ETV Bharat / state

ସତ୍ୟବାଦୀରେ ବନ୍ୟା କ୍ଷୟକ୍ଷତି ଆକଳନ ଶେଷ ପର୍ଯ୍ୟାୟରେ, ଖୁବଶୀଘ୍ର ମିଳିବ ସହାୟତା

author img

By

Published : Sep 4, 2022, 10:09 AM IST

ପୁରୀ ସତ୍ୟବାଦୀ ଅଞ୍ଚଳରେ ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସରକାରଙ୍କୁ ଏହାର ରିପୋର୍ଟ ପ୍ରଦାନ ପରେ ବନ୍ୟା ପୀଡ଼ିତଙ୍କୁ ମିଳିବ ସହାୟତା । ଅଧିକ ପଢନ୍ତୁ

ସତ୍ୟବାଦୀରେ ବନ୍ୟା କ୍ଷୟକ୍ଷତି ଆକଳନ ଶେଷ ପର୍ଯ୍ୟାୟରେ, ଖୁବଶୀଘ୍ର ମିଳିବ ସହୟତା
ସତ୍ୟବାଦୀରେ ବନ୍ୟା କ୍ଷୟକ୍ଷତି ଆକଳନ ଶେଷ ପର୍ଯ୍ୟାୟରେ, ଖୁବଶୀଘ୍ର ମିଳିବ ସହୟତା

ପୁରୀ: ସତ୍ୟବାଦୀ ବ୍ଲକରେ ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ(flood damage assessment)ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସରକାରଙ୍କୁ ରିପୋର୍ଟ ପ୍ରଦାନ ପରେ ବନ୍ୟା ପୀଡ଼ିତଙ୍କୁ ଖୁବଶୀଘ୍ର ସରକାରୀ ସାହାଯ୍ୟ ମିଳିବ । ଚଳିତ ବନ୍ୟାରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା । ଏନେଇ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ଫସଲ ହାନିର କ୍ଷୟକ୍ଷତି ଆକଳନ କରାଯାଇ ରିପୋର୍ଟ ପ୍ରସ୍ତୁତି ଚାଲିଛି । ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ ପରେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ସୂଚନା ଦେଇଛନ୍ତି । ସେହିପରି ସତ୍ୟବାଦୀ ବ୍ଲକର ଜମାରସୁଆଁ ନିକଟରେ ନୂଆନଈରେ ବନ୍ଧ ଭୁଶୁଡି ପଡିବା ଘଟଣା ନେଇ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଯାଇଛି । ଯେଉଁଠି ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇଛି ତାକୁ ମରାମତି ସହ ସୁଦୃଢ କରିବା ପାଇଁ କୁହାଯାଇଛି ବୋଲି ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ କହିଛନ୍ତି।

ସତ୍ୟବାଦୀରେ ବନ୍ୟା କ୍ଷୟକ୍ଷତି ଆକଳନ ଶେଷ ପର୍ଯ୍ୟାୟରେ, ଖୁବଶୀଘ୍ର ମିଳିବ ସହୟତା

ଚଳିତ ବନ୍ୟାରେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ୧୧ଟି ପଞ୍ଚାୟତର ଅନେକ ଗାଁ ପ୍ରଭାବିତ ହୋଇଥିଲା । ଧନୁଆ ଓ କୁଶଭଦ୍ରା ନଦୀର ବନ୍ୟାଜଳ ପ୍ରଭାବରେ ନନ୍ଦୀଗୋରଡ଼ା କେନାଲ ବନ୍ଧ ରାସ୍ତାରେ ଦୁଇଟି ଘାଇ ସୃଷ୍ଟି ହୋଇଥିଲା । ଏହି ଘାଇ ଦ୍ଵାରା ବ୍ଲକ୍‌ର କେତକୀପାଟଣା, ବଳରାମପୁରଗଡ଼ ପଞ୍ଚାୟତର ୯ଟି ଗ୍ରାମ ବିଶେଷ ପ୍ରଭାବିତ ହୋଇଥିଲେ । କେତକୀପାଟଣା ପଞ୍ଚାୟତର ନନ୍ଦୀ ଗୋରଡ଼ା, ନାହକସାହି, ଦେଉଳପାରୀ, ବିଶ୍ଵନାଥଦେଉଳି, ବାଲିଉପର, ନୂଆ ବୁଢ଼ାକେରା ଏବଂ ପୁରୁଣା ବୁଢ଼ାଜେରା ଅଞ୍ଚଳରେ ବ୍ୟାପକ ଫସଲ କ୍ଷୟକ୍ଷତି ହେବା ସହ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଥିଲେ । ଶତାଧିକ ବନ୍ୟା ବିପନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବିଦ୍ୟାଳୟ କୋଠରୀରେ ଆଶ୍ରୟ ନେଇଥିଲେ । ବନ୍ୟାରେ ଫସଲ କ୍ଷୟକ୍ଷତିର ଆକଳନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ସରକାରଙ୍କ ଘୋଷଣା ଅନୁଯାୟୀ ବନ୍ୟା ପୀଡ଼ିତଙ୍କୁ ସରକାରୀ ସାହାଯ୍ୟ ପ୍ରଦାନ କରାଯିବ ।

ଏହାମଧ୍ୟ ପଢନ୍ତୁ: ଏକତରଫା ପ୍ରେମର କରୁଣ ପରିଣତି, ଯୁବତୀଙ୍କୁ ହତ୍ୟା କରି ଯୁବକର ଆତ୍ମହତ୍ୟା ଉଦ୍ୟମ

ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ କହିଛନ୍ତି, ''ସରକାରଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ଶେଷ ହୋଇଛି । ବ୍ଲକ ପକ୍ଷରୁ ଗୋଟିଏ ଟିମ୍ ଗଠନ କରାଯାଇ ବନ୍ୟା ଜନିତ କ୍ଷୟକ୍ଷତି ଆକଳନ କରାଯାଇଛି । ସରକାରଙ୍କୁ ଏହାର ରିପୋର୍ଟ ପ୍ରଦାନ କରାଯିବ । ବିପଦସଙ୍କୁଳ ଅବସ୍ଥାରେ ଥିବା ନଦୀବନ୍ଧ ଗୁଡିକ ପ୍ରତି ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।'' ପ୍ରକାଶଥାଉ କି, ଲଗାଣ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି । ୧୦ଟି ଜିଲ୍ଲା ଚାଷୀଙ୍କର ଅଧିକ କ୍ଷୟକ୍ଷତି ହୋଇଛି । ସେଥିମଧ୍ୟରୁ ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ଅଧିକ ଚାଷ ଜମି କ୍ଷତି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.