ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା, ଥାନା ଘେରିଲେ ପରିବାର

author img

By

Published : Sep 17, 2022, 10:37 AM IST

ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

ବୋଡେନ ଥାନା ଅନ୍ତର୍ଗତ ବୁଏର ଗାଁରେ ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଥିବାରୁ ଯୁବକଙ୍କ ମୃତ୍ୟୁ । ଅନ୍ୟପଟେ ତୁଲାରାମ ତାଣ୍ଡି ଗିରଫ ଦାବିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ଘେରାଉ କଲେ ସିନାପାଲି ଥାନା । ଅଧିକ ପଢନ୍ତୁ

ନୂଆପଡା: ବୋଡେନ ଥାନା ଅନ୍ତର୍ଗତ ବୁଏର ଗାଁରେ ଅଭାବନୀୟ ଘଟଣା । ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏନେଇ ଯୁବକଙ୍କ ମୃ୍ତ୍ୟୁ ହୋଇଥିବା ଘଟଣାରେ 9ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ କାପସି ଗ୍ରାମ ତୁଲାରାମ ତାଣ୍ଡି ଗିରଫ ଦାବିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ଘେରାଉ କଲେ ସିନାପାଲି ଥାନା ।

ସୂଚନା ଅନୁଯାୟୀ, ବୁଏରଗାଁ ରେ ମହାପ୍ରଭୁ ଗଣେଶଙ୍କ ପୂଜା ଧୁମଧାମରେ ଚାଲିଥିଲା । ଏତିକି ସମୟରେ ନିକଟସ୍ଥ କେରାପଦର ଗାଁର ଗଦାଧର ରାଉତ ନାମକ ଯୁବକ ପୂଜା କମିଟିର ସଦସ୍ୟ ମାନେ ଶୋଇ ଥିବାବେଳେ ତାଙ୍କ ମନିପର୍ସ, ମୋବାଇଲ ଚୋରି କରିବାକୁ ଉଦ୍ୟମ କରୁଥିଲା । ଏହା ଜାଣିପାରି ପୂଜା କମିଟିର ସଦସ୍ୟ ମାନେ ଗଦାଧରକୁ ଧରି ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିଲେ । ଏନେଇ ଖବରପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ଗଦାଧରକୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ନୂଆପଡା ପରେ ବୁର୍ଲାକୁ ପଠାଇଥିଲେ । ହେଲେ ବୁର୍ଲା ଠାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି । ଏହି ଘଟଣାରେ ବୋଡେ଼ନ ପୋଲିସ ଏକ ମାମଲା ରୁଜୁକରି ପୂଜା କମିଟିର 9 ଜଣ ସଦସ୍ୟକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା SDPO ସନ୍ତକ କୁମାର ଜେନା ସୂଚନା ଦେଇଛନ୍ତି ।

ସେହିପରି ଅନ୍ୟପଟେ ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କାପସି ଗ୍ରାମ ତୁଲାରାମ ତାଣ୍ଡି ମୃତ୍ୟୁ ଘଟଣାରେ ସିନାପାଲି ଥାନା ଘେରାଉ । ଗିରଫ ଦାବିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ଘେରାଉ କଲେ ସିନାପାଲି ଥାନା । ତୁଲାରାମ ତାଣ୍ଡି ମୃତ୍ୟୁ ଘଟଣା ଏକ ଯୋଜନା ବଦ୍ଦ ହତ୍ୟା ଘଟଣା ବୋଲି ପରିବାର ଲୋକେ ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି । ତୁରନ୍ତ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି । ଅପରପକ୍ଷେ ସମସ୍ତ ରିପୋଟକୁ ତର୍ଜମା କଲାପରେ ଏହା ହତ୍ୟା ଘଟଣା ନୁହେଁ ଏହା ଏକ ଆକସିଡେଣ୍ଟଲ ଘଟଣା ବୋଲି ଖଡ଼ିଆଳ SDPO ପ୍ରକାଶ କରିଛନ୍ତି । ହେଲେ ଆନ୍ଦୋଳନ କାରୀ ହତ୍ୟା ଘଟଣା ବୋଲି ଜିଦ ଧରିବାରୁ ପୋଲିସ ଓ ଆନ୍ଦୋଳନକାରୀ ମାଧ୍ୟରେ କିଛି ସମୟ ଧସ୍ତାଧସ୍ତି ହୋଇଥିଲା । ଏନେଇ କିଛି ଲୋକଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରାଯାଉଥିବା ଜଣାପଡିଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.