ମୁଖ୍ୟ ରାସ୍ତା ପାଲଟିଛି ମରଣ ଯନ୍ତା

author img

By

Published : Aug 10, 2021, 8:45 PM IST

ମୁଖ୍ୟ ରାସ୍ତା ପାଲଟିଛି ମରଣ ଯନ୍ତା

ନୂଆପଡ଼ା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର 4/5 ସାହୁପଡ଼ା କବରସ୍ଥାନ ଦେଇ ଲମ୍ବିଯାଇଥିବା ମୁଖ୍ୟ ରାସ୍ତା ପାଲଟିଛି ମରଣ ଯନ୍ତା । ଅଧିକ ପଢନ୍ତୁ...

ନୂଆପଡା: ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର 4/5 ସାହୁପଡ଼ା କବରସ୍ଥାନ ଦେଇ ଲମ୍ବିଯାଇଥିବା ମୁଖ୍ୟ ରାସ୍ତା ମରଣ ଯନ୍ତା ପାଲଟିଛି । ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଥିବାବେଳେ, ରାସ୍ତା ଉପରେ ମଳ ମୂତ୍ର ମିଶ୍ରିତ ଆଣ୍ଠୁଏ ପାଣି ଜମାଟ ବାନ୍ଧି ପଥଚାରୀଙ୍କୁ ଅଡୁଆରେ ପକାଇଦେଇଛି ।

ମୁଖ୍ୟ ରାସ୍ତା ପାଲଟିଛି ମରଣ ଯନ୍ତା
ରାସ୍ତା ଉପରୁ ଦୂଷିତ ପାଣି ନିଷ୍କାସନ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଖଡ଼ିଆଳକୁ ବାରମ୍ବାର ଜଣାଇବା ପରେ ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇପାରି ନାହିଁ । ସରକାର ସହରାଞ୍ଚଳର ସୌନ୍ଦର୍ଯ୍ୟକରଣ ଏବଂ ବିକାଶ ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ, ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ବିକାଶର ବହୁଦୂରରେ ବୋଲି ସହରବାସୀ ଅଭିଯୋଗ କରିଛନ୍ତି । ସେହିଭଳି ସହରାଞ୍ଚଳର ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବାପାଇଁ ସରକାର ସ୍ବତନ୍ତ୍ର ଯୋଜନା କରୁଥିବା ନେଇ ଡିଣ୍ଡିମ ପିଟୁଥିବାବେଳେ, ଖଡ଼ିଆଳ ସହର ଏହି ଯୋଜନାର ବହୁ ଦୂରରେ ପରିଲକ୍ଷିତ ହୁଏ । ଯାହାକି ଖଡ଼ିଆଳ ସାହୁପଡା କବରସ୍ଥାନ ରାସ୍ତାକୁ ଦେଖିଲେ ସହଜେ ଅନୁମେୟ । ସ୍ଥାନୀୟ ଜମି ମାଲିକ ନିଜ ଜମି ଉପରେ ମାଟି ପକାଇବା କାରଣରୁ ପାଣି ନିଷ୍କାସନ ହୋଇନପାରି ରାସ୍ତା ଉପରେ ଜମାଟ ବାନ୍ଧୁଥିବା ଜଣାପଡି଼ଛି । ଅପରପକ୍ଷେ ସ୍ଥାନୀୟ ଜମି ମାଲିକ ମାନଙ୍କୁ ଡକା ଯାଇ ଖଡ଼ିଆଳ ବିଧାୟକଙ୍କ ଅଧ୍ୟକ୍ଷତାରେ ସମସ୍ତଙ୍କୁ ବୁଝାସୁଝା ପରେ ଡ୍ରେନେଜ ପାଣି ନିଷ୍କାସନ ଉପରେ ପଦକ୍ଷେପ ନେବେ ବୋଲି ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି । ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.