ETV Bharat / state

ଭିଜିଲାନ୍ସ ଜାଲରେ ଖଡିଆଳ ବିଡିଓ, 5ଟି ସ୍ଥାନରେ ଚଢାଉ

author img

By

Published : Jan 17, 2023, 10:32 AM IST

Updated : Jan 17, 2023, 12:09 PM IST

ଭିଜିଲାନ୍ସ ଜାଲରେ ବିଡିଓ
BDO Narayan Sahoo under Vigilance scanner

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ । ନୂଆପଡା ଏବଂ ବଲାଙ୍ଗୀର ସମେତ ଏକାକାଳୀନ ୫ଟି ସ୍ଥାନରେ ଚଢାଉ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ଖଡିଆଳ ବିଡିଓ
ଭିଜିଲାନ୍ସ ଜାଲରେ ଖଡିଆଳ ବିଡିଓ, 5ଟି ସ୍ଥାନରେ ଚଢାଉ

ନୂଆପଡା: ଆକ୍ସନ ମୁଡରେ ଭିଜିଲାନ୍ସ ବିଭାଗ । ପୁଣି ଭିଜାଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ଖଡିଆଳ ବିଡିଓ ନାରାୟଣ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଛି । ନୂଆପଡା ଏବଂ ବଲାଙ୍ଗୀର ସମେତ ଏକାକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଉଥିବାର ଜଣାପଡ଼ିଛି ।

ବିଡିଓ ନାରାୟଣ ସାହୁଙ୍କ ଖଡ଼ିଆଳ ସ୍ଥିତ ସରକାରୀ ବାସଭବନ, ବ୍ଲକ କାର୍ଯ୍ୟାଳୟ, ବଲାଙ୍ଗୀର 2 ମହଲା ଘର, କୁସମେଲ ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡିଛି । ଖଡ଼ିଆଳରେ 8 ଜଣିଆ ଭିଜିଲାନ୍ସ ଟିମ ତଦନ୍ତ ଜାରି ରଖିଛି । ଖଡ଼ିଆଳ ଠାରେ ଭିଜିଲାନ୍ସ DSP ସତ୍ୟବାନ ମହାନନ୍ଦଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ତଦନ୍ତ ଜାରି ରହିଛି ।

ଏହା ବି ପଢନ୍ତୁ...ଯୋଗ୍ୟ ହିତାଧିକାରୀ ଆବାସ ନପାଇଲେ ନବୀନ ନିବାସ ଘେରିବ ବିଜେପି, କଂଗ୍ରେସ ବି ରଖିଲା ପ୍ରତିକ୍ରିୟା

ଚଢାଉରେ ଭିଜିଲାନ୍ସ ବିଭାଗର 3 ଜଣ DSP, 10 ଜଣ ଇନ୍ସପେକ୍ଟର ଓ 4 ଜଣ ଏଏସଆଇ ସାମିଲ ହୋଇଛନ୍ତି । ଚଢାଉ ବେଳେ ଟଙ୍କା, କାଗଜପତ୍ର, ଇନସ୍ୟୁରାନ୍ସ ଦସ୍ତାବିଜ୍‌ ଜବତ କରାଯାଇଛି । ନାରାୟଣ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ତଦନ୍ତ କରି ନାରାୟଣଙ୍କ ଘରେ ଚଢାଉ କରିଛି । ଏହା ସହିତ ବାଲଙ୍ଗୀର ବିଡ଼ିଘାଟ ସ୍ଥତି ତାଙ୍କ ଶ୍ବଶୁର ଘରେ ଏବଂ ବଲାଙ୍ଗୀର ଲୋଇସିଂହା ବ୍ଲକ କୁସମେଲ ତାଙ୍କ ପୈତୃକ ଘରେ ଭିଜିଲାନ୍ସ ଆଜି ଭୋରରୁ ଚଢ଼ାଉ କରିଛନ୍ତି। ତେବେ ବଲାଙ୍କୀର ସହର ମେଡ଼ିକାଲ କଲେଜ ପାଖ ଦୁଇ ମହଲା ଘରୁ ବିଜିଲାନ୍ସ 3 ଲକ୍ଷ 68 ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ । ସେହିପରି ଲକ୍ଷାଧିକ ଟଙ୍କାର ସୁନା ଗହଣା ମଧ୍ୟ ଭିଜିଲାନ୍ସ ଜବତ କରିଛି। ଏହା ସହ ବଲାଙ୍ଗୀର ସହର ମଧ୍ୟରେ କୋଟି କୋଟି ଟଙ୍କାର ଦୁଇଟି ପ୍ଲଟ ଥିବାର ଭିଜିଲାନ୍ସ ଜାଣିବାକୁ ପାଇଛି । ଏ ସଂକ୍ରାନ୍ତୀୟ କାଗଜ ପତ୍ର ଭିଜିଲାନ୍ସ ହାତରେ ଲାଗିଛି । ବିଡ଼ିଓ ନାରାୟଣ ସାହୁ 1990 ମସିହାରୁ ଜିପିଓ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଓଆରଏସ ଉତ୍ତୀର୍ଣ୍ଣ ହୋଇ ସେ ତହସିଲଦାର ଓ ପରେ ବିଡ଼ିଓ ଭାବରେ ନୂଆପଡା ଖରିଆରଠାରେ କାର୍ଯ୍ୟରତ ଥିଲେ।

ଏହା ବି ପଢନ୍ତୁ...ବେଆଇନ ଚିଙ୍ଗୁଡ଼ି ଘେରି ଉପରେ ନଜର ରଖିବ ଡ୍ରୋନ୍, ଅର୍ଥ ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ ଭିଜିଲାସ୍ସ ଚଢାଉ ଏହା ନୂଆ ଘଟଣା ନୁହେଁ । ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ ପଡିବା ଯେପରି ନିତିଦିନିଆ ଘଟଣା ହେବାରେ ଲାଗିଛି । କଳା ଧନ କାରବାର ନେଇ ଜଣେ ପରେ ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ହାବୁଡରେ ପଡୁଛନ୍ତି । ଚଳିତବର୍ଷ ଜାନୁଆରୀରେ ଏହା ଚତୁର୍ଥ ଭିଜିଲାନ୍ସ ଚଢାଉ । କିଛି ଦିନ ତଳେ ରାୟଗଡା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଗିରଫ କରିଥିଲା । ଏହା ପୂର୍ବରୁ ଜାନୁଆରୀ 7 ତାରିଖରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ RWSSର ଅଧୀକ୍ଷକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଥିଲା । ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ 6ଟି ଠିକଣାରେ ରେଡ କରିଥିଲା ଭିଜିଲାନ୍ସ । ଏହାପରେ ତାଙ୍କୁ ଗରିଫ କରିଥିଲା ଭିଜିଲାନ୍ସ ଟିମ । ଜାନୁଆରୀ 10 ତାରଖରେ ରାଉରକେଲା RWD ବିଭାଗର କନିଷ୍ଠ କିରାଣୀ ନନ୍ଦ କିଶୋର ନାଥଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା ।

ଇଟିଭି ଭାରତ, ନୂଆପଡା

Last Updated :Jan 17, 2023, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.