ETV Bharat / state

ଖଡ଼ିଆଳ ବ୍ଲକରେ ଜମିଲା ନୂଆଁଖାଇ ଭେଟଘାଟ

author img

By

Published : Sep 16, 2019, 1:43 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଲାଞ୍ଜୀ ଗ୍ରାମରେ ଗ୍ରାମପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଖଡ଼ିଆଳ ବ୍ଲକର 18ଟି ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ପିଆରଆଇ ମେମ୍ବର ଉପସ୍ଥିତ ରହିଥିଲେ ।

ନୂଆପଡା: ଖଡ଼ିଆଳ ବ୍ଲକ ଲାଞ୍ଜୀ ଗ୍ରାମରେ ଗ୍ରାମପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇଛି । ଭେଟଘାଟ ଉତ୍ସବରେ ଆୟୋଜିତ ସଭାରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ଅଧ୍ୟକ୍ଷତା କରିଥିଲେ । ସେହିପରି କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର ମୁଖ୍ୟ ଅତିଥି ଓ ମେଜର ରାମଚନ୍ଦ୍ର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଖଡ଼ିଆଳ ବ୍ଲକର 18ଟି ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ପିଆରଆଇ ମେମ୍ବର ଉପସ୍ଥିତ ରହିଥିଲେ । ପାରମ୍ପରିକ ନୃତ୍ୟ, ଗୀତ ଓ ବାଦ୍ୟର ତାଳେ ତାଳେ ଏହି ଉତ୍ସବ ପାଳିତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଭେଟଘାଟରେ ଛୋଟମାନେ ବଡମାନଙ୍କୁ ମୁଣ୍ଡିଆ ବା ନମସ୍କାର କରି ନୂଆଁଖାଇ ଜୁହାର ଜଣାଇଛନ୍ତି । ସେହିଭଳି ବଡମାନେ ମଧ୍ୟ ଛୋଟମାନଙ୍କ ଶୁଭାର୍ଶୀବାଦ କାମନା କରିଛନ୍ତି । ମୁଖ୍ୟ ବକ୍ତା ମେଜର ରାମଚନ୍ଦ୍ର ମିଶ୍ର ଏହି ପର୍ବର ବିଶେଷତ୍ବ ସଂପର୍କରେ ଲୋକଙ୍କୁ ବୁଝାଇବା ସହ ପର୍ବର ଗୁରୁତ୍ବକୁ ଲୋକଙ୍କୁ ଜଣାଇଛନ୍ତି । ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଚଳିତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ସମ୍ପନ୍ନ ହୋଇସାରିଛି । ହେଲେ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟଘାଟ ଉତ୍ସବ ଜାରି ରହିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ବ୍ଲକ ଲାଞ୍ଜି ଗ୍ରାମଠାରେ ଲାଞ୍ଜି ଗ୍ରାମପଂଚାୟତ ସ୍ତରୀୟ ନୂଆଖାଇ ଭେଟ ଘାଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ଅଧ୍ୟକ୍ଷ ତା କରିଥିବାବେଳେ , ମୁଖ୍ୟ ଅତିଥି ଭାବରେ କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର ଯୋଗଦେଇଥିବାବେଳେ, ମୁଖ୍ୟ ବକ୍ତା ଭାବରେ ମେଜର ରାମଚନ୍ଦ୍ର ମିଶ୍ର ଯୋଗଦେଇ ଉଦବୋଧନ ଦେଇଛନ୍ତି । ଏହିଅବସରରେ ଖଡ଼ିଆଳ ବ୍ଲକ ର 18 ଗୋଟି ଗ୍ରାମପଂଚାୟତ ର ସରପଞ୍ଚ, ସମିଟିସଭ୍ୟ, ଏବଂ ଅନ୍ୟାନ୍ୟ ପିଆରଆଇ ମେମ୍ବର ଯୋଗଦେଇ ନୂଆଖାଇ ଭେଟଘାଟ ଉତ୍ସବ କୁ ସଫଳ କରିଛନ୍ତି । ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବା ନୂଆଖାଇ ଚଳିତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ରେ ସମ୍ପନ୍ନ ହୋଇ ସାରିଛି । ହେଲେ ନୂଆଖାଇ ଭେଟଘାଟ ଉତ୍ସବ ଚାଲୁରହିଛି । ଯାହାକି ଆଜି ଲାଞ୍ଜି ଗ୍ରାମପଂଚାୟତ ଠାରେ ଦେଖାଦେଇଛି । ଭେଟଘାଟ ରେ ଛୋଟ ମାନେ ବଡ ମାନଙ୍କୁ ଭେଟଘାଟ ଜରିଆରେ ମୁଣ୍ଡିଆ ବା ନମସ୍କାର କରି ନୂଆଖାଇ ଜୁହାର ଜଣାଇଛନ୍ତି । ସେହିଭଳି ବଡ ମାନେ ମଧ୍ୟ ଛୋଟ ମାନଙ୍କୁ ଶୁଭାର୍ଶୀବାଦ କାମନା କରିଛନ୍ତି । ଏହି ଅବସରରେ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ ର ବିଶେଷତ୍ୟ ଉପରେ ମୁଖ୍ୟ ବକ୍ତା ମେଜର ରାମଚନ୍ଦ୍ର ମିଶ୍ର ଲୋକଙ୍କୁ ବୁଝାଇଛନ୍ତି । Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.