ETV Bharat / state

ଯୋଗ୍ୟ ହିତାଧିକାରୀ ଆବାସ ନପାଇଲେ ନବୀନ ନିବାସ ଘେରିବ ବିଜେପି, କଂଗ୍ରେସ ବି ରଖିଲା ପ୍ରତିକ୍ରିୟା

author img

By

Published : Jan 16, 2023, 10:49 PM IST

ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନପ୍ରେସମିଟ କରି କହିଛନ୍ତି ଯେ ଯୋଗ୍ୟ ହିତାଧିକାରୀଙ୍କୁ ସରକାର ଆବାସ ଦିଅନ୍ତୁ । ଯୋଗ୍ୟ ହିତାଧିକାରୀ ବାଦ ପଡିଲେ ବିଜେପି ବରଦାସ୍ତ କରିବ ନାହିଁ । ନବୀନ ନିବାସ ଘେରାଓ କରିବ ଦଳ । ଗତଥର ଭଳି ଦଳୀୟ ଆଧାରରେ ଆବାସ ଯୋଜନା ବାଣ୍ଚିଲେ ବିଜେପି ଜୋରଦାର ବିରୋଧ କରିବ । ଅଧିକ ପଢନ୍ତୁ

ଯୋଗ୍ୟ ହିତାଧିକାରୀ ଆବାସ ନ ପାଇଲେ ନବୀନ ନିବାସ ଘେରିବ ବିଜେପି, କଂଗ୍ରେସ ବି ରଖିଲା ଦାବି
ଯୋଗ୍ୟ ହିତାଧିକାରୀ ଆବାସ ନ ପାଇଲେ ନବୀନ ନିବାସ ଘେରିବ ବିଜେପି, କଂଗ୍ରେସ ବି ରଖିଲା ଦାବି

ଯୋଗ୍ୟ ହିତାଧିକାରୀ ଆବାସ ନ ପାଇଲେ ନବୀନ ନିବାସ ଘେରିବ ବିଜେପି, କଂଗ୍ରେସ ବି ରଖିଲା ଦାବି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା ରାଜ୍ୟ ସରକାର ସ୍ୱଚ୍ଛତା ସହକାରେ କରନ୍ତୁ । ଯୋଗ୍ୟ ହିତାଧିକାରୀଙ୍କୁ ସରକାର ଆବାସ ଦିଅନ୍ତୁ । ଯୋଗ୍ୟ ହିତାଧିକାରୀ ବାଦ ପଡିଲେ ବିଜେପି ବରଦାସ୍ତ କରିବ ନାହିଁ । ନବୀନ ନିବାସ ଘେରାଓ କରିବ ଦଳ । ଗତଥର ଭଳି ଦଳୀୟ ଆଧାରରେ ଆବାସ ଯୋଜନା ବାଣ୍ଟିଲେ ବିଜେପି ଜୋରଦାର ବିରୋଧ କରିବ । ଆଜି ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପଞ୍ଚାୟତୱାରୀ ପ୍ରଦର୍ଶିତ ହେବା ପରେ ବିଜେପି ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଏହି ଚେତାବନୀ ଦେଇଛି ।

ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରେସମିଟ୍ କରି କହିଛନ୍ତି, ‘‘ଯୋଗ୍ୟ ହିତାଧିକାରୀଙ୍କୁ ସରକାର ଆବାସ ଦିଅନ୍ତୁ । ଯୋଗ୍ୟ ହିତାଧିକାରୀ ବାଦ ପଡିଲେ ବିଜେପି ବରଦାସ୍ତ କରିବ ନାହିଁ । ନବୀନ ନିବାସ ଘେରାଓ କରିବ ଦଳ । ଗତଥର ଭଳି ଦଳୀୟ ଆଧାରରେ ଆବାସ ଯୋଜନା ବାଣ୍ଚିଲେ ବିଜେପି ଜୋରଦାର ବିରୋଧ କରିବ । ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁ ବୋଲି ବିଜେପି ସବୁବେଳେ ଦାବି କରି ଆସିଛି ।"

2018-19 ରେ ଯେଉଁ ତାଲିକା ଆସିଥିଲା ତାହା ଦଳୀୟ ଆଧାରରେ ଆସିଥିଲା । ଯେତେଥର ଘର ପାଇଁ ସର୍ଭେ ହୋଇଛି, ଦଳୀୟ ଆଧାରରେ ହୋଇଛି । ରାଜ୍ୟ ସରକାର ଚଞ୍ଚକତା ସହ ଦଳୀୟ ଆଧାରରେ ବାଣ୍ଟିବା ପାଇଁ ଉଦ୍ୟମ କରୁଛନ୍ତି । ବିଜୁ ଜନତା ଦଳ ସହିତ ସମ୍ପୃକ୍ତ ଲୋକ ମାନଙ୍କୁ କେବଳ ପକ୍କା ଘରରେ ସାମିଲ କରାଯାଇଛି ବୋଲି ଅଭିଯୋଗ ଆଣିଛି ବିଜେପି । ଯେଉଁମାନେ ଅନ୍ୟ ଦଳ ସହିତ ସମ୍ପୃକ୍ତ କିମ୍ବା ସାଧାରଣ ଲୋକ ସେମାନଙ୍କ ନାଁ କୁ ସାମିଲ କରାଯାଇନାହିଁ। ଯୋଗ୍ୟ ଲୋକ ନପାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ବିଜେପି ।

