ETV Bharat / state

ମନରେଗା ଦୁର୍ନୀତି ! ପରିଶ୍ରମ କଲେ ଲୋକେ, ମିଳୁନି ପ୍ରାପ୍ୟ

author img

By ETV Bharat Odisha Team

Published : Nov 29, 2023, 10:06 PM IST

ମନରେଗାରେ ବ୍ୟାପକ ଦୁର୍ନୀତି
ମନରେଗାରେ ବ୍ୟାପକ ଦୁର୍ନୀତି

ମନରେଗାରେ ବ୍ୟାପକ ଦୁର୍ନୀତି ! ଲାଞ୍ଚ ଦେଇ ମଧ୍ୟ ପରିଶ୍ରମର ମିଳୁନି ପ୍ରାପ୍ୟ । ପାରିଶ୍ରମିକ ଦେବା ପାଇଁ ଓଲଟା ଲୋକଙ୍କ ଠାରୁ ନିଆଯାଇଛି ଲାଞ୍ଚ । ଏଭଳି ଅଭିଯୋଗ କରିଛନ୍ତି ନୂଆପଡା ଜୀଲ୍ଲା ପୋଡାପାଲି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ମନରେଗାରେ ବ୍ୟାପକ ଦୁର୍ନୀତି

ନୂଆପଡ଼ା: ଜମିର ଉନ୍ନତି କରଣ କରିବା ପାଇଁ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି (MGNREGA) ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ ଚାଷୀମାନେ ଜମି ମରାମତି କାମ କରି ନିଜ ଚାଷ ଜମିର ଉନ୍ନତୀକରଣ କରିବାର ନିୟମ ରହିଛି । ହେଲେ ଏହି ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଯୋଜନାରେ ଅନ୍ତର୍ଭୁକ୍ତ କରିବା ନାଁରେ ଚାଷୀଙ୍କ ଠାରୁ ଲାଞ୍ଚ ନେଇ କାମ ଦେଇଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ପୋଡାପାଲି ହିତାଧିକାରୀ ଚାଷୀ । ଅପରପକ୍ଷେ ଲାଞ୍ଚ ଦେଇ ଜମି ମରାମତି କରି ଦୀର୍ଘ ଦିନହେବ ପ୍ରାପ୍ୟ ପାଇନଥିବା ଏକାଧିକ ଚାଷୀ ଅଭିଯୋଗ କରିଛନ୍ତି ।

ତେବେ ପୋଡାପାଲି ଗାଁରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି (MGNREGA) ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଅଭିଯୋଗ କରିଛନ୍ତି ପୋଡାପାଲି ଗାଁର ଏକାଧିକ ମଧ୍ୟମ ଓ କ୍ଷୁଦ୍ର ଚାଷୀ । ଦୀର୍ଘ ଦିନ ହେବ ହିତାଧିକାରୀ ଚାଷୀମାନେ ଅକ୍ଲାନ୍ତ ପରିଶ୍ରମ କରି ନିଜ ଚାଷଜମିକୁ ଉନ୍ନତୀକରଣ କରିଛନ୍ତି । ନିଜେ ପରିଶ୍ରମ କରିବା ସହିତ ମାଟିଖୋଲା କାମରେ ମୂଲ ଲଗାଇଛନ୍ତି । ହେଲେ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ଚାଷୀଙ୍କୁ ଯୋଜନା ମୁତାବକ ପ୍ରାପ୍ୟ ମିଳିନାହିଁ । ଆବଶ୍ୟକୀୟ କାଗଜାତ ଦାଖଲ କରି ମାଷ୍ଟରରୋଲ ଜବକାର୍ଡ ଜରିଆରେ ଚାଷୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ଟଙ୍କା ଡିପୋଜିଟ କରାଇଦେବା ନାଁରେ ଗାଁର ୱାର୍ଡମେମ୍ବର ଜଣେ ଚାଷୀ ପିଛା 3000 ଟଙ୍କା ଲେଖାଏଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ହେଲେ ଚାଷୀଙ୍କ ଏକାଉଣ୍ଟରେ ଏପର୍ଯ୍ୟନ୍ତ ଟଙ୍କା ଡିପୋଜିଟ ହୋଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ.....ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଧାର କରଜ କରି ଜମି ମରାମତି କାମ ଶେଷକରି ଥିଲେ ଗ୍ରାମବାସୀ । ଆଜକୁ 8 ମାସ ବିତି ଯାଇଥିଲେ ସୁଦ୍ଧା ହିତାଧିକାରୀ ଚାଷୀଙ୍କୁ ଜମି ମରାମତି ଟଙ୍କା ମିଳିନାହିଁ । ଅପରପକ୍ଷେ ଚାଷୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ବିଭାଗୀୟ କର୍ମଚାରୀ ଓ ୱାର୍ଡମେମ୍ବର MGNREGA ଟଙ୍କା ଡିପୋଜିଟ କରି ଟଙ୍କା ହଡପ କରିଥିବା ପୋଡାପାଲି ଗାଁର ଚାଷୀ ଦେବାରଚନ ମାଝୀ ଅଭିଯାଗ କରିଛନ୍ତି । ସେହିଭଳି ଲାଞ୍ଚ କାରବାରରେ ସଂପୃକ୍ତ ଥିବା ୱାର୍ଡମେମ୍ବର JCB ମେସିନ ଲଗାଇ କାମ କରି ପରେ ଟଙ୍କାକୁ ଭାଗବଣ୍ଟା କରିବାକୁ ପ୍ରବତ୍ତାଇ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ପରିଶ୍ରମର ପ୍ରାପ୍ୟ ନମିଳିଲେ ଏକତ୍ରିତ ହୋଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଏନେଇ ବରଗାଁ ସରପଞ୍ଚଙ୍କୁ ପଚାରିବାରୁ ଲାଞ୍ଚ କାରବାର ବିଷୟରେ ଅଭିଯୋଗ ଆସିନାହିଁ । ଅଭିଯୋଗ ଆସିଲେ ଖଡ଼ିଆଳ ବିଡ଼ିଓଙ୍କୁ ଜଣାଇ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.