ETV Bharat / state

ନୀଳକନ୍ଦରକୁ ବାହୁଡିଲେ ମହାବାହୁ, ଆଜିଠୁ ମିଳିବ ନୀଳାଚଳ ଅବଢା

author img

By

Published : Jul 2, 2023, 7:25 AM IST

niladri bije rituals
niladri bije rituals

ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନସିଂହାସନକୁ ଫେରିଲେ ମହାପ୍ରଭୁ । ମହାପ୍ରଭୁଙ୍କ ମାନବୀୟ ଲୀଳା ଦେଖି ଭକ୍ତ ହେଲେ ଆନନ୍ଦିତ । ଅଧିକ ପଢନ୍ତୁ

niladri bije rituals

ପୁରୀ: ସରିଲା ମହାପ୍ରଭୁଙ୍କ ଘୋଷଯାତ୍ରା । ଶ୍ରୀଗୁଣ୍ଡିଚା ଯାତ୍ରା ସାରି ରତ୍ନବେଦୀକୁ ଫେରିଲେ ଲୀଳାମୟ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନସିଂହାସନକୁ ଫେରିଲେ । ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଆଗମନ ହୋଇଥିଲା । ରଥ ଉପରେ ରସଗୋଲା ଭୋଗ ସରିବା ପରେ ଆରମ୍ଭ ହୋଇଥିଲା ନୀଳାଦ୍ରି ବିଜେ ନୀତିକାନ୍ତି । ତେବେ ନୀଳାଦ୍ରି ବିଜେରେ ହୁଏ ଗୋଟି ପହଣ୍ଡି । ଘଣ୍ଟ, କାହାଳୀ, ପାରମ୍ପାରିକ ବାଦ୍ୟରେ ପହଣ୍ଡି ବିଜେ ନୀତି ହୋଇଥିଲା । ପ୍ରଥମେ ଭଗବାନ ସୁଦର୍ଶନଙ୍କୁ ପହଣ୍ଡି କରି ମନ୍ଦିର ମଧ୍ୟକୁ ନିଆଯାଇଥିଲା । ପରେ ବଡ ଠାକୁର ପ୍ରଭୁ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ହୋଇଥିଲା ।

ସେହିପରି ଚାହାଣି ମଣ୍ଡପରୁ ଲକ୍ଷ୍ମୀ ଠାକୁରାଣୀଙ୍କ ଦର୍ଶନ ନୀତି ଅନୁଷ୍ଠିତ ହୋଇଥିଲା । ଯାହାକୁ ଦେଖି ଭାବ ବିହ୍ଵଳିତ ଭକ୍ତ ହୋଇଥିଲେ। ସେହିପରି ଜୟ ବିଜୟ ଦ୍ଵାର ନିକଟରେ ମା’ ଲକ୍ଷ୍ମୀଙ୍କୁ ମହାପ୍ରଭୁ ରସଗୋଲା, ଶାଢୀ, ଅଳଙ୍କାର ଦେଇ ମାନ ଭଞ୍ଜନ କରିବା ନୀତି ହୋଇଥିଲା । ପରେ ମହାପ୍ରଭୁ ରତ୍ନ ସିଂହାସନକୁ ଯାଇ ବିରାଜ ମାନ କରିଛନ୍ତି । ସେପଟେ ରଥଯାତ୍ରା ସୁରୁଖୁରରେ ସମାପନ ହୋଇଥିବାରୁ ସେବାୟତ, ପ୍ରଶାସନିକ ଅଧିକାରୀ, ଭକ୍ତ ଓ ପୁରୀ ବାସିନ୍ଦାଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ମହାପ୍ରଭୁଙ୍କ କୃପାରୁ ସବୁକିଛି ଠିକରେ ହୋଇଥିବା ବେଳେ ଚଳିତ ବର୍ଷ ଆମ ରାଜ୍ୟ, ଦେଶ ଓ ବିଶ୍ଵବାସୀଙ୍କ ପାଇଁ ମଙ୍ଗଳ ମୟ ହେଉ ବୋଲି ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି ।

ଅନ୍ୟପଟେ ପୁରୀ ଜିଲ୍ଲାପାଳ ମଧ୍ୟ ରଥଯାତ୍ରା ସଫଳ ଆୟୋଜନ ହୋଇଥିବାରୁ ସେବାୟତ, ପୁରୀ ବାସିନ୍ଦା, ରଥଯାତ୍ରାରେ ନିୟୋଜିତ ପ୍ରତେକ ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ସ୍ବେଚ୍ଛାସେବୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ରବିବାର ନୀଳାଚଳ ଅବଢ଼ା କିଭଳି ଭକ୍ତ ଭଲରେ ପାଇବେ ସେ ଦିଗରେ ସବୁ ପଦକ୍ଷେପ ନିଆଯାଇ ଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଆଜି ନିଳକନ୍ଦରକୁ ବାହୁଡିବେ ମହାବାହୁ, ରସଗୋଲା ଦେଇ ଲକ୍ଷ୍ମୀ ସାଆନ୍ତାଣିଙ୍କୁ ମନାଇବେ ଜଗନ୍ନାଥ

ସେହିପରି ଦଇତାପତି ନିଯୋଗର ସଭାପତି ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି ମହାପ୍ରଭୁଙ୍କ କୃପାରୁ ରଥଯାତ୍ରା ଆୟୋଜନ ସଫଳ ହୋଇଛି । ସେ ଓ ପୁରୀ ଜିଲ୍ଲାପାଳ ମିଶି ରଥଯାତ୍ରା କିଭଳି ସୁରୁଖୁରୁରେ ହୋଇ ପାରିବ ସେ ନେଇ ଅନେକ ଯୋଜନା ହୋଇଥଲା । ଯାହାକି ସଫଳ ହୋଇଛି । ତେବେ ଆଜି ଦିନ 12ଟା ବେଳକୁ ମହାପ୍ରଭୁଙ୍କ ନିଳାଚଳ ଅବଢ଼ା କିଭଳି ଭକ୍ତମାନେ ପାଇବେ ସେ ଦିଗରେ ସବୁ ବ୍ୟବସ୍ଥା ହୋଇଥିବା ଦଇତାପତି ନିଯୋଗର ସଭାପତି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.