ନୂଆପଡ଼ାରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର କଲେ ସମୀକ୍ଷା

author img

By

Published : Sep 15, 2022, 10:47 AM IST

ନୂଆପଡ଼ାରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର କଲେ ସମୀକ୍ଷା

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ନୂଆପଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି (minister Basanti hembram visits Nuapada) । ବିଶେଷ କରି SHG ଗ୍ରୁପର ସଦସ୍ୟାଙ୍କ ସହ ସାକ୍ଷାତ କରି ତାଙ୍କ ସମସ୍ୟା ବୁଝିଛନ୍ତି । ଅଧିକ ପଢ଼ନ୍ତୁ

ନୂଆପଡ଼ା: ନୂଆପଡାକୁ ଦିନିକିଆ ଗସ୍ତରେ ଆସିଛନ୍ତି ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ଏଠାରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସମୀକ୍ଷା କରିଥିଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ସର୍ବ ପ୍ରଥମେ ମହିଳା SHG ଗ୍ରୁପର ସଦସ୍ୟାଙ୍କ ସହ ସାକ୍ଷାତ କରି ତାଙ୍କ ସମସ୍ୟା ବୁଝିଥିଲେ । ଏହାସହ SHG ଦ୍ୱାରା ପରିଚାଳିତ କାଫେ ହାଉସ ପରିଦର୍ଶନ କରିଛନ୍ତି ।

ପରେ କୋମନା ବ୍ଲକର ପଏର ଗ୍ରାମପଞ୍ଚାୟତର ନବନିର୍ମିତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଶୁଭ ଉଦଘାଟନ କରିଛନ୍ତି । ସେହିଭଳି କୋମନା ବ୍ଲକ ନୂଆଗାଁ, ପଲସିପାଣି ଠାରେ ନବନିର୍ମିତ ମିଶନଶକ୍ତିର ଶୁଭ ଉଦଘାଟନ କରିଛନ୍ତି । ପରେ ଜିଲ୍ଲା ସଦଭାବନା ଗୃହରେ ନୂଆପଡା ଜିଲ୍ଲାପାଳଙ୍କ ସମେତ CDPO, DSW ତଥା ମିଶନ ଶକ୍ତିର କର୍ମକର୍ତ୍ତାଙ୍କୁ ନେଇ ସମୀକ୍ଷା ବୈଠକ କରିଛନ୍ତି ।

ନୂଆପଡ଼ାରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର କଲେ ସମୀକ୍ଷା

ମନ୍ତ୍ରୀଙ୍କ ଗସ୍ତ କାଳରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମଧ୍ୟ ଉପସ୍ଥିତ ଥିଲେ । ଏନେଇ ମନ୍ତ୍ରୀ କହିଛନ୍ତି କି , ‘‘ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସବୁ ଜିଲ୍ଲାକୁ ପରିଦର୍ଶନ କରୁଛୁ । ଜିଲ୍ଲା ହେଡକ୍ବାର୍ଟସରେ ପ୍ରଥମେ ସମୀକ୍ଷା ବୈଠକ କରିଥିଲୁ । ଏଥିସହିତ ବିଭିନ୍ନ ଯୋଜନାର ଶିଳାନ୍ୟାସ କରାଯିବ’’ ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.