ETV Bharat / state

ପାଟଦରା ସଂରକ୍ଷିତ ଜଙ୍ଗଲରେ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

author img

By

Published : Jul 9, 2022, 6:01 PM IST

ପାଟଦରା ସଂରକ୍ଷିତ ଜଙ୍ଗଲରେ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ
ପାଟଦରା ସଂରକ୍ଷିତ ଜଙ୍ଗଲରେ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ପାଟଦରା ସଂରକ୍ଷିତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓଙ୍କ ମଧ୍ୟରେ ଗୁଳି ବିନିମୟ । ବିପୁଳ ମାଓ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

ନୂଆପଡା: ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ । ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ଦେଇଛନ୍ତି ନୂଆପଡା ଏସ୍ପି । ଏହି ସମୟରେ ଜୀଵନ ରକ୍ଷା ନେଇ ମାଓବାଦୀ ଛତ୍ରଭଙ୍ଗ ହୋଇଥିବାବେଳେ ମାଓ କ୍ୟାମ୍ପକୁ ଦଖଲ କଲେ ଯବାନ । ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ନୂଆପଡା SP ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି ।

ପାଟଦରା ସଂରକ୍ଷିତ ଜଙ୍ଗଲରେ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ସୂଚନାଅନୁସାରେ, ଗତ କିଛି ଦିନ ପୂର୍ବେ ନୂଆପଡା ପାଟଦରା ସଂରକ୍ଷିତ ଜଙ୍ଗଲରେ 3 ଜଣ CRPF ଯବାନଙ୍କୁ ଗୁଳି କରି ହତ୍ୟା କରିଥିଲେ ମାଓବାଦୀ। ସେହି ଦିନଠାରୁ ନୂଆପଡା SPଙ୍କ ନିର୍ଦ୍ଦେଶ କ୍ରମେ ଯବାନ ପାଲଟା ଜବାବ ଦେବା ପାଇଁ ସକ୍ରିୟ ହୋଇଥିଲା ନୂଆପଡା SOG, DVF, CRPF ଯବାନ । ଗତକାଲି(ଶୁକ୍ରବାର) ଛତିଶଗଡ଼ ସୀମାନ୍ତ ନୂଆପଡା ଜିଲ୍ଲା ପାଟଦରା ସଂରକ୍ଷିତ ଜଙ୍ଗଲରେ କମିଙ୍ଗ ଅପରେସନ ବେଳେ ଏକ ସଶସ୍ତ୍ର ମାଓ କ୍ୟାମ୍ପ ସହିତ ଯବାନଙ୍କ ମୁହାଁମୁହିଁ ହୋଇଥିଲା। ଉଭୟ ମାଓବାଦୀ ଯବାନ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଗୁଳି ବିନିମୟ ହୋଇଛି। ଯବାନ ପକ୍ଷରୁ ପ୍ରାୟ 284 ରାଉଣ୍ଡ ଗୁଳି ଫାଇରିଂ କରାଯାଇଛି । ପରେ ମାଓବାଦୀମାନେ କ୍ୟାମ୍ପ ଛାଡି ଛତ୍ର ଭଙ୍ଗ ଦେଇଥିବାବେଳେ ଗୋଟିଏ ଏୟାର ଗନ ସହିତ ବିପୁଳ ମାଓ ସାମଗ୍ରୀ ଜବତ କରିଥିବା SP ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.