ETV Bharat / state

ତୁରନ୍ତ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲନ୍ତୁ: ବିଶ୍ବଭୂଷଣ ହରିଚନ୍ଦନ

author img

By

Published : Jul 9, 2023, 10:59 PM IST

ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତୁରନ୍ତ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି କରିବାକୁ ସେ ଦାବି କରିଛନ୍ତି । ଅଧିକ ପଢନ୍ତୁ

ମହାପ୍ରଭୁଙ୍କୁ ଦର୍ଶନ କଲେ ବିଶ୍ବଭୂଷଣ ହରିଚନ୍ଦନ
ମହାପ୍ରଭୁଙ୍କୁ ଦର୍ଶନ କଲେ ବିଶ୍ବଭୂଷଣ ହରିଚନ୍ଦନ

ମହାପ୍ରଭୁଙ୍କୁ ଦର୍ଶନ କଲେ ବିଶ୍ବଭୂଷଣ ହରିଚନ୍ଦନ

ପୁରୀ: ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ଅତି ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଆହୁରି ଅଧିକ ଲୋକ ସେବା, ଦେଶ ସେବା କରିବା ପାଇଁ ମହାପ୍ରଭୁ ଶକ୍ତି ଦିଅନ୍ତୁ ।" ସେ ମହାପ୍ରଭୁଙ୍କୁ ଦେଶବାସୀଙ୍କ ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି । ସେପଟେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଉପରେ ମଧ୍ଯ ସେ ମତ ରଖିଛନ୍ତି । ତୁରନ୍ତ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି କରିବାକୁ ସେ ପ୍ରକାଶ କରିଛନ୍ତି ।

ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି, "ପ୍ରତି 3 ବର୍ଷରେ ଥରେ ରତ୍ନ ଭଣ୍ଡାର ଖୋଲିବାର ନିୟମ ଥିବାବେଳେ ସରକାର କାହିଁକି ରତ୍ନ ଭଣ୍ଡାର ଖୋଲୁ ନାହାନ୍ତି ?" । ସେ ଆଇନ ମନ୍ତ୍ରୀ ଥିବାବେଳେ 1978 ମସିହାରେ ରତ୍ନ ଭଣ୍ଡାର ଖୋଲିଥିଲେ । ତେବେ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରଚେଷ୍ଟା ହୋଇନଥିବାରୁ ପରବର୍ତ୍ତୀ ସମୟରେ ରତ୍ନ ଭଣ୍ଡାର ଖୋଲାଯାଇପାରୁନଥିବା ପ୍ରକାଶ କରିଛନ୍ତି ।

ତେବେ ସରକାର ଏ ଦିଗରେ ପଦକ୍ଷେପ ନେଇ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବାକୁ ଛତିଶଗଡ ରାଜ୍ୟପାଳ ବିଶ୍ଵ ଭୂଷଣ ହରିଚନ୍ଦନ କହିଛନ୍ତି । ପ୍ରଥମେ ବିଶ୍ବଭୂଷଣ ହରିଚନ୍ଦନ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିଥିଲେ । ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସେବାୟତ ତାଙ୍କୁ ସ୍ଵାଗତ କରି ଶ୍ରୀମନ୍ଦିର ଭିତରକୁ ନେଇଥିଲେ । ତେବେ ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଛତିଶଗଡ଼ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଏହାପରେ ଶ୍ରୀମନ୍ଦିର ବେଢ଼ା ଭିତରେ ବିଭିନ୍ନ ଦେବଦେବୀ ମନ୍ଦିର ବୁଲି ଦର୍ଶନ କରିବା ପରେ ରତ୍ନ ଭଣ୍ଡାର ପ୍ରସଙ୍ଗରେ ମତ ରଖିଛନ୍ତି।

ଏହା ମଧ୍ୟ ପଢନ୍ତୁ...ତେଜୁଛି ରତ୍ନ ଭଣ୍ଡାର ଖୋଲିବା ଦାବି; ଶ୍ରୀମନ୍ଦିର କାର୍ଯ୍ୟାଳୟ ଘେରିଲା ଭାରତୀୟ ବିକାଶ ପରିଷଦ

ବର୍ତ୍ତମାନ ରତ୍ନ ଭଣ୍ଡାର ଖୋଲିବା ନେଇ ଦାବି ଜୋର ଧରିଥିବାବେଳେ ପରିଦର୍ଶନ ସମୟରେ ଏହା ଉପରେ ମତ ରଖିଛନ୍ତି ଛତିଶଗଡ଼ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଶ୍ବଭୂଷଣ । ପ୍ରତି 3 ବର୍ଷରେ ଥରେ ରତ୍ନ ଭଣ୍ଡାର ଖୋଲିବାର ନିୟମ ରହିଛି। ତେଣୁ ରତ୍ନ ଭଣ୍ଡାର ଖୋଲିବା ନିହାତି ଆବଶ୍ୟକ ବୋଲି ମତ ପୋଷଣ କରିଛନ୍ତି । ଏହାସହ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି କରିବାକୁ ମଧ୍ୟ ସେ ମତ ରଖିଛନ୍ତି । ତେବେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଖୁସି ଥିବା କହିଛନ୍ତି । ଛତିଶଗଡ ରାଜ୍ୟପାଳ ଶ୍ରୀମନ୍ଦିରରେ ବେଢା ଭିତରେ ବିଭିନ୍ନ ଦେବଦେବୀ ମନ୍ଦିର ବୁଲି ଦର୍ଶନ କରିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.