ଧର୍ମେନ୍ଦ୍ରଙ୍କ ଅଡିଓ କ୍ଲିପ୍ ଭାଇରାଲ, ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନିମାପଡା BJP ପକ୍ଷରୁ ବିକ୍ଷୋଭ

author img

By

Published : Sep 29, 2022, 10:06 AM IST

ଧର୍ମେନ୍ଦ୍ର ସାହୁଙ୍କ ଅଡିଓ କ୍ଲିପ୍ ଭାଈରାଲ: ନିମାପଡା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ମୃତ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଅଡିଓ କ୍ଲିପ୍ ଭାଇରାଲ ପରେ ମନ୍ତ୍ରୀ ସମୀର ଦାଶଙ୍କ ଗିରଫ ଓ ଇସ୍ତଫା ଦାବିରେ ନିମାପଡା ବିଜେପି ପକ୍ଷରୁ ବିକ୍ଷୋଭ ଓ ରାସ୍ତା ରୋକ୍ । ଅଧିକ ପଢନ୍ତୁ

ପୁରୀ: ଧର୍ମେନ୍ଦ୍ର ସାହୁଙ୍କ ଅଡିଓ କ୍ଲିପ୍ ଭାଇରାଲ ଘଟଣା । ମନ୍ତ୍ରୀ ସମୀର ଦାଶଙ୍କ ଗିରଫ ଦାବି କରିଛି ନିମାପଡାର ବିଜେପି । ଏନେଇ ବିଜେପି ପକ୍ଷରୁ ନିମାପଡାର ଜୟଶ୍ରୀ ଛକରେ ବିକ୍ଷୋଭ ଓ ପ୍ରତିବାଦ କରଯାଇଛି ।

ଧର୍ମେନ୍ଦ୍ର ସାହୁଙ୍କ ଅଡିଓ କ୍ଲିପ୍ ଭାଈରାଲ: ନିମାପଡା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସୂଚନା ଅନୁଯାୟୀ, ମୃତ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଅଡିଓ କ୍ଲିପ୍ ଭାଇରାଲ ପରେ ମନ୍ତ୍ରୀ ସମୀର ଦାଶଙ୍କ ଗିରଫ ଓ ଇସ୍ତଫା ଦାବିରେ ନିମାପଡା ବିଜେପି ପକ୍ଷରୁ ବିକ୍ଷୋଭ ଓ ରାସ୍ତା ରୋକ୍ କରାଯାଇଛି । ଏହାସହ ମନ୍ତ୍ରୀ ସମୀର ଦାଶଙ୍କ କୁଶ ପୁତ୍ତଳିକା ଦାହ କରଯାଇଛି । ବିଜେପି କର୍ମୀ ମାନେ ନିମାପଡା ପିପିଲି, ନିମାପଡା ବାଲିପାଟଣା ରାସ୍ତା ଅବରୋଧ କରିଥିଲେ। ଫଳରେ ଯାତାୟତ ବାଧା ପ୍ରାପ୍ତ ହୋଇଥିବା ନେଇ ଜଣାପଡିଛି । ପରେ ପହଞ୍ଚି ଉତ୍ୟକ୍ତ ବିଜେପି କର୍ମୀଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା ।

ତେବେ ମୃତ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ତାଙ୍କ ଜଣେ ବନ୍ଧୁ ଅକ୍ଷୟ ନାୟକଙ୍କ ସହ ଫୋନରେ କଥା ହେବା ବେଳେ ଆଗକୁ ଯଦି ତାଙ୍କର ମୃତ୍ୟୁ ହୁଏ ମନ୍ତ୍ରୀ ସମୀର ଦାଶ ଓ ମନ୍ତ୍ରୀଙ୍କ କିଛି ଅନୁଗତ ଲୋକ ଦାୟୀ ରହିବେ ବୋଲି ଫୋନରେ କହିଥିଲେ । ଏନେଇ ଏହି ଅଡିଓ କ୍ଲିପ୍ ଭାଇରାଲ୍ ପରେ ନିମାପଡା ବିଜେପି ପକ୍ଷରୁ ମନ୍ତ୍ରୀ ସମୀର ଦାଶଙ୍କ ଇସ୍ତଫା ସହ ତାଙ୍କୁ ପୋଲିସ ତଦନ୍ତ ପରିସର ଭୁକ୍ତ କରିବାକୁ ବିଜେପି ଦାବି କରିଛି ।

ସୂଚନା ଥାଉକି, "ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବର ଭିଡିଓ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ସାମ୍ନାକୁ ଆସିଛି ଏକ ଫୋନ କଲ ରେକର୍ଡ଼ିଂ । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବର ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯଦି ତାଙ୍କର ମୃତ୍ୟୁ ହୁଏ, ସେଥିପାଇଁ ମନ୍ତ୍ରୀ ସମୀର ଦାସ ଦାୟୀ ରହିବେ ବୋଲି ସେ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ କହୁଥିବା ଶୁଣିବାକୁ ମିଳିଛି । ଏହାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଏପଟେ ଭାଇରାଲ ଅଡିଓ କଲ ନେଇ ମନ୍ତ୍ରୀ ସମୀର ଦାସଙ୍କ ପ୍ରତିକ୍ରିୟା ଆସିନାହିଁ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.