ETV Bharat / state

Dhanu Yatra: କୃଷ୍ଣମୟ ମଥୁରା, ଭୟଭୀତ କଂସ

author img

By

Published : Jan 6, 2023, 1:29 PM IST

ବରଗଡ ଧନୁଯାତ୍ରା
ବରଗଡ ଧନୁଯାତ୍ରା

ବରଗଡର ପ୍ରସିଦ୍ଧ ଧନୁଯାତ୍ରାରେ ମଥୁରା ନଗରୀରେ ପହଞ୍ଚିଛନ୍ତି କୃଷ୍ଣ, ବଳରାମ । କୃଷ୍ଣଙ୍କ ଆଗମନକୁ ନେଇ ମଥୁରାରେ ଖୁସିରେ ଲହରୀ ଖେଳିଯାଇଥିବା ବେଳେ ସ୍ବପ୍ନ ଦେଖି ଭୟଭୀତ କଂସ । ଅଧିକ ପଢନ୍ତୁ

ବରଗଡ ଧନୁଯାତ୍ରା

ବରଗଡ: ଜମୁଛି ପ୍ରସିଦ୍ଧ ଧନୁଯାତ୍ରା । ଦଶମ ଦିନରେ କୃଷ୍ଣ, ବଳରାମ ମାମୁଁ କଂସଙ୍କ ନିମନ୍ତ୍ରଣ ପାଇ ମଥୁରାରେ ପହଞ୍ଚିବା ପରେ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଏବଂ ଉତ୍ସାହ ଖେଳିଯାଇଥିଲା । ଦଶମ ଦିନର ଧନୁଯାତ୍ରାରେ ମଥୁରାରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଏବଂ କଂସଙ୍କ ଭୟରେ ଦୁଲୁକିଥିଲା ମଥୁରା । ତେବେ ଆଜି ହେବ ମଥୁରା ନରେଶ କଂସ ବଧ ।

ଅକ୍ରୁରଙ୍କ ସହିତ ମଥୁରାରେ କୃଷ୍ଣ ବଳରାମ ଦୁଇଭାଇ ପହଞ୍ଚିଯାଇଛନ୍ତି ଏବଂ ପ୍ରଭୁଙ୍କୁ ଭବ୍ୟସ୍ୱାଗତ କରାଯିବା ସହ ଆନନ୍ଦ ଉହ୍ଲାସର ସହିତ ଖୁସିରେ ନାଚି ଉଠିଛନ୍ତି ମଥୁରାବାସୀ । ଆଦିମାତା ମନ୍ଦିରରେ ଥିବା ମଧୁବନ ତୋଟାରୁ ବାଙ୍କବିହାରୀ ଆରମ୍ଭ କରିଥିଲେ ମଥୁରା ଭ୍ରମଣ । ବାଟରେ ନୈବେଦ୍ୟ, ଫୁଲ , ଦୀପ , ଚନ୍ଦନ ଇତ୍ୟାଦିରେ ପୂଜା କରି ମଥୁରାବାସୀ ଶ୍ରୀକୃଷ୍ଣବଳରାମଙ୍କୁ ସ୍ୱାଗତ କରିଥିଲେ । ତାସହ କଂସର ଆତଙ୍କରୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ମାନୁନି ଉର୍ବଶୀଙ୍କ ମନ, ସେୟାର କଲେ ପନ୍ତ ଚିକିତ୍ସିତ ହେଉଥିବା ହସ୍ପିଟାଲର ଫଟୋ

ଏହି କ୍ରମରେ ରାଜକୀୟ ରଜକଙ୍କୁ କୃଷ୍ଣ ଲୁଗା ମାଗିବାରୁ ସେ ଦେଇନଥିଲା ତେଣୁ ତାକୁ ହତ୍ୟା କରି ରାଜକୀୟ ପୋଷାକ ସବୁ ନେଇ ଗୋପାଳ ବାଳକଙ୍କୁ ବାଣ୍ଟି ଦେଇଥିଲେ । ଏହାପରେ ଖଜୁରଟିକ୍ରାରେ ଥିବା ରାଜକୀୟ ବଗିଚାରେ ପ୍ରଭୁଙ୍କ ସହ ସୁଦାମା ମାଳିଙ୍କ ଭେଟହୋଇଥିଲା । କଂସ ମହାରାଜ ପାଇଁ ପ୍ରସ୍ତୁତ ହେଉଥିବା ମାଳକୁ ସୁଦାମାମାଳି ଶ୍ରୀକୃଷ୍ଣଙ୍କୁ ପିନ୍ଧାଇ ଦେଇଥିଲେ ଏହାପରେ କୃଷ୍ଣଙ୍କ ନାମ ହୋଇଥିଲା ବନମାଳି । ଏହାପରେ ପ୍ରଭୁଙ୍କ ପଛରେ ପଛରେ ମଥୁରାର ଆବାଳ ବୃଦ୍ଧ ବନିତା ବାହାରି ନଗର ଭ୍ରମଣ କରିଥିଲେ । ଏହାପରେ ସ୍ଥାନୀୟ ନଟବର ମନ୍ଦିରରେ ପହଞ୍ଚିଥିଲେ ନଟବର । କିନ୍ତୁ କୃଷ୍ଣପ୍ରେମୀ କୁବୁଜାଙ୍କ ସହ ଦେଖାହୋଇଥିଲା । ସେ ଭଗବାନଙ୍କୁ ପ୍ରାର୍ଥନା କରିବା ପରେ ଅସୁନ୍ଧରୀ କୁବୁଜାକୁ ପ୍ରଭୁ ହାତରେ ସ୍ୱର୍ଶ କରି ଉଦ୍ଧାର କରିବା ସହ ଏକ ସୁନ୍ଦରୀ ନାରୀରେ ପରିଣତ କରିଥିଲେ ।

ସେପଟେ ମହାରାଜା କଂସ ଧନୁଯାତ୍ରାର ଦଶମଦିନରେ ନଗର ଭ୍ରମଣ କରିବା ସହ ରଙ୍ଗ ମହଲରେ ନାଚ ଗୀତର ମଜା ଉଠାଇଥିଲେ । ମହାରାଜା କଂସ ରାଜଦରବାରକୁ ପହଞ୍ଚି ନ୍ୟାୟ ବିଚାର କରିଥିଲେ । ଏହାପରେ ମହାରାଜା କଂସ ରାତ୍ରୀ ନିଦ୍ରାରେ ଥିବା ବେଳେ ସ୍ୱପ୍ନ ରେ କୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ହଠାତ୍ ନିଦରୁ ଉଠି ପଡ଼ି ନିଜ ମନ୍ତ୍ରୀ ପରିଷଦକୁ ଜଣାଇଥିଲେ । ଏକାଦସ ତଥା ଧନୁଯାତ୍ରାର ଶେଷ ଦିନରେ ମଥୁରା ନରେଶ କଂସଙ୍କୁ ଭଗବାନ ଶ୍ରୀକୃଷ୍ଣ ବଧିବେ ।

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା ଭ୍ରମଣ, କୁବଳୟା ହସ୍ତିବଧ, ଚାଣୁର ଓ ମୁଷ୍ଟିକ ଆଦିଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ , କଂସ ବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ ମଥୁରା କାରାଗାରରୁ ଦେବକୀ-ବସୁଦେବଙ୍କୁ ମୁକ୍ତି । କଂସ ମୃତ୍ୟୁରେ ସମଗ୍ର ମଥୁରା ଓ ଗୋପପୁରରେ ଆନନ୍ଦର ଲହରୀ ସହ ସମାପନ ହେବ ଧନୁଯାତ୍ରା ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.