ETV Bharat / state

ମା' ରକ୍ତାମ୍ବରୀ ଏବଂ ସମଲେଶ୍ବରୀଙ୍କ ନବରାତ୍ର ପୂଜା

author img

By

Published : Sep 28, 2022, 1:50 PM IST

Navaratri puja of goddess raktambari and samaleshwari in nuapada
ମା' ରକ୍ତାମ୍ବରୀ ଏବଂ ସମଲେଶ୍ବରୀଙ୍କ ନବରାତ୍ର ପୂଜା

ନୂଆପଡା ଜିଲ୍ଲାରେ ଅଧିଷ୍ଠାତ୍ରୀ ଦେବୀ ମା' ରକ୍ତାମ୍ବରୀ ଏବଂ ସମଲେଶ୍ବରୀ ଶକ୍ତିପୀଠରେ ନବରାତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ନୂଆପଡା: ଜଗତ ଜନନୀଙ୍କ ନବରାତ୍ରୀ ପାଇଁ ଚାରିଆଡେ ଉତ୍ସବ ମୁଖର । ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଚୌହାନ ବଂଶୀୟ ରାଜାଙ୍କ ରାଜଦରବାର ଠାରେ ଅଧିଷ୍ଠାତ୍ରୀ ଦେବୀ ମା' ରକ୍ତାମ୍ବରୀ ଏବଂ ସମଲେଶ୍ବରୀ ଶକ୍ତିପୀଠରେ ଯଥା ବିଧିରେ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି । ରାଜା ରାଜୁଡା ଶାସନ କାଳରୁ ତତ୍କାଳୀନ ଚୌହାନ ବଂଶୀୟ ରାଜା ରତନ ସିଂ ଦେବ ଦୈବୀଶକ୍ତି ପ୍ରାପ୍ତି ପାଇଁ ଖଡ଼ିଆଳ ଗଡଜାତ ଅଞ୍ଚଳରେ ଗଡରକ୍ଷକ ଭାବରେ ଦେବୀ ମା' ରକ୍ତାମ୍ବରୀଙ୍କୁ ସ୍ଥାପିତ କରିଥିଲେ ।

ମା ରକ୍ତାମ୍ବରୀ ଏବଂ ସମଲେଶ୍ବରୀଙ୍କ ନବରାତ୍ର ପୂଜା

ସେହିଭଳି ଇଷ୍ଟ୍ରଦେବୀ ଭାବରେ ମା' ସମଲେଶ୍ବରୀଙ୍କୁ ସ୍ଥାପିତ କରି ଯଥା ରୀତିନୀତିରେ ପୂଜାର୍ଚ୍ଚନା ହୋଇଛି। ଏଠାରେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରି ବୋଦାବଳୀ ଦେଇ ସେବା କରୁଥିବା ପରମ୍ପରା ରହିଛି । ଶହଶହ ବର୍ଷର ପରମ୍ପରା ରକ୍ଷା କରିବାନେଇ ପ୍ରତିବର୍ଷ ଖଡ଼ିଆଳ ରାଜ ଦରବାର ଠାରେ ରାଜ ପରିବାର ସଦସ୍ୟଙ୍କ ତତ୍ତ୍ୱାବଧାନରେ ମା'ଙ୍କ ପୂଜା ହୁଏ। ପାରମ୍ପରିକ ବାଜାରେ ମା'ଙ୍କୁ ଶକ୍ତିପୀଠରୁ ଆହ୍ବାନକରି ଦରବାର ସ୍ଥିତ ମନ୍ଦିରରେ ସ୍ଥାପନା କରିବାର ନିୟମ ରହିଛି । ଏନେଇ ଶ୍ରଦ୍ଧାଳୁ କହିଛନ୍ତି," କୁମୁନା ଗଡଜାତର ରାଜା ଏହି ସ୍ଥାନରେ ମା'ଙ୍କ ସ୍ଥାପନା କରିଥିଲେ । ନବରାତ୍ର ସମୟରେ ରାଜ ଦରବାରରେ ଦେବୀଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ ।"

ଏହା ମଧ୍ୟ ପଢ଼ନ୍ତୁ: ଝଙ୍କଡ ପୀଠରେ ନବରାତ୍ର ପୂଜା, ଶୈଳପୁତ୍ରୀ ବେଶରେ ମା' ଶାରଳା

ନିୟମ ଅନୁସାରେ ପ୍ରତିବର୍ଷ ଦଶହରା ମହାଳୟା ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ମା' ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏହାପରେ ଦଶମୀ ଦିନ ମା'ଙ୍କ ଯୋଡି ଛତର ଯାତ୍ରା ସମ୍ପନ୍ନ କରି ପୁଣି ଶକ୍ତିପୀଠକୁ ଫେରି ଯାଆନ୍ତି । ପୁଣି ଏକବର୍ଷର ଅପେକ୍ଷା ପରେ ଏହି ପର୍ବ ଆସିଥାଏ । ଦଶହରା ନବରାତ୍ରୀ ପୂଜା ସମୟରେ ଯେକେହି ଶ୍ରଦ୍ଧାଳୁ ମା'ଙ୍କୁ ଦର୍ଶନ କରେ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.