ETV Bharat / state

ବୃଦ୍ଧାଙ୍କୁ ବାଘ ଝାମ୍ପି ନେବା ଘଟଣା, ମହାବଳ ନୁହେଁ କଲରାପତରିଆ ରଚିଥିଲା ଆତଙ୍କ

author img

By

Published : Mar 21, 2023, 2:10 PM IST

women died by leopard tiger attack
ବୃଦ୍ଧାଙ୍କୁ ବାଘ ଝାମ୍ପି ନେବା ଘଟଣା

ଗତକାଲି ନୂଆପଡାରେ ଜଣେ ବୃଦ୍ଧାଙ୍କୁ ବାଘ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମହାବଳ ବାଘ ମହିଳାଙ୍କୁ ଝାମ୍ପି ନେଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ ମାତ୍ର ମହାବଳ ନୁହେଁ କଲରାପତରିଆ ବୃଦ୍ଧାଙ୍କୁ ଟାଣି ନେଇଥିବା ଜଣାପଡିଛି । ଅଧିକ ପଢନ୍ତୁ

women died by leopard tiger attack

ନୂଆପଡା: ଜିଲ୍ଲ ସୁନାବେଡା ଅଭୟାରଣ୍ୟ ସୋସେଙ୍ଗ ଗ୍ରାମପଞ୍ଚାୟତ ସ୍ଥିତ ଜଳମଡେଇ ଗାଁରେ ଗତକାଲି ବାଘ ଆତଙ୍କ ଖେଳାଇଥିଲା । ଘର ପଛପଟ ବାଡ଼ିକୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବାବେଳେ 65ବର୍ଷୀୟା ବୃଦ୍ଧଙ୍କୁ ବାଘ ଝାମ୍ପି ନେଇଥିଲା । ସାନମତି ବାରିକଙ୍କୁ ମହାବାଳ ଝାମ୍ପି ଖାଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ମହାବାଳ ନୁହେଁ କଲରାପତରିଆ ବୃଦ୍ଧାଙ୍କୁ ଘୋଷାଡି ନେଇଥିବା ବନ ବିଭାଗ ପକ୍ଷକୁ ସୂଚନା ମିଳିଛି ।

ସାନମତି ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ । ଏହି ସମୟରେ ତାଙ୍କୁ ବାଘ ଝାମ୍ପି ନେଇଥିଲା । ଜଳମଡେଇ ଗାଁ ଲୋକେ ଏକାଠୀ ହୋଇ ଠେଙ୍ଗା ବାଡ଼ି ଧରି ବାଘକୁ ଘଉଡାଇ ଥିଲେ । ଜଙ୍ଗଲରୁ ବୃଦ୍ଧାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା । ବୃଦ୍ଧାଙ୍କୁ ମହାବଳ ବାଘ ଆକ୍ରମଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ସୁନାବେଡା ବନ୍ୟପ୍ରାଣୀ ସୁରକ୍ଷା ବିଭାଗ ଫରେଷ୍ଟର ଶିବରାମ ମାଝୀଙ୍କ ନେତୃତ୍ବରେ ଏକଟିମ ଜଳମଡେଇ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ ।

ତଦନ୍ତ ବେଳେ ଜଳମଡେଇ ଗାଁର 65 ବର୍ଷୀୟ ମହିଳା ସାନମତି ବାରିକଙ୍କୁ ବାଘ ଝାମ୍ପି ମାରି ଖାଇଥିବା ଘଟଣା ସତ ହୋଇଥିବା ବେଳେ, ମହାବଳ ବାଘ ଝାମ୍ପି ଖାଇଥିବା ଗାଁ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଫରେଷ୍ଟର ଶିବରାମ ମାଝୀ । ସାନମତି ବାରିକଙ୍କୁ ମହାବଳ ବାଘ ଝାମ୍ପି ଖାଇନାହିଁ, କଲରାପତରିଆ ବାଘ ଝାମ୍ପିଥିବା ସ୍ପଷ୍ଟ କରିଛନ୍ତି ଫରେଷ୍ଟର । ଘଟଣାସ୍ଥଳରେ ପୋଲିସ , ସୁନାବେଡା ବନ୍ୟପ୍ରାଣୀ ସୁରକ୍ଷା ବିଭାଗ ପହଞ୍ଚି ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହି ଘଟଣା ଘଟିବା ପରେ ଜଳମଡେଇ ଗାଁ ସହିତ ଆଖ ପାଖ ଗାଁ ଲୋକଙ୍କ ମଧ୍ୟରେ ବାଘ ଆତଙ୍କ ଖେଳି ଯାଉଛି । ସଞ୍ଜ ହେଲେ ତାଟି ପଡୁଛି ।

ଏହା ବି ପଢନ୍ତୁ...ବାଡିରୁ ମହିଳାଙ୍କୁ ଝାମ୍ପି ନେଲା ମହାବଳ, ଆତଙ୍କିତ ଗାଁ ଲୋକ

ନୂଆପଡା ଜିଲ୍ଲାର ଜଙ୍ଗଲୀ ଇଲାକା ଗାଁ ଗୁଡିକରେ କଲରାପତରିଆ ବାଘ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । 2017 ମସିହାରେ ହଳଦୀ ଗାଁର 4 ବର୍ଷର ଛଗନ ପାଣ୍ଡେ ନାମକ ଶିଶୁକୁ ମାରି ଖାଇଥିଲା ବାଘ । ସେହିଭଳି ସିନାପାଲି ବନାଞ୍ଚଳ ଅଧିନସ୍ଥ ହୀରାପୁର ଗାଁର ସେନାପତି ମାଝୀ ନାମକ ଯୁବକଙ୍କୁ କଲରାପତରିଆ ବାଘ ଆକ୍ରମଣ କରିଥିଲା । ସେହିଭଳି ଗତ ସପ୍ତାହରେ ଲୋଡ୍ର ଗାଁରେ ଗାଈ,ଘୁଷୁରୀ,ଛେଳି ମାରି ଖାଇଥିଲା କଲରାପତରିଆ ବାଘ । ଏବେ ପୁଣି ଜଳମଡେଇ ଗାଁରେ ମହିଳାଙ୍କୁ ବାଘ ଝାମ୍ପି ନେଇଛି । ବାରମ୍ବାର ଘଟଣା ଘଟିବ ଚାଲିଥିବାବେଳେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।

ଇଟିିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.