ETV Bharat / state

ବଲାଙ୍ଗୀରରେ ଶୀତଳଷଷ୍ଠୀ ପ୍ରସ୍ତୁତି, ଥାଳ ଉଠା ନୀତି ସମ୍ପର୍ଣ୍ଣ

author img

By

Published : Apr 25, 2023, 9:04 AM IST

shital shasthi preparation in balangir
ବଲାଙ୍ଗୀରରେ ଶୀତଳଷଷ୍ଠୀ ପ୍ରସ୍ତୁତି

ଆରମ୍ଭ ହୋଇଛି ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଦ୍ୟପର୍ବ । ବଲାଙ୍ଗୀରରେ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅକ୍ଷୟ ତୃତୀୟାରେ ଥାଳ ଉଠା ନୀତି ସମ୍ପର୍ଣ୍ଣ ହେବା ପରେ ଦେବ ବିବାହ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ଶୀତଳଷଷ୍ଠୀ ପ୍ରସ୍ତୁତି

ବଲାଙ୍ଗୀର: ଦେବ ଦମ୍ପତ୍ତି ବାହାଘର ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ଚଳ ଚଞ୍ଚଳ ହୋଇଛି ବଲାଙ୍ଗୀର । ଦେବ ବିବାହ ପାଇଁ ଥାଳ ଉଠା ପର୍ବ ଶେଷ ହୋଇଛି । ବୈଦିକ ରୀତିନୀତିରେ ଦେବ ଦମ୍ପତିଙ୍କ ବାହାଘର ହେବ । ଶାନ୍ତି ଶୃଙ୍ଖଳାର ସହ ଏହାକୁ ସମ୍ପନ୍ନ କରିବାକୁ ଜୋରସୋରରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ପ୍ରତି ବର୍ଷ ପରି ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟା ତିଥିରେ ଶୀତଳ ଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ଥାଳ ଉଠା ସମ୍ପନ୍ନ ହୋଇଛି ।

ବଲାଙ୍ଗୀରରେ ଚଳିତ ବର୍ଷ ଦେବ ଦମ୍ପତିଙ୍କ ବାହାଘର ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବୈଦିକ ରୀତି ନୀତିରେ ଉଠିଲା ଥାଳ ନୀତି ସରିଛି । ଦେବ ଦମ୍ପତ୍ତି ମହାଦେବ ଓ ମା ପାର୍ବତୀଙ୍କ ବାହାଘର ହେବ । ଆସନ୍ତା ମେ ମାସ 26 ତାରିଖରେ ପାଳିତ ହେବ ଦେବ ଦମ୍ପତିଙ୍କ ବାହାଘର । ଏଥିପାଇଁ ବଲାଙ୍ଗୀରରେ ବିଭିନ୍ନ କମିଟି ତାଙ୍କର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅକ୍ଷୟ ତୃତୀୟାର ଶୁଭ ଲଗ୍ନରେ ଏହାର ପ୍ରାରମ୍ଭିକ ଥାଳ ଉଥା ନୀତି ସମ୍ପର୍ଣ୍ଣ ହୋଇଛି । ସେହିପରି ଏହା ପାଇଁ ନୂତନ କମିଟି ସଦସ୍ୟ ଚୟନ ମଧ୍ୟ ସରିଛି । ମହାଦେବ ଶିବ ଓ ମାତା ପାର୍ବତୀଙ୍କ ମାତାପିତା ମଧ୍ୟ କିଛି ଦିନ ମଧ୍ୟ ସ୍ଥିର ହେବ ।

ଥାଳ ଉଠା ନୀତି ପରେ ପତ୍ରପେଣ୍ଡି ନୀତି ପାଳନ ହେବ । ଯେଉଁଥିରେ ଶିବ ପାର୍ବତୀଙ୍କ ମାତା ପିତା ହେବାର ଭାଗ୍ୟ ପାଇଥିବା ପରିବାର ତାଙ୍କୁ ଆଦରି ନେବେ । ଏହାପରେ ବିବାହ ଓ ଘର ବାହୁଡ଼ା ଅନୁଷ୍ଠିତ ହେବ। ତେବେ ବିଗତ କିଛି ବର୍ଷ ହେବ କୋଭିଡ କଟକଣା ପାଇଁ ଏହାର ପାଳନ ଫିକା ପଡିଥିଲା। ହେଲେ ଚଳିତ ବର୍ଷ ଏହା ବୈଦିକ ରୀତି ନୀତିରେ ସମ୍ପର୍ଣ୍ଣ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାରା ସହର ମସଗୁଲ ହେବ । ଆଧ୍ୟାତ୍ମିକ ପରିବେଶରେ ଭକ୍ତ ଯୁଗଳ ମୂର୍ତ୍ତି ଦର୍ଶନର ମଧ୍ୟ ସୁଯୋଗ ପାଇବେ । ବଲାଙ୍ଗୀର ସହର ମଧ୍ୟରେ ପାଞ୍ଚଟି ଶୀତଳଷଷ୍ଠୀ ପୂଜା କମିଟି ଏହାର ଭବ୍ୟ ଆୟୋଜନ କରି ଆସିଥାଆନ୍ତି ।

ଏହା ବି ପଢନ୍ତୁ...ଶୀତଳଷଷ୍ଠୀ ଆଦ୍ୟପର୍ବ ଥାଳ ଉଠା ନୀତି ସମ୍ପର୍ଣ୍ଣ, ଚୟନ ହେଲେ କନ୍ୟା ପିତାମାତା

ଚଳିତ ବର୍ଷ ମଧ୍ୟ ଏହି କମିଟିମାନେ ତାଙ୍କର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଥାଳ ଉଠା ନୀତିରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବଲାଙ୍ଗୀର ରାଧାରାଣୀ ପଡ଼ା ଶୀତଳଷଷ୍ଠୀ ପୂଜା କମିଟି ସଭାପତି ପ୍ରଶାନ୍ତ ବାରିକ ଚଳିତ ବର୍ଷର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଛନ୍ତି । ଯେଉଁଥିରେ ସେମାନେ କନ୍ୟା ପକ୍ଷ ବା ମାତା ପାର୍ବତୀଙ୍କ ମାତା ପିତା ପକ୍ଷ ହୋଇଥିବା ବେଳେ ବଲାଙ୍ଗୀର କଂଶାରି ପଡ଼ା ବର ବା ଦେବ ଦେବ ମହାଦେବଙ୍କ ପିତାମାତା ପକ୍ଷ ହୋଇଛନ୍ତି । ଧୁମ୍‌ଧାମ୍‌ରେ ଏଠାକୁ ବରଯାତ୍ରୀ ଆସିବେ ଓ ଦେବ ଦମ୍ପତିଙ୍କ ମହମିଲନ ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.