ETV Bharat / state

ନକଲି ସାର୍ଟିଫିକେଟ ବିକ୍ରି କରି ବନ୍ଧା ହେଲେ ଯୁବକ

author img

By

Published : Jun 6, 2021, 7:52 AM IST

ଜାଲି ସାର୍ଟିଫିକେଟ ବିକ୍ରି କରି ବନ୍ଧା ହେଲେ ଯୁବକ
ଜାଲି ସାର୍ଟିଫିକେଟ ବିକ୍ରି କରି ବନ୍ଧା ହେଲେ ଯୁବକ

ପୁରୀ କାକଟପୁର ଥାନା ଅଞ୍ଚଳରେ ନକଲି ସାର୍ଟିଫିକେଟ ବିକ୍ରି କରି ଜଣେ ଗିରଫ । ଘଟଣାରେ ଅଧିକ ତଦନ୍ତ ଜାରି । ଅଧିକ ପଢନ୍ତୁ...

ପୁରୀ: ନକଲି ସାର୍ଟିଫିକେଟ ବିକ୍ରି କରିବା ଅଭିଯୋଗରେ ବନ୍ଧା ହେଲେ ଯୁବକ । ପୁରୀ କାକଟପୁର ଥାନା ଅନ୍ତର୍ଗତ ସୋମନାଥପୁର ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତର ନାମ ଶୁଭ୍ରଜିତ କାଣ୍ଡି ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଶୁଭ୍ରଜିତ ବେଆଇନ ଭାବେ ଉଚ୍ଚଶିକ୍ଷା ସାର୍ଟିଫିକେଟ ପ୍ରସ୍ତୁତ କରି ବିକ୍ରି କରୁଥିଲା । ଏପରିକି ସେ ତହସିଲଦାରଙ୍କ ଦସ୍ତଖତ ଜାଲିଆତି କରି 3ଟି ଜାଲି ସାର୍ଟିଫିକେଟ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା । ଏନେଇ କାକଟପୁର ଥାନା ପୋଲିସର ତଦନ୍ତ ପରେ ଅଭିଯୁକ୍ତ ଯୁବକକୁ ଗିରଫ କରାଯିବା ସହ ଜାଲି ସାର୍ଟିଫିକେଟ ତିଆରି ପାଇଁ ବ୍ୟବହୃତ କମ୍ପ୍ୟୁଟର ସିଷ୍ଟମକୁ ଜବତ କରାଯାଇଛି । ଆଇପିସିର ଦଫା ୪୧୯/୪୨୦/୪୬୭/୪୬୮ ଓ ୪୭୧ରେ ଗିରଫ ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ପୋଲିସ । ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି ସେନେଇ ତଦନ୍ତ ଚାଲୁ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.