ETV Bharat / state

କୋରୋନା ବୁଡାଇଛିି ଜୀବିକା: ଆର୍ଥିକ ଦୁର୍ବଳ ବ୍ୟକ୍ତିଙ୍କୁ ସ୍ବେଚ୍ଛାସେବୀ ସଂଗଠନର ସହାୟତା

author img

By

Published : Nov 21, 2021, 8:55 PM IST

କୋରୋନା ବୁଡାଇଛିି ଜୀବିକା: ଆର୍ଥିକ ଦୁର୍ବଳ ବ୍ୟକ୍ତିଙ୍କୁ ସହାୟତା କରିବା ଉଚିତ
କୋରୋନା ବୁଡାଇଛିି ଜୀବିକା: ଆର୍ଥିକ ଦୁର୍ବଳ ବ୍ୟକ୍ତିଙ୍କୁ ସହାୟତା କରିବା ଉଚିତ

କୋଭିଡ ମହାମାରୀ ଅନେକ ଲୋକଙ୍କ ଆର୍ଥିକ ସ୍ଥିତିକୁ ବିଗାଡି ଦେଇଛି। ଏହି ସ୍ଥିତିରେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କୁ ସାହାଯ୍ୟର ହାତ ବଢାଇବା ଉଚିତ । ଅଧିକ ପଢନ୍ତୁ

ପୁରୀ: କୋଭିଡ ମହାମାରୀ ଅନେକ ଲୋକଙ୍କ ଆର୍ଥିକ ସ୍ଥିତିକୁ ବିଗାଡି ଦେଇଛି। ରୋଜଗାର ହରାଇ କୋଟି କୋଟି ଲୋକ ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି। ଏହି ଅସମୟ ସ୍ଥିତିରେ ପ୍ରତ୍ୟେକ ସଂଗଠନ ଓ ବ୍ୟକ୍ତି ମାନବିକତା ଦୃଷ୍ଟି କୋଣରୁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କୁ ସାହାଯ୍ୟର ହାତ ବଢାଇବା ଉଚିତ । ଏହି ବାର୍ତ୍ତା ସମାଜକୁ ଦେବା ପାଇଁ ପୁରୀ ମଙ୍ଗଳା ଘାଟର ସ୍ବେଚ୍ଛାସେବୀ ଅନୁଷ୍ଠାନ (ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟ) ପକ୍ଷରୁ ଏକ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କୋରୋନା ବୁଡାଇଛିି ଜୀବିକା: ଆର୍ଥିକ ଦୁର୍ବଳ ବ୍ୟକ୍ତିଙ୍କୁ ସହାୟତା କରିବା ଉଚିତ

ପୁରୀ ଛଇତନାର ଗଡ଼ଭିଙ୍ଗୁରା , ଥରୋବ, ନାଲିହଣା ଗାଁରେ ଏହି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ସେହିପରି ବିଶ୍ୱ ଶିଶୁ ଦିବସ ଅବସରରେ କୁନି କୁନି ପିଲାଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ରକ୍ତ ଦାନ ଶିବିର, ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି । ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ଦୀପକ ପଣ୍ଡା , ପୁରୀ ଟ୍ରାଫିକ ଥାନା ଅଧିକାରୀଙ୍କ ସମେତ ଟ୍ରଷ୍ଟ ସମସ୍ତ କର୍ମକର୍ତ୍ତା ଏହି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.