ପୁରୀ ବିଜେଡିରେ ଫାଟ, ସଞ୍ଜୟଙ୍କ ପରେ ମହେଶ୍ବରଙ୍କ ତେରେଚ୍ଛା ବାଣକୁ ନେଇ ଚର୍ଚ୍ଚା

author img

By

Published : Nov 19, 2022, 6:11 PM IST

Updated : Nov 19, 2022, 7:26 PM IST

Etv Bharat

ପୁରୀ ବିଜେଡିରେ ଚାଲିଛି କଣ ? ସାଧାରଣ ସଭାରେ ଖୋଲାଖୋଲି କହିଲେ ନିଜ ସପକ୍ଷରେ ମନ୍ତବ୍ୟ ଦେଲେ ଭେଟେରାନ ମହେଶ୍ବର ମହାନ୍ତି । ଜିଲ୍ଲାରେ ବିଜେଡି ଦୁଇ ଫାଳ ହୋଇଗଲାଣି କି ? କାରଣ କିଛି ଦିନ ତଳେ ବିଜେଡିର ପଦଯାତ୍ରାବେଳେ ପୂର୍ବତନ ବିଜେଡି ବିଧାୟକ ମହେଶ୍ବର ମହାନ୍ତି ନିଜ ଦଳର କିଛି ଯୁବନେତାଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି । ମହେଶ୍ବର କହିଛନ୍ତି ଏବେ ଯେଉଁମାନେ ରାଜନୀତି କରୁଛନ୍ତି, ଦିନ ଥିଲା ମୁଁ ରାଜନୀତି ଆରମ୍ଭ କରିବା ସମୟରେ ସେମାନେ ଜନ୍ମ ବି ହୋଇନଥିଲେ । ସେମାନେ କଣ ରାଜନୀତି କରିବେ । ଅଧିକ ପଢନ୍ତୁ

ଭୁବନେଶ୍ବର: ପୁରୀ ବିଜେଡିରେ (Puri BJD) ଚାଲିଛି କଣ? ସାଧାରଣ ସଭାରେ ଖୋଲାଖୋଲି କହିଲେ ନିଜ ସପକ୍ଷରେ ମନ୍ତବ୍ୟ ଦେଲେ ଭେଟେରାନ ମହେଶ୍ବର ମହାନ୍ତି (Maheswar Mohanty) । ଜିଲ୍ଲାରେ ବିଜେଡି ଦୁଇ ଫାଳ ହୋଇଗଲାଣି କି ? କାରଣ କିଛି ଦିନ ତଳେ ବିଜେଡିର ପଦଯାତ୍ରା ବେଳେ ପୂର୍ବତନ ବିଜେଡି ବିଧାୟକ ମହେଶ୍ବର ମହାନ୍ତି ନିଜ ଦଳର କିଛି ଯୁବନେତାଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି । ମହେଶ୍ବର କହିଛନ୍ତି, "ଏବେ ଯେଉଁମାନେ ରାଜନୀତି କରୁଛନ୍ତି, ଦିନ ଥିଲା ମୁଁ ରାଜନୀତି ଆରମ୍ଭ କରିବା ସମୟରେ ସେମାନେ ଜନ୍ମ ବି ହୋଇନଥିଲେ । ସେମାନେ କଣ ରାଜନୀତି କରିବେ ।"

ପୁରୀ ବିଜେଡିରେ ସବୁ ଠିକ ତ, ସଞ୍ଜୟଙ୍କ ପରେ ମହେଶ୍ବରଙ୍କ ବାଣକୁ ନେଇ ଚର୍ଚ୍ଚା

ଏହାବି ପଢନ୍ତୁ- Padmapur ByPoll: ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା, ସ୍ଥାନ ପାଇଲେ ୪ କେନ୍ଦ୍ରମନ୍ତ୍ରୀ

ଯୁବନେତା ସୁଭାଶିଷ ଖୁଣ୍ଟିଆଙ୍କ ଆଡକୁ ଇସାରା କରି ମହେଶ୍ବର ଏପରି କହିଥିବା ଅନୁମାନ କରାଯାଉଛି । କାରଣ ୨୦୨୪ରେ ସୁଭାଶିଷ ବିଜେଡି ଟିକେଟରେ ଲଢିବା ପାଇଁ ଏକ ପ୍ରକାର ପ୍ରସ୍ତୁତି ଚଲାଇଛନ୍ତି । ଶୁଭାଶିଷ କହିଛନ୍ତି ଯଦି ତାଙ୍କୁ ନବୀନ ପଟ୍ଟନାୟକଙ୍କ ଆଶିର୍ବାଦ ମିଳେ, ଟିକେଟ ମିଳେ ତେବେ ସେ ବିଧାୟକ ପଦ ପାଇଁ ଲଢେଇ କରିବେ ।

