ନଦୀ ବାଲିରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର

author img

By

Published : Aug 7, 2022, 12:19 PM IST

ନଦୀ ବାଲିରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର

ନଦୀ ପଠାରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର । କେହି ହତ୍ୟା କରି ପୋତି ଦେଇଥିବା ସନ୍ଦେହ । ଅଧିକ ପଢନ୍ତୁ

ନୂଆପଡା: ନଦୀ ପଠାରେ ଅଜଣା ଯୁବୀତଙ୍କ ମୃତଦେହ ଠାବ । ଆଜି(ରବିବାର) ନୂଆପଡା ଜିଲ୍ଲା କାପସି ଉଦନ୍ତୀ ସେତୁ ନିକଟରେ ଏହି ମୃତଦେହଟି ଠାବ ହୋଇଛି । ମୃତଦେହ ନଦୀ ବାଲିରେ ଅଧା ପୋତି ହୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ନିକଟରେ ଯୁବତୀଙ୍କ ଏକ ହଳଦିଆ ରଙ୍ଗର ଡ୍ରେସ ମଧ୍ୟ ପଡିଛି । ଏନେଇ ଖବର ପାଇ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ନଦୀ ବାଲିରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର

ଯୁବତୀଙ୍କୁ କେହି ହତ୍ୟା କରି ନଦୀ ବାଲିରେ ପୋତି ଦେଇଥିବା ସନ୍ଦେହ କରାଯାଉଛି । ହେଲେ ଏ ଯାଏଁ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ଘଟଣାରେ ଛାନଭିନ୍ ଆରମ୍ଭ କରିଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.