ETV Bharat / state

Puri Market Complex Fire: 36ଘଣ୍ଟା ପରେ ଆୟତ୍ତ ହେଲା ନିଆଁ, କ୍ଷୟକ୍ଷତି ତଦନ୍ତ ଆରମ୍ଭ

author img

By

Published : Mar 10, 2023, 4:35 PM IST

Puri Market Complex Fire
Puri Market Complex Fire

ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଲାଗିଥିବା ନିଆଁକୁ ଦୀର୍ଘ 36 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଆୟତ୍ତ କରିଛି ଅଗ୍ନିଶମ ବିଭାଗ। ଅଧିକ ପଢନ୍ତୁ

Puri Market Complex Fire

ପୁରୀ: ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା। ଦୀର୍ଘ 36 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ କୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ। ପୁରୀ ବଡଦାଣ୍ଡ ମର୍ଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ହୋଇଥିବା ଅଗ୍ନିକାଣ୍ଡକୁ ଆୟତ୍ତ କରାଯାଇଛି। ହେଲେ ନିଆଁ ଲିଭିବା ପରେ ଦେଖାଦେଇଛି ଅନେକ କ୍ଷତି। ମୋଟ୍ 45ଟି ଦୋକାନ ସମ୍ପୂର୍ଣ ନିଆଁରେ ଛାରଖାର ହୋଇ ଯାଇଛି। ସମସ୍ତ ସାମଗ୍ରୀ ସବୁ ନିଆଁର କରାଳ ରୂପରେ ପାଉଁଶ ହୋଇ ଯାଇଛି। ବ୍ୟବସାୟୀ ମାନେ ଏହି ଦୃଶ୍ୟ ଦେଖି କେବଳ ଲୁହ ଗଡାଉଛନ୍ତି।

ତେବେ ଲକ୍ଷ ଲକ୍ଷ ଟଙ୍କା ଜିନିଷ ନିମିଷକେ ପାଉଁଶ ହୋଇ ଯିବାକୁ ସେମାନେ ବିଶ୍ୱାସ କରି ପାରୁନାହାନ୍ତି। ଏବେ ଚିନ୍ତା ଘାରିଛି ଏହି ବିପୁଳ କ୍ଷତି କୁ କିଭଳି ଭରଣା କରିବେ। ବ୍ୟାଙ୍କ ଆଣିଥିବା ଲକ୍ଷ ଲକ୍ଷ ଟଙ୍କାର ଋଣକୁ କିଭଳି ସୁଝିବେ। ପାଖରେ ଆଉ ଆର୍ଥିକ ସମ୍ବଳ ନ ଥିବାରୁ ପୁଣି କେମିତି ବ୍ୟବସାୟ କରିବେ। ବ୍ୟବସାୟ ନ ଥିଲେ କେମିତି ରୋଜଗାର ହେବ, କେମିତି ନିଜ ପାରିବାର ପ୍ରତିପୋଷଣ କରିବେ ଏହି ସବୁକୁ ନେଇ ଚିନ୍ତାରେ ଚାଷୀ। ସରକାର ଏହି କଷ୍ଟ ସମୟରେ ସାହାଯ୍ୟ ର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି କ୍ଷତିଗ୍ରସ୍ତ ବ୍ୟବସାୟୀ। ନ ହେଲେ ସେମାନେ ସର୍ବସ୍ୱାନ୍ତ ହୋଇ ଯିବେ ବୋଲି ଆଖି ଛଳ ଛଳ ରେ କହିଚନ୍ତି।

ଅନ୍ୟପଟେ କେତେକ ବ୍ୟକ୍ତି ମଧ୍ୟ ଏହି କ୍ଷତିକୁ ସହି ନ ପାରି ଚେତାଶୂନ୍ୟ ହୋଇ ଯିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ମେଡ଼ିକାଲ ନିଆଯାଇ ଚିକିତ୍ସା କରାଯାଇଛି। ସରକାର ଆର୍ଥିକ ସହାୟତା ସହ ବ୍ୟବସାୟ ପାଇଁ ଦୋକାନ ଘର ଯୋଗାଇ ଦେବାକୁ କ୍ଷତିଗ୍ରସ୍ତ ବ୍ୟବସାୟୀ ଅନୁରୋଧ କରିଛନ୍ତି । ସେପଟେ ଏହି ଦୋକାନ ଗୁଡିକରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଲୋକ ମାନେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି। ମାଲିକ୍ ଙ୍କ ବ୍ୟବସାୟ ସମ୍ପୂର୍ଣ ଉଜୁଡ଼ି ଯାଇ ଥିବାରୁ ସେମାନେ ଙ୍କ ଜୀବିକା ମଧ୍ୟ ସଙ୍କଟରେ । ଏ ପରିସ୍ଥିତିରେ ସେମାନଙ୍କ ଚାକିରି ପଳେଇଲେ ଘର ପରିବାର କିଭଳି ଚଳିବ ଦୋକାନରେ ଥିବା କର୍ମଚାରୀ ଭାବି ଭାବି ନିଜର ମାନସିକ ଭାରସାମ୍ୟ ହରାଇ ସାରିଲେଣି।

