ETV Bharat / state

ମାଟ୍ରିକ ପରୀକ୍ଷାରେ କପି ନେଇ ଅଡିଓ ଭାଇରାଲ୍ ପ୍ରସଙ୍ଗ, ସ୍କୁଲର ସମସ୍ତ କର୍ମଚାରୀଙ୍କୁ ସ୍କୁଲ ନଆସିବାକୁ ନିର୍ଦ୍ଦେଶ

author img

By

Published : Mar 13, 2023, 6:59 PM IST

ନିମାପଡ଼ା ହରିପୁର ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ କପି ସୁବିଧା ଯୋଗାଇବା ନେଇ ଅଡିଓ ଭାଇରାଲ୍ ପ୍ରସଙ୍ଗ । ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ପରୀକ୍ଷା ଶେଷ ଯାଏଁ ସ୍କୁଲ୍ ନଆସିବାକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ମାଟ୍ରିକ ପରୀକ୍ଷାରେ କପି ନେଇ ଅଡିଓ ଭାଇରାଲ୍ ପ୍ରସଙ୍ଗରେ ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ
ମାଟ୍ରିକ ପରୀକ୍ଷାରେ କପି ନେଇ ଅଡିଓ ଭାଇରାଲ୍ ପ୍ରସଙ୍ଗରେ ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ

ମାଟ୍ରିକ ପରୀକ୍ଷାରେ କପି ନେଇ ଅଡିଓ ଭାଇରାଲ୍ ପ୍ରସଙ୍ଗରେ ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ

ପୁରୀ: ନିମାପଡା ଆଦର୍ଶ ବିଦ୍ୟାଳୟରେ ପରୀକ୍ଷାର୍ଥୀଙ୍କୁ କପି ସୁବିଧା ଯୋଗାଇବା ପାଇଁ ଅଭିଭାବକ ଓ ସ୍କୁଲ୍ ଶିକ୍ଷକଙ୍କ ମଧ୍ୟରେ ଅଲୋଚୋନାର ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ ପୁରୀ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟନୁଷ୍ଠାନ ନେଇଛି । ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ଆସନ୍ତା ୩୦ ତାରିଖ ମାଟ୍ରିକ ପରୀକ୍ଷା ନସରିବା ଯାଏଁ ସ୍କୁଲକୁ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ପୁରୀ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବଜିତ ଘୋଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ସମରଥ ରବିବାର ପରୀକ୍ଷା କେନ୍ଦ୍ର ଗସ୍ତ କରିଥିଲେ । ଏହାପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି କେନ୍ଦ୍ରର ପରୀକ୍ଷା ପରିଚାଳକ ଓ ଅଧିକ୍ଷକଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଆସନ୍ତା ମାର୍ଚ୍ଚ ୩୦ ତାରିଖ ପରୀକ୍ଷା ସମାପ୍ତ ହେବା ପର୍ଯ୍ୟନ୍ତ ବିଦ୍ୟାଳୟ ପରିସରକୁ ପ୍ରବେଶ ନିଷେଧ କରାଯାଇଛି । ତେବେ ମାଟ୍ରିକ ପରୀକ୍ଷା ପରିଚାଳନା ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. Matric Exam: ଗଣଶିକ୍ଷା ମନ୍ତ୍ରୀଙ୍କ ଅଞ୍ଚଳରେ ଖୁଲମଖୁଲା କପି ! ଅଡିଓ ଭାଇରାଲ

ପ୍ରକା ଥାଉକି, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଞ୍ଚଳରେ ମାଟ୍ରିକ ପରୀକ୍ଷାରେ ଖୁଲମ୍ ଖୁଲା କପି ଅଭିଯୋଗ ହେଇଥିଲା । ନିମାପଡ଼ା ବ୍ଲକ୍ ହରିପୁର ଆଦର୍ଶ ବିଦ୍ୟାଳୟରେ ପରୀକ୍ଷାର୍ଥୀଙ୍କଠାରୁ ଶିକ୍ଷକମାନେ ଟଙ୍କା ନେଇ କପି କରିବାର ସୁଯୋଗ ଦେଉଥିବା ଅଭିଯୋଗ ଆସିଥିଲା । ଏନେଇ ଏକ ଅଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଚର୍ଚ୍ଚା ଜୋର୍ ଧରିଥିଲା । ଜଣେ ପରୀକ୍ଷାର୍ଥୀଙ୍କ ଅଭିଭାବକ ହରିପୁର ସ୍କୁଲର ଜଣେ ଶିକ୍ଷକଙ୍କ ସହ କପି ସୁବିଧା ନେଇ ମୂଲଚାଲ କରୁଥିବା ଏହି ଅଡିଓରେ ଶୁଣାଯାଉଥିଲା ।

ନିମାପଡ଼ା ବ୍ଲକ ହରିପୁର ଆଦର୍ଶ ବିଦ୍ୟାଳୟରେ ଷ୍ଟେଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଓପନ ସ୍କୁଲ ପରୀକ୍ଷାର୍ଥୀଙ୍କ ପାଇଁ ସେଣ୍ଟର୍ ହୋଇଛି । ସେଠାରେ ବୟସ୍କ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଉଛନ୍ତି । ୮୫ ଜଣ ପରୀକ୍ଷାର୍ଥୀ ଅଛନ୍ତି । ଏଠାରେ ଏଭଳି ଅଡିଓ ଭାଇରାଲ ହେବାପରେ ମାଟ୍ରିକ ପରୀକ୍ଷାରେ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଥିଲା । ଗୋଟିଏ ପଟେ ପରୀକ୍ଷା କଡ଼ାକଡ଼ି ପାଇଁ ସବୁ ବ୍ୟବସ୍ଥା ହୋଇଥିବା ଗଣଶିକ୍ଷା ମନ୍ତ୍ରୀ କହୁଥିବା ବେଳେ ଖୋଦ୍ ମନ୍ତ୍ରୀଙ୍କ ଅଞ୍ଚଳରେ ପରୀକ୍ଷା କେନ୍ଦ୍ରରେ କପି ପାଇଁ ମୂଲଚାଲ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.