ସେହିପରି 2018-19 ରେ ପ୍ରୋଭିଜିନାଲ ୱେଟିଂ ତାଲିକା ଅନୁସାରେ ପ୍ରାୟ ଦେଢ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କ ରହିଥିଲେ। କିନ୍ତୁ ଏବେ ସମ୍ଭାବ୍ୟ ତାଲିକାରେ ସେମାନଙ୍କ ନାଁ ନାହିଁ । ତେଣୁ ସ୍ୱଚ୍ଛତା ବଜାୟ ରଖିବା ଦରକାର । ଦଳ ପକ୍ଷରୁ ଏବଂ ସେହି ତାଲିକାକୁ ରେଫରାଲ ଭାବେ ନିଆଯାଇ ଘର ଆବଣ୍ଟନ କରାଯାଉ। ଅଯୋଗ୍ୟ ଲୋକଙ୍କ ଖବର ଯିଏ ଦେବ ବା ଯେଉଁମାନେ ଅଭିଯୋଗ କରିବେ ତାଙ୍କ ନାମକୁ ଗୁପ୍ତ ରଖିବା ଦରକାର । ନହେଲେ ଲୋକମାନଙ୍କ ମଧ୍ୟରେ ଗାଁ ଗାଁରେ ଗଣ୍ଡଗୋଳ ହେବ। ସେହିଭଳି ଯେଉଁ ମାନଙ୍କର ଚାଳ ଘର ଥିଲା ଆଗରୁ ସେମାନେ ତିନି ବର୍ଷ ଅପେକ୍ଷା କରି କରି ଆଜବେଷ୍ଟସ ପକାଇଛନ୍ତି । ଯାହାର ଆଜବେଷ୍ଟସ ଘର ଅଛି ତାକୁ ମଧ୍ୟ ସାମିଲ କରାଯାଉ ।

ଏତଦ୍ ବ୍ୟତୀତ ବିଜେପି ସାଧାରଣ ସମ୍ପାଦକ କହିଛନ୍ତି ପିଏମ ଆବାସ ଲଗୋ ହିଁ ଲଗାଯାଉ । କାରଣ ଗାଇଡଲାଇନରେ ଅଛି ପିଏମ ଆବାସ ଲଗୋ ଲଗାଇବାକୁ । ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ସଚିବ ଚିଠି ଲେଖିଥିଲେ ଅତୀତରେ । ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି କୌଣସି ନାମ ପରିବର୍ତ୍ତନ ହେବ ନାହିଁ। 40 ପ୍ରତିଶତ ଅର୍ଥ ଦେଇ ଯେଉଁ ଲୋଗ କଥା ବିଜେଡି କହୁଛି ତାକୁ ବରଦାସ୍ତ କରାଯିବ ନାହିଁ ।

ଅନ୍ୟପଟେ ଆବାସ ରାଜନୀତିରେ କଂଗ୍ରେସ ମଧ୍ୟ ଏଣ୍ଟ୍ରି ମାରିଛି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି କାହିଁକି ହିତାଧିକାରୀଙ୍କ ତାଲିକା ସର୍ବସାଧାରଣରେ ଆଗରୁ ପ୍ରକାଶ କରାଗଲା ନାହିଁ ? ଓଡିଶାକୁ 9 ଲକ୍ଷ 70 ହଜାର ଘର ଆସିଛି । ପ୍ରକୃତ ହିତାଧିକାରୀ ଚୟନ କରି ଦିଆଯାଉ । ନଚେତ ବିରାଟ ବିପ୍ଳବ ହେବ। ଦରକାର ପଡିଲେ ଗାଁ ଗହଳି ରୁ ଆନ୍ଦୋଳନ ଆସି ସଚିବାଳୟରେ ପଶିବ ବୋଲି ଧମକ ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ପୂର୍ବରୁ ଯେଉଁମାନଙ୍କର ଗାଡି ଘୋଡା ଅଛି, କୋଠା ଅଛି ସେହିମାନଙ୍କୁ ପିଏମ ଆବାସ ଦିଆଯାଇଛି । ଆମେ ଅନେକ ଥର ତଦନ୍ତ ପାଇଁ ବିଧାନସଭାରେ ଦାବି କରିଛୁ ହେଲେ କିଛି କରୁନାହାନ୍ତି ସରକାର । ଯେମିତି ପିଠା ଯୋଜନାରେ, କାଳିଆ ଯୋଜନାରେ ନିଜର ଲୋକ ମାନଙ୍କୁ ବିଜେଡି ସହାୟତା ଦେଇଛି ସେହିଭଳି ପିଏମ ଆବାସ ଯୋଜନା ବଣ୍ଟନ କରାଯାଇଛି। ଯେଉଁମାନଙ୍କର ଘର ନାହିଁ, ବାସ ନାହିଁ, ବାହାରେ ପଡିଛନ୍ତି ହିତାଧିକାରୀଙ୍କ ଚିହ୍ନଟ କରାଯାଉ । ସେମାନଙ୍କୁ ଘର ଦିଆଯାଉ। ଯେଉଁମାନେ ବନ୍ୟା ବାତ୍ୟାରେ ପିଡୀତ ସେମାନଙ୍କର ବାସ୍ତବ ସ୍ଥିତି ଦେଖି ମଧ୍ୟ ଘର ଦିଆଯାଉ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.