥାନ୍ତି । ନେତାଜୀ ସୁଭାଷ ବୋଷ ଯେଭଳି ଦେଶ ମାତୃକା ପାଇଁ ଅହରହ ସଂଗ୍ରାମ କରୁଥିଲେ, ଦେଶ ପାଇଁ ତ୍ୟାଗ, ବଳିଦାନ ଦେଇଥିଲେ ଭାରତର ପ୍ରତେକ ଯୁବପିଢ଼ି ଦେଶ ଉନ୍ନତିରେ ଆଗେଇ ଆସିବାକୁ ଏହି ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଇଛି ।

ତେବେ ନେତାଜୀ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ବିଶିଷ୍ଟ ଆଇନଜୀବୀ ଜାନକୀନାଥ ବୋଷ ଏବଂ ପ୍ରଭାବତୀ ଦେବୀଙ୍କ ଘରେ ଜନ୍ମ ଗ୍ରହଣ କରୁଥିଲେ । କଟକ ପାଣି ପବନରେ ବଢି ମାଟ୍ରିକ ଶିକ୍ଷା ଶେଷ କରିଥିଲେ । ପରେ କଲିକତା ଯାଇ ଉଚ୍ଚଶିକ୍ଷା କରିବା ସହ ସ୍ବାଧୀନତା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ସାଜିବା ପରେ ସେ ହୋଇ ଯାଇଥିଲେ ଏ ଜାତିର ସଂପତ୍ତି । ନେତାଜୀ ସୁଭାଷଙ୍କ ୧୨୬ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଏବେ କଟକ ହୋଇଛି ଉତ୍ସବମୁଖର । ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ଅନ୍ୟପଟେ ସ୍ୱାଧୀନତା ସଂଗ୍ରାମ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନେତାଜୀଙ୍କୁ ସର୍ଵଦା କଟକିଆ ମନର ପ୍ରାଣବିନ୍ଦୁ କହିଲେ ଅତୁକ୍ତି ହେବନାହିଁ । କାହିଁକି ନାଁ ଏହି କଟକ ଓଡ଼ିଆ ବଜାରରେ ଜନ୍ମ ନେବା ପରେ ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି ସୁବାଷ ବୋଷ । ତେବେ ଏହି 126 ତମ ଜୟନ୍ତୀ ଉପଲକ୍ଷେ କଟକ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରଯାଇଥିଲା ବେଳେ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଇଟିଭି ଭାରତ,ପୁରୀ

Last Updated :Jan 23, 2023, 7:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.