ବନ୍ୟା ପ୍ରଭାବରେ ଜଳମଗ୍ନ ଏକାଧିକ ଗ୍ରାମ, ସରକାରଙ୍କୁ ଦାୟୀ କଲା ବିଜେପି

author img

By

Published : Sep 16, 2021, 10:58 AM IST

ବନ୍ୟା ପ୍ରଭାବରେ ଜଳମଗ୍ନ ଏକାଧିକ ଗ୍ରାମ, ସରକାରଙ୍କୁ ଦାୟୀ କଲା ବିଜେପି

ବନ୍ୟା ପ୍ରଭାବରେ ଜଳମଗ୍ନ ପୁରୀର ଏକାଧିକ ଗ୍ରାମ । ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କଲା ବିଜେପି । ଅଧିକ ପଢନ୍ତୁ...

ପୁରୀ: ଲଘୁଚାପ କାରଣରୁ ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପୁରୀ ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ମଲାଗୁଣି ନଦୀରେ ପ୍ରାୟ 50 ଫୁଟର ଘାଇ ହୋଇଥିବାରୁ ଏହାର ପ୍ରଭାବରେ ଦିବ୍ୟସିଂହ ପୁର ଗ୍ରାମ ପଞ୍ଚାୟତର ହଳଦୀ ପଦର, ତୈଲା, ଭଗବତୀପଡା, ଦିବ୍ୟସିଂହପୁର, ବାରମାଣ, ଅବ୍ୟପୁରୁ, ବରାଗଡ଼ ଆଦି ଗ୍ରାମର ସମସ୍ତ ପରିବାର ପାଣି ଘେରରେ ।

ବନ୍ୟା ପ୍ରଭାବରେ ଜଳମଗ୍ନ ଏକାଧିକ ଗ୍ରାମ, ସରକାରଙ୍କୁ ଦାୟୀ କଲା ବିଜେପି

ରାସ୍ତା ଉପରେ ୪ ରୁ ୫ ଫୁଟ ଉଚ୍ଚର ପାଣି ଚାଲିଛି । ଶହ ଶହ ଲୋକେ ଭୋକ ଉପାସରେ ଦିନ କାଟୁଛନ୍ତି । ସେପଟେ ମଲାଗୁଣି ନଦୀରେ ବାରମ୍ବାର ନଦୀ ବନ୍ଧ ମରାମତି ନାଁ ରେ ବ୍ୟାପକ ଦୁର୍ନୀତି କାରଣରୁ ନଦୀ ବନ୍ଧ ଭାଙ୍ଗି ଯାଉଛି । ମାତ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ସତ୍ୟବାଦୀର ବିଜେପି ନେତା ଓମ୍ ପ୍ରକାଶ ମିଶ୍ର । ସେହିପରି ଅନେକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେରେ ଘର ମିଳିନଥିବାବେଳେ ଫନି ବାତ୍ୟା ସହାୟତାରୁ ମଧ୍ୟ ଲୋକେ ବଞ୍ଚିତ ଥିବାରୁ ସରକାରଙ୍କୁ ସମାଲୋଚନା କରିଛନ୍ତି ଓମ୍ ।

ସେପଟେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ବନ୍ୟା ସ୍ଥିତି ପରଖିବା ସହ ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ବିତରଣ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ଏଥିସହ ଘାଇ ମରାମତି କରି ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.