ETV Bharat / state

ଚେକିଂ କଡାକଡି, ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

author img

By

Published : Apr 7, 2023, 11:08 AM IST

tightened traffic checking
tightened traffic checking

ଖଡ଼ିଆଳ ଠାରେ ନୂଆପଡା ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ କଡାକଡି ଭାବରେ ଯାନବାହନ ଚେକିଂ କରି ଚାଲାଣ କଟାଯାଇଛି । ଅଧିକ ପଢନ୍ତୁ

tightened traffic checking

ନୂଆପଡା: ଜିଲ୍ଲାରେ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏନେଇ ଖଡ଼ିଆଳ ଠାରେ ନୂଆପଡା ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ କଡାକଡି ଭାବରେ ଯାନବାହନ ଚେକିଂ କରି ଚାଲାଣ କଟାଯାଇଛି । ପରିବହନ ବିଭାଗ ଅଧିକାରୀ ସଡକ ସୁରକ୍ଷା ସପ୍ତାହ ସମ୍ପର୍କରେ ସହରବାସୀଙ୍କୁ ବୁଝାଇଛନ୍ତି ।

ଏଥିସହ ଦୃତ ଗତି ମହାବିପତ୍ତି ଟ୍ରାଫିକ ନିୟମ ପାଳନ କରି ଗାଡି ଚଳାଇବା ପାଇଁ ଉଭୟ ଦୁଇ ଚକିଆ ଏବଂ ଭାରିଯାନ ଚାଳକ ମାନଙ୍କୁ ଉତ୍ତମ ପରାମର୍ଶ ଦେଇଛନ୍ତି । ସେହିପରି ପାଖରେ ଡ୍ରାଇଭିଂ ଲାଇସେନ୍ସ, ଆବଶ୍ୟକୀୟ ଗାଡି କାଗଜପତ୍ର ରଖି ଗାଡି ଚଳାଇବାକୁ କହିଛନ୍ତି । ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା,ମଦ୍ୟପାନ କରି ଗାଡି ନ ଚଳାଇବା ଓ ସର୍ବପରି ସର୍ବଦା ହେଲମେଟ,ସିଟବେଲ୍ଟ ବ୍ୟବହାର କରି ଗାଡି ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଏହି ଅବସରରେ ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ ଠାରେ ଖଡ଼ିଆଳ ପୋଲିସର ସହାୟତାରେ ଗାଡି ଚେକିଂ ପ୍ରକ୍ରିୟାକୁ କଡାକଡି କରାଯାଇଛି । ଅମାନିଆ ମଦ୍ୟପ ନାବାଳକ ଚାଳକ ଓ କ୍ଷମତା ଠାରୁ ଅଧିକ ଓଜନ ବୋଝେଇ ଆଦି 75ଗୋଟି ଚାଳକ ଠାରୁ ଚାଲାଣ କଟାଯାଇଛି । ସେଥି ମଧ୍ୟରୁ ମଦ୍ୟପ ଚାଳକ 7ଜଣ ,ନାବାଳକ ଚାଳକ 2 ଜଣ, କ୍ଷମତା ଠାରୁ ଅଧିକ ଓଜନ ବୋଝେଇ 2 ଗୋଟି ଏବଂ 15 ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ହୋଇଥିବା 7ଗୋଟି ଗାଡି ଠାରୁ ଚାଲାଣ କଟାଯାଇଛି । ସମୁଦାୟ 6 ଲକ୍ଷ 32 ହଜାର 620 ଟଙ୍କା ଚାଲାଣ ଆଦାୟ କରାଯାଇଥିବା ନୂଆପଡା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ବିଜୟ କୁମାର ବେହେରା ସୂଚନା ଦେଇଛନ୍ତି । ତେବେ ଅମାନିଆ ବେଳ ଥାଉ ଥାଉ ସୁଧୁରି ଯାଆନ୍ତୁ ଆଗକୁ କଡାକଡି ଚେକିଂ ପ୍ରକ୍ରିୟା ଚାଲୁ ରହିବ ବୋଲି ଜିଲ୍ଲା ପରିବହନ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- G20 Jan Bhagidari campaign: ଏମସ ପକ୍ଷରୁ ସ୍ଵାସ୍ଥ୍ୟମେଳା, ରୋଗୀ ଦେଖିଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ପ୍ରକାଶ ଥାଉକି, କଠୋର ହେଉଛି ରାଜ୍ୟ ପରିବହନ ବିଭାଗ । ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ଚେକିଂ ପ୍ରକ୍ରିୟା ହୋଇଛି କଡ଼ାକଡ଼ି । ଏହି କ୍ରମରେ ସାରା ରାଜ୍ୟରେ ଚେକିଂ ପ୍ରକ୍ରିୟାକୁ କଡାକଡି କରାଯାଇଛି । ବିଶେଷକରି ନାବାଳିକା ବା ନାବାଳକ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛି ରାଜ୍ୟ ପରିବହନ ବିଭାଗ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.