ସେହିପରି ଦୋକାନରେ କାମ କରି ଯାହା କିଛି ଦରମା ମିଳେ ଘର ପରିବାର ଚଳିବା ସହ ରୋଗଗ୍ରସ୍ତ ମା, ବାପା ଙ୍କ ଚିକିତ୍ସା ସହ ପିଲା ଙ୍କ ପାଠ ପଢା ଖର୍ଚ୍ଚ ହୋଇ ଥାଏ। ଏବେ ଅଗ୍ନିକାଣ୍ଡ ରେ ମାଲିକଙ୍କର ସବୁ କିଛି ବର୍ବାଦ ହୋଇଯାଇ ଥିବାରୁ ଏବେ କିଭଳି ଜୀବିକା ବଞ୍ଚିବ ସେ ନେଇ ଚିନ୍ତା ରେ ଦୋକାନ କର୍ମଚାରୀ। ସରକାର ଯଦି କିଛି ସାହାଯ୍ୟ କରନ୍ତେ ପୁଣି ଜୀବନ ଜୀବିକା ରକ୍ଷା ହୋଇ ପାରିବ ବୋଲି କ୍ଷତିଗ୍ରସ୍ତ ଦୋକାନ କର୍ମଚାରୀ କହିଛନ୍ତି।

ସେପଟେ ଅଗ୍ନିକାଣ୍ଡ କୁ ଆୟତ୍ତ କରାଯିବା ପରେ ସୁରକ୍ଷା କାରଣରୁ ମାର୍କେଟ କମ୍ପ୍ଲେକ୍ସ କୁ ନିଜ ଅଧୀନ କୁ ନେଇଛି ପୁରୀ ପ୍ରଶାସନ। ଏବେବି ଘର ଗୁଡିକ ତାତି ରହିଥିବାରୁ କାହାକୁ ଭିତରକୁ ଛଡ଼ା ଯାଉନାହିଁ। ସ୍ଥିତି ସ୍ଵଭାବିକ ହେଲେ ଆସନ୍ତାକାଲି ବ୍ୟବସାୟୀ ଙ୍କୁ ନିଜ ଦୋକାନକୁ ଛଡ଼ାଯିବ ଏବଂ ସେମାନେ ସେମାନଙ୍କ କ୍ଷତିଗ୍ରସ୍ତ ହୋଇ ନ ଥିବା ସମଗ୍ରୀ ଆଣିପାରିବେ ବୋଲି ପୁରୀ ତହସିଲଦାର କହିଛନ୍ତି। ତେବେ ପ୍ରାଥମିକ ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯିବ । ଏ ନେଇ ରିପୋର୍ଟ୍ ପ୍ରସ୍ତୁତ ହେବ। ସରକାରୀ ବ୍ୟବସ୍ଥା ଅନୁଯାୟୀ ସାହାଯ୍ୟ ଯୋଗାଇ ଦିଆଯିବ। ତେବେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିଲା କି ନାହିଁ ତାହା ପରବର୍ତ୍ତୀ ପର୍ଯ୍ୟୟରେ ତଦନ୍ତ ହେବ। ଏଥିସହ ପୁରୀ ସହରରେ ଅନ୍ୟାନ୍ୟ ସପିଙ୍ଗ କମ୍ପ୍ଲେକ୍ସ ର ମଧ୍ୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ନେଇ ଆଗାମୀ ଦିନରେ ଯାଞ୍ଚ ହେବ। ତେବେ ଏନେଇ ପୋଲିସ୍ , ତହସିଲଦାର୍ ଓ ଅଗ୍ନିଶମ ବିଭାଗର ମିଳିତରେ ଏହି ଘଟଣାର କ୍ଷୟକ୍ଷତି ଆକଳନ କରାଯିବ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.