ETV Bharat / state

ପୁରୀ ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ, ୧୨ ଗିରଫ

author img

By

Published : Apr 25, 2023, 12:11 PM IST

Updated : Apr 25, 2023, 2:21 PM IST

ପୁରୀ ପୋଲିସ ହାତରେ ଧରାପଡିଲେ ୧୨ ଜଣ ଆନ୍ତଃରାଜ୍ୟ ଲୁଟେରା । ଅଭିଯୁକ୍ତଙ୍କ ନିକଟରୁ ୩ଟି ସୁନା ଚେନ୍ ସହ ୨୮ ହଜାର ଟଙ୍କା ଜବତ । ଅଧିକ ପଢନ୍ତୁ

ପୁରୀ ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ
ପୁରୀ ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ

ପୁରୀ ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ

ପୁରୀ: ଶ୍ରୀକ୍ଷେତ୍ରରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ । ଭକ୍ତଙ୍କଠାରୁ ସୁନା ଚେନ୍‌ ଲୁଟ କରୁଥିବା ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଲା ପୁରୀ ପୋଲିସ । ଏହି ଲୁଟେରାମାନେ ବିହାର, ଉତ୍ତର ପ୍ରଦେଶରୁ ଆସି ପୁରୀରେ ଲୁଟ୍‌ପାଟ୍ କରୁଥିଲା । ଭିଡର ସୁଯୋଗ ନେଇ ଶ୍ରଦ୍ଧାଳୁଙ୍କ ବେକରୁ ସୁନା ଚେନ ଲୁଟି ଛୁ' ମାରୁଥିଲେ । ଏନେଇ ଅଭିଯୋଗ ପରେ ୧୨ ଜଣିଆ ଲୁଟେରା ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ୩ଟି ସୁନା ଚେନ୍, ୨୮ ହଜାର ନଗଦ ଟଙ୍କା, ୧୨ଟି ମୋବାଇଲ ଫୋନ ଜବତ କରାଯାଇଛି । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ଏନେଇ ପୁରୀ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Hockey India: ରାଜ୍ୟ ସରକାରଙ୍କ ବଡ ଘୋଷଣା, ଆଉ 10 ବର୍ଷ ଓଡିଶା ପ୍ରାୟୋଜକ

ଏସପିଙ୍କ ସୂଚନା ଅନୁଯାୟୀ, ଅକ୍ଷୟ ତୃତୀୟା ଦିନ ପୁରୀରେ ପ୍ରବଳ ଗହଳି ହୋଇଥିଲା । ଏହାର ସୁଯୋଗ ନେଇ ଏହି ଲୁଟେରା ଗ୍ୟାଙ୍ଗର ସଦସ୍ୟମାନେ ଭକ୍ତଙ୍କଠାରୁ ୩ଟି ସୁନା ଚେନ୍‌ ଲୁଟ କରିଥିଲେ । ଏ ସମ୍ପର୍କରେ ପୁରୀ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ କ୍ରମେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ୍ ଲୁଟେରାଙ୍କ ସୁରାକ ପାଇଥିଲା । ଏହାପରେ ଚଢାଉ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ ।

ପୋଲିସର ସୂଚନା ମୁତବାକ, ଏହି ଲୁଟେରା ଗ୍ୟାଙ୍ଗ ଗତ ୨୨ ତାରିଖରେ ପୁରୀ ଆସି ଗଛକାଳୀ ଲେନ ନିକଟରେ ଏକ ଲଜ୍‌ରେ ରହିଥିଲେ । ଏଠାରୁ ସେମାନେ ଲୁଟର ଯୋଜନା ପ୍ରସ୍ତୁତ କରୁଥିଲେ । ପୁରୀରେ ୭ ଦିନ ରହି ୫୦ଟି ସୁନା ଚେନ୍‌ ଲୁଟ ପାଇଁ ସେମାନେ ଲକ୍ଷ୍ୟ କରିଥିଲେ । ଶେଷରେ ଏହି ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୁରୀ ପୋଲିସ୍ । ସେମାନଙ୍କ ନିକଟରୁ ୩ଟି ସୁନା ଚେନ୍ ସହ ୨୮ ହଜାର ନଗଦ ଜବତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ବଲାଙ୍ଗୀରରେ ଶୀତଳଷଷ୍ଠୀ ପ୍ରସ୍ତୁତି, ଥାଳ ଉଠା ନୀତି ସମ୍ପର୍ଣ୍ଣ

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ପୁରୀ ପୋଲିସର ପ୍ରମୁଖ କର୍ତ୍ତବ୍ୟ । ଚେନ୍‌ ଲୁଟେରାଙ୍କୁ ଧରିବା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଟିମ୍ କାର୍ଯ୍ୟ କରୁଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ଏହି ଟିମ୍ ରହିଛି । ଲୁଟେରାଙ୍କୁ ଧରିବାରେ ମଧ୍ୟ ପୁରୀ ପୋଲିସ ସଫଳ ହେଉଛି ।

ଇଟିଭି ଭାରତ, ପୁରୀ

Last Updated :Apr 25, 2023, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.