ETV Bharat / state

President Visit: କଡା ସୁରକ୍ଷା ମଧ୍ୟରେ ରାଜଭବନରେ ପହଞ୍ଚିଲେ ରାଷ୍ଟ୍ରପତି

author img

By

Published : Feb 19, 2022, 4:26 PM IST

Updated : Feb 19, 2022, 7:43 PM IST

ରାଜଭବନରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସନ୍ଧ୍ୟାରେ କରିବେ ମହାପ୍ରଭୁଙ୍କ ଦର୍ଶନ । ଅଧିକ ପଢନ୍ତୁ

President Visit: ରାଜଭବନରେ ପହଞ୍ଚିଲେ ରାଷ୍ଟ୍ରପତି
President Visit: ରାଜଭବନରେ ପହଞ୍ଚିଲେ ରାଷ୍ଟ୍ରପତି

ପୁରୀ: ୨ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି(ଶନିବାର) ରାଜଭବନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ଏହାପରେ ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ୫.୪୫ ରେ ଶ୍ରୀମନ୍ଦିରରୁ ରାଷ୍ଟ୍ରପତି ପ୍ରତ୍ଯାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

President Visit: କଡା ସୁରକ୍ଷା ମଧ୍ୟରେ ରାଜଭବନରେ ପହଞ୍ଚିଲେ ରାଷ୍ଟ୍ରପତି

ଏହା ମଧ୍ୟ ପଢନ୍ତୁ:- ଆଜି ଆସୁଛନ୍ତି ରାଷ୍ଟ୍ରପତି: ଅପେକ୍ଷାରେ ରାଜଭବନ, ସୁରକ୍ଷା ବ୍ୟବସ୍ଥା କଡାକଡି

ଶ୍ରୀମନ୍ଦିରରେ ରାଷ୍ଟ୍ରପତି କୋବିନ୍ଦ ୪୫ ମିନିଟ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପୁରୀରେ ହିଁ ବିଶ୍ରାମ ପରେ ୨୦ ତାରିଖ ସକାଳ ୧୦.୩୫ରେ ଗୌଡିୟ ମଠ ପରିଦର୍ଶନ କରି ଆଳତୀ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ପୂର୍ବାହ୍ନ ୧୧ଟାରେ ଶରଧାବାଲିରେ ଆୟୋଜିତ ତ୍ରିବର୍ଷୀୟ ଶ୍ରୀଚୈତନ୍ୟ ଗୌଡିୟ ମଠର ପ୍ରତିଷ୍ଠାତା ଶ୍ରୀଳ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ କାର୍ଯ୍ଯକ୍ରମକୁ ଉଦଘାଟନ କରିବେ ରାଷ୍ଟ୍ରପତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated :Feb 19, 2022, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.