ଏହାବି ପଢନ୍ତୁ- ସଞ୍ଜୟଙ୍କ ବିସ୍ଫୋରକ ବୟାନ, ବିରୋଧୀ କହିଲେ ରାଜ୍ୟରେ ଚାଲିଛି ଅମଲାତନ୍ତ୍ର

ସେପଟେ ପୁରୀ ବିଧାୟକ ତଥା ବିଜେପି ନେତା ଜୟନ୍ତ କୁମାର ଷଡଙ୍ଗୀ କହିଛନ୍ତି, "ପୁରୀ ଜିଲ୍ଲାରେ ବିଜେଡି ଦୁଇଭାଗ ହୋଇଗଲାଣି । ସେମାନଙ୍କ ଭିତରେ ଦଳୀୟ କନ୍ଦଳ ଲାଗି ରହିଛି । ଏହାର ଫାଇଦା ୨୦୨୪ରେ ବିଜେପିକୁ ମିଳିବାକୁ ଯାଉଛି । ଏହାକୁ ନେଇ ଆଉ ଜଣେ ପୁରୀ ଜିଲ୍ଲା ନେତା ତଥା କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, "କେବଳ ପୁରୀ ଜିଲ୍ଲାରେ ନୁହେଁ ସାରା ଓଡିଶାରେ ଏବେ ବିଜେଡିର ଏହି ସ୍ଥିତି । ବିଜେଡି ବୁଡି ଯାଉଥିବା ଏକ ଡଙ୍ଗା ବୋଲି ନିଶିକାନ୍ତ କହିଛନ୍ତି । ଗତ ୧୫ ତାରିଖରେ ପୂର୍ବତନ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସ ବର୍ମା ବିଦେଶୀ ଶକ୍ତି କଥା ଉଠାଇ, ଷଡଯନ୍ତ୍ର କରି ରତ୍ନଭଣ୍ଡାର ଓ ଖଣି ଲୁଟ୍‌ କଥା ଉଠାଇ ଅମଲାତନ୍ତ୍ର ଆଡକୁ ଇସାରା କରିଥିବାବେଳେ, ଏବେ ସେହି ପୁରୀ ଜିଲ୍ଲୀରୁ ମହେଶ୍ବର ମହାନ୍ତି ଦଳ ଭିତରେ ବିଦ୍ରୋହର କଥା ଇସାରା ଇସାରାରେ କହିଛନ୍ତି ।

ଏହାବି ପଢନ୍ତୁ-ସଞ୍ଜୟଙ୍କ ବିସ୍ଫୋରକ ବୟାନ, କହିଲେ ଓଡିଶା ଏବଂ ରତ୍ନ ଭଣ୍ଡାରକୁ ଲୁଟିବାକୁ ଚାହୁଁଛନ୍ତି କିଛି ବିଦେଶୀ ଶକ୍ତି

ବ୍ରହ୍ମଗିରିରୁ ବିଜେଡିରେ ବିଦ୍ରୋହର ସ୍ବର ଶୁଭିବା ପରେ ଏବେ ପୁରୀରୁ ସମାନ ଆଚରଣ ଓ ଉଚ୍ଚାରଣ । ବିରୋଧ ନିଜ ଦଳ ଭିତରେ । ୨୦୨୪ ପୂର୍ବରୁ ବିଜେଡିର ଏପରି ଲକ୍ଷଣ ବିରୋଧି ବିଜେପି ଓ କଂଗ୍ରେସକୁ ସୁହାଇବା ପରି ମନେ ହେଉଛି । ଯାହାର ଜ୍ବଳନ୍ତ ଉଦାହରଣ ନିକଟରେ ଧାମନଗରରେ ଦେଖିବାକୁ ମିଳିଛି । ବିଦ୍ରୋହୀ ପ୍ରାର୍ଥୀ ଛିଡା ହେଲେ ଆଉ ହାରିଲେ ବିଜେଡି ପ୍ରାର୍ଥୀ । ଫାଇଦାରେ ରହିଲା ବିଜେପି ।

ଇଟିଭି ଭାରତ, ପୁରୀ/ଭୁବନେଶ୍ବର

Last Updated :Nov 19, 2022, 7